ଓଏଏସ ସ୍ତରରେ ହୋଇଛି ଅଦଳବଦଳ…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ରାଜ୍ୟ ସରକାର ଓଏଏସ୍‌ ସ୍ତରରେ ଅଦଳବଦଳ କରିଥିବା ଜଣାପଡିଛି । କମିଶନର ଫର ଡିପାର୍ଟମେଣ୍ଟାଲ ଇନ୍‌କ୍ୱାରୀରେ ଥିବା ଆଲୋକ କୁମାର କରଙ୍କୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅତିରିକ୍ତ ସଚିବ ଭାବେ ଅବସ୍ଥାପିତ କରାଯାଇଛି । ସେହିଭଳି ସମ୍ବଲପୁର ଏଡିଏମ୍‌ ସୂର୍ଯ୍ୟ ନାରାୟଣ ଦାସଙ୍କୁ ସୁବର୍ଣ୍ଣପୁର ଏଡିଏମ ଭାବେ ନିଯୁକ୍ତି ମିଳିଛି । ମହିଳା ଓ ଶିଶୁ କଲ୍ୟାଣ ବିଭାଗର ଯୁଗ୍ମ ସଚିବ ନିତ୍ୟାନନ୍ଦ ବାରିକଙ୍କ ପୂର୍ବ ବଦଳିକୁ ବାତିଲ କରାଯାଇଛି । ତାଙ୍କୁ କନ୍ଧମାଳ ଡିଆରଡିଏ ପିଡି ଭାବେ ବଦଳି କରାଯାଇଥିଲା । ସେହିଭଳି ଇସ୍ପାତ ଓ ଖଣି ବିଭାଗ ଯୁଗ୍ମ ସଚିବ ଶତୃଘ୍ନ କରଙ୍କୁ ମୟୂରଭଞ୍ଜ ଏଡିଏମ୍‌ ଭାବେ ବଦଳି କରାଯାଇଥିଲା ବେଳେ ତାଙ୍କ ପୂର୍ବ ବଦଳିକୁ ବାତିଲ କରାଯାଇଛି । ନଗର ଉନ୍ନୟନ ବିଭାଗର ଯୁଗ୍ମ ସଚିବ ଭବେଶ କୁମାର ନାୟକଙ୍କୁ ମୟୂରଭଞ୍ଜ ଡିଆରଡିଏ ପିଡି ଭାବେ ମିଳିଛି ନିଯୁକ୍ତି । ଓଏଏସ୍‌ କୃଷ୍ଣପ୍ରସାଦ ପତି ଓ ମୋହନ ଚରଣ ଦାସଙ୍କ ବଦଳି ଆଦେଶକୁ ମଧ୍ୟ ସାଧାରଣ ପ୍ରଶାସନ ବିଭାଗ ବାତିଲ୍‌ କରିଥିବା ଜଣାପଡିଛି ।