ଏସ.ଏମ.ଆଇ.ଟି ବୈଷୟିକ ଶିକ୍ଷାନୁଷ୍ଠାନରେ କମ୍ପ୍ୟୁଟର ଭିତିକ ପରୀକ୍ଷା କେନ୍ଦ୍ର ଶୁଭାରମ୍ଭ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଓଡ଼ିଶାର ଅନ୍ୟତମ ଅଗ୍ରଣୀ ପୁରାତନ ବୈଷୟିକ ଶିକ୍ଷାନୁଷ୍ଠାନ ସମୂହ ଏସ.ଏମ.ଆଇ.ଟି ପକ୍ଷରୁ କମ୍ପ୍ୟୁଟର ଭିତିକ ପରୀକ୍ଷା କେନ୍ଦ୍ର ଶୁଭାରମ୍ଭ କରାଯାଇଛି । ଆଙ୍କୁଶପୁର ସ୍ଥିତ ଡିପ୍ଲୋମା ଯାନ୍ତ୍ରୀକ ଶିକ୍ଷାନୁଷ୍ଠାନ ପରିସରରେ ଏହି କେନ୍ଦ୍ର ଜାନୁୟାରୀ ୧୭ ତାରିଖ ଅପରାହ୍ନରେ ଓଡିଶା ସରକାରଙ୍କ ମାନ୍ୟବର ଶ୍ରମମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ଦ୍ବାରା ଉଦ୍‌ଘାଟିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ ସଭାରେ ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ ଡଃ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ବିଧାୟକ ବିକ୍ରମ କୁମାର ପଣ୍ଡା ଏବଂ ବ୍ରହ୍ମପୁର ମେୟର ସଂଘମିତ୍ରା ଦଳେଇ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏସ.ଏମ.ଆଇଟି ବୈଷୟିକ ପ୍ରତିଷ୍ଠାନର ଉତରୋତର ଉନ୍ନତି କାମନା କରିଥିଲେ । ଏସ.ଏମ.ଆଇଟି ସଭାପତି ଡଃ ଭଗବାନ ଗନ୍ତାୟତ ଉକ୍ତ ଉତ୍ସବରେ ସଭାପତିତ୍ୱ କରି ରାଜ୍ୟରେ ବୈଷୟିକ ଶିକ୍ଷାର ବିକାଶ ଦିଗରେ ଉକ୍ତ ଅନୁଷ୍ଠାନ ଦୀର୍ଘ ୪୨ ବର୍ଷ ଧରି ଉଲ୍ଲେଖନୀୟ କାମ କରି ଆସିଥିବା ସୂଚନା ଦେଇଥିଲେ | ସମ୍ପାଦକ ଜାମୁଲା ଶଙ୍କର ନାରାୟଣ ଯୁଗ ସମ୍ପାଦକ ପ୍ରମୋଦ କୁମାର ପଣ୍ଡା, ପ୍ରିନ୍ସପାଲ ଡ଼ଃ ସୁଧାଂଶୁ ମୋହନ ପାଢ଼ୀ, କମିଟି ସଭ୍ୟ ଡ଼. ସୋନାଲି ଗନ୍ତାୟତ ପ୍ରମୁଖ କାର୍ଯ୍ୟକ୍ରମ ସଂଯୋଜକ କରିଥିଲେ । ଏସ.ଏମ.ଆଇ.ଟି ପ୍ରତିଷ୍ଠାତା କର୍ମବୀର ବୃନ୍ଦାବନ ନାୟକଙ୍କ ଦୂରଦୃଷ୍ଟି ଫଳରେ ରାଜ୍ୟର ସହସହ ବିଦ୍ୟାର୍ଥୀ ଛାତ୍ରଛାତ୍ରୀ ଏଠାରୁ ଶିକ୍ଷା ଗ୍ରହଣ କରିବା ପରେ ଦେଶ ବିଦେଶରେ କର୍ମ ସଂସ୍ଥାନ ପାଇ ପାରିଥିବା ମନ୍ତ୍ରୀ ଶ୍ରୀ ସାହୁ ପ୍ରକାଶ କରି ସମସ୍ତଙ୍କୁ ସାଧୁବାଦ ଜଣାଇଥିଲେ । ମୁଖ୍ୟମନ୍ତ୍ରୀ ମାନ୍ୟବର ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ସଂପ୍ରତି ବୈଷୟିକ ଶିକ୍ଷା କ୍ଷେତ୍ରରେ ଓଡିଶା ବେଶ ସୁନାମ ଅର୍ଜନ କରି ପାରିଥିବା ନେଇ ମୁଖ୍ୟ ଅତିଥି, ସମ୍ମାନୀତ ଅତିଥି ଓ କମକର୍ତାମାନେ ଆଲୋକପାତ କରିଥିଲେ ।

ରିପୋର୍ଟ : ନିମାଇଁ ଚରଣ ପଣ୍ଡା