ଓଃ କି ଦୁଃଖ ! ବିଧାୟକ ଓ ତାଙ୍କ ସ୍ତ୍ରୀ ମଧ୍ୟ କାନ୍ଦିଲେ

ପୋଲସରା(ସମୃଦ୍ଧଓଡିଶା) କାହିଁକି ନବୀନବାବୁ ଏମିତି କରୁଛନ୍ତି । ଆଜିଯାଏଁ ଅନେକ ନେତାଙ୍କୁ ଏଭଳି କରୁଛନ୍ତି । ମନ୍ତ୍ରୀ ପଦଟିଏ ଦେଉଛନ୍ତି ପୁଣି ହଟାତ ମନ୍ତ୍ରୀ ପଦଟି ଉଡି ଯାଉଛି । ପିଲାକୁ ଗୁଡ ଚଖେଇଲା ଭଳି କାହିଁକି କରୁଛନ୍ତି ନବୀନ ବାବୁ । ମନ୍ତ୍ରୀ ପଦଟିଏ ଦେଇଥିଲେ ସମୟ ନ ପୁରୁଣୁ ଉଠାଇ ନେଲେ । କେଡେ ଦୁଃଖ । ଯିଏ ବି ହେଉ ନିଶ୍ଚୟ କଷ୍ଟ ହେବ। କାନ୍ଦିବ ନାହିଁ ଯେ ଆଉ କଣ ହସିବ । ହୃଦୟର ଦୁଃଖକୁ ମେଣ୍ଟାଇବାକୁ ହେଲେ କାନ୍ଦିବା ନିହାତି ଆବଶ୍ୟକ । ଆଗରୁ ଅନେକ ନେତା ଏଭଳି କଷ୍ଠ ଭୋଗିଛନ୍ତି ।କାନ୍ଦି ଛନ୍ତି । ରାତିରେ ଶୋଇଥିବ ସକାଳୁ ଉଠି ଖବର କାଗଜ ଦେଖିବା ବେଳେ ବଡ ବଡ ଅକ୍ଷରରେ ଲେଖା ହୋଇଥିବ ମନ୍ତ୍ରୀପଦ ଗଲା । ନେତାଙ୍କୁ କେତେ କଷ୍ଟ ହୋଇ ନ ଥିବ ? ସେଥିପାଇଁ ତ ଆଜିକୁ ୨୩ବର୍ଷ ହେଲା ଚାରିକୋଟି ପଚାଶ ଲକ୍ଷ ଓଡ଼ିଆଙ୍କ ଜଣେ ମାତ୍ର ନେତା ସେ ନବୀନ ପଟ୍ଟନାୟକ । ହେଲେ ମନ୍ତ୍ରୀ ପଦ ଚାଲିଯିବାରୁ କଇଁ କଇଁ କାନ୍ଦୁଛନ୍ତି ବିଧାୟକ।ସେଦିନ ମନ୍ତ୍ରୀ ପଦ ଚାଲିଯିବା କଥା ମନେ ପକାଇ ଏତେ ବଡ ସାଧାରଣ ସଭାରେ ଭୋ ଭୋ ହୋଇ କାନ୍ଦି ପକାଇଲେ ପୂର୍ବତନ ମନ୍ତ୍ରୀ ତଥା ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ। କଥାକୁ ସମ୍ଭାଳିବା ପାଇଁ କହିଲେ ତାଙ୍କ ବିରୋଧରେ କଣ ଗୋଟେ ଷଡଯନ୍ତ୍ର ହୋଇଛି । ସେଠୁ ଜଗନ୍ନାଥଙ୍କୁ ଡାକିଲେ । କହିଲେ ମୋର ଜଗନ୍ନାଥଙ୍କ ପ୍ରତି ଭରସା ଅଛି। ଜଗନ୍ନାଥ ନିଶ୍ଚିତ ନ୍ୟାୟ ଦେବେ। ଗଞ୍ଜାମ ବୁଗୁଡ଼ା ବ୍ଲକ ଗୋଲିଆ ନିକଟ କଣିଆପାଲ୍ଲୀ ବଡତୋଟାଠାରେ ଆୟୋଜିତ ପୋଲସରା ନିର୍ବାଚନ ମଣ୍ଡଳୀସ୍ତରୀୟ ସାଧାରଣ ସଭାରେ ଏଭଳି ଜଗନ୍ନାଥଙ୍କୁ ଡାକି କାନ୍ଦିଲେ ବିଧାୟକ ଶ୍ରୀକାନ୍ତ ସାହୁ । ଏହି ଅବସରରେ ନିର୍ବାଚନ ମଣ୍ଡଳୀର ବହୁ ଜନସାଧାରଣ ଉପସ୍ଥିତ ଥିଲେ । ରାଜ୍ୟମନ୍ତ୍ରୀ ମଣ୍ଡଳରୁ ଇସ୍ତଫା ଦେବା ପରେ ପ୍ରଥମ ଥର ଲାଗି ବିଧାୟକ ଶ୍ରୀକାନ୍ତ ସାହୁ ଓ ତାଙ୍କ ପତ୍ନୀ ଏହି ସଭାରେ ଉପସ୍ଥିତ ହୋଇ ଥିଲେ। କେବଳ ଶ୍ରୀକାନ୍ତ ନୁହଁନ୍ତି ପତ୍ନୀ ଗୋଲାପ ସାହୁ ମଧ୍ୟ ନିଜ ଅଭିଭାଷଣ ବେଳେ କାନ୍ଦି ପକାଇଥିଲେ। କୋହକୁ ସମ୍ଭାଳି ନେଇ ସଭାରେ ବିଧାୟକ ଶ୍ରୀକାନ୍ତ ସାହୁ କହିଲେ ଯେ କିଛି କୁଚକ୍ରି ଗୋଷ୍ଠୀ ମୋ ନାମରେ ଷଡଯନ୍ତ୍ର କରିଛନ୍ତି। ଯେଉଁମାନେ ଲକ୍ଷ ଲକ୍ଷ ଟଙ୍କା ଦେଇ ଷଡଯନ୍ତ୍ର କରିଛନ୍ତି।  ସେମାନଙ୍କର ଆଗକୁ ଆହୁରି ବିଭିନ୍ନ ଅଡିଓ, ଭିଡିଓ ଭାଇରଲ ହେବ। ତେଣୁ ତାର କେତେ ସତ୍ୟାତା ମୁଁ ପ୍ରମାଣ କରିବି। ଯେଉଁମାନେ ରସଗୋଲା ଖାଉଛନ୍ତି ଶ୍ରୀକାନ୍ତ ସାହୁକୁ ଟିକଟ ନ ମିଳୁ ବୋଲି କହୁଛନ୍ତି । ଆଉ ଯେଉଁ ମାନେ କହୁଛନ୍ତି ୨୦୨୪ରେ ଟିକଟ କାହାକୁ ମିଳିବ। ମୁଖ୍ୟମନ୍ତ୍ରୀ ଘୋଷଣା କରିବା ପରେ ସେଦିନ ଜାଣିବେ। ଆଗୁଆ ନିର୍ବାଚନରେ ୫୦ ହଜାରରୁ ଅଧିକ ଭୋଟରେ ମୁଁ ଜିତିବି ବୋଲି ସେ ସଭାରେ କହି ଥିଲେ। ତଥାପି ହୃଦୟର କଷ୍ଟ ଦୂର ହୋଇ ନାହିଁ । ଲୋକଙ୍କୁ ସେବା କରୁଛି ବୋଲି ନବୀନବାବୁଙ୍କ ପାଖରେ ଫେରାଦ ହୋଇ ବହୁ କଷ୍ଟରେ ମନ୍ତ୍ରୀ ପଦଟିଏ ପାଇଥିଲେ ହଠାତ ଚାଲିଗଲା ? ଗଭୀର ଦୁଃଖ ? ହେଉ ଜଗନ୍ନାଥ ଅଛନ୍ତି !