ଏସଏମଆଇଟିର ଚଣ୍ଡିପଦର ଠାରେ ସ୍ଥାପିତ ବୃନ୍ଦାବନ ନାୟକ ଇଂଲିସ ମିଡିୟମ ସ୍କୁଲର ବାର୍ଷିକ ଉତ୍ସବ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଏସଏମଆଇଟି ଗୃପ ଅଫ ଇନଷ୍ଟିଚ୍ୟୁସନ ଦ୍ୱାରା ଚଣ୍ଡିପଦର ଠାରେ ସ୍ଥାପିତ ବୃନ୍ଦାବନ ନାୟକ ଇଂଲିସ ମିଡିୟମ ସ୍କୁଲ ପରିସର ମଧ୍ୟରେ ଫେବୃୟାରୀ ୧୪ ତାରିଖ ଶୁକ୍ରବାର ଦିନ ଅନୁଷ୍ଠାନର ସଭାପତି ଡ଼. ଭଗବାନ ଗନ୍ତାୟତଙ୍କ ଅଧ୍ୟକ୍ଷତାରେ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ଡ଼. ଗନ୍ତାୟତ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଅନୁଷ୍ଠାନର ପ୍ରତିଷ୍ଠାତା ସ୍ୱର୍ଗତ ବୃନ୍ଦାବନ ନାୟକଙ୍କ ଗୁଣଗାନ କରିଥିଲେ ଏବଂ କହିଲେ ଯେ, ଏହି ଅଞ୍ଚଳର କର୍ମବୀର ସ୍ୱର୍ଗତ ବୃନ୍ଦାବନ ନାୟକଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ଏସଏମଆଇଟି ପ୍ରତିଷ୍ଠାନ ଦ୍ୱାରା ଏଠାରେ ବୃନ୍ଦାବନ ନାୟକ ଇଂଲିସ ମିଡିୟମ ସ୍କୁଲ ପ୍ରତିଷ୍ଠା କରାଯାଇଛି । ଏହାର ନିଜସ୍ୱ ଜମି ଓ କୋଠାବାଡି, କୋମଳମତୀ ଛାତ୍ରଛାତ୍ରୀମାନଙ୍କ ପାଇଁ ଉପଯୁକ୍ତ ଶିକ୍ଷକ ଓ ସିବିଏସଇ ଶିକ୍ଷାଦାନ ପ୍ରଣାଳୀରେ ଶିକ୍ଷାଦାନ କରି ଏହି ଅଞ୍ଚଳର ବହୁଦିନର ଆଶା ସଫଳ ହୋଇପାରିଛି । ଡ଼. ଗନ୍ତାୟତ କୋମଳମତି ଶିଶୁ ମାନଙ୍କ ବିକାଶ ଓ ସେମାନଙ୍କ ଭବିଷ୍ୟତ ଉଜ୍ଜ୍ଵଳ କାମନା କରିଥିଲେ । ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁରର ପୂର୍ବତନ ବିଧାୟକ ଡ଼. ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ସମ୍ମାନିତ ଅତିଥି ଭାବେ ପୂର୍ବତନ ବିଡିଏ ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ମହାରଣା, ମୁଖ୍ୟ ବକ୍ତା ଭାବେ ବ୍ରହ୍ମପୁର କୋପରେଟିଭ ବ୍ୟାଙ୍କର ପୂର୍ବତନ ସଭାପତି ଡି. ବିଶ୍ଵନାଥ, ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ହୁଗୁଳାପଟା ସରପଞ୍ଚ ପ୍ରଦୀପ ମଲାଣ, ଅନୁଷ୍ଠାନର ସମ୍ପାଦକ ଜାମୁଲା ଶଙ୍କର ନାରାୟଣ ଓ ଯୁଗ୍ମ ସମ୍ପାଦକ ପ୍ରମୋଦ କୁମାର ପଣ୍ଡା, ଅତିଥି ଭାବେ ଯୋଗଦାନ କରି ଉଦବୋଧନ ଦେଇଥିଲେ । ସ୍କୁଲର ଅଧ୍ୟକ୍ଷା ଶ୍ରୀମତୀ ମମତା ସାହୁ ବିବରଣୀ ପାଠ କରିଥିଲେ । ଆୟୋଜିତ ଉତ୍ସବକୁ ଅନୁଷ୍ଠାନର ଶିକ୍ଷୟତ୍ରୀ ସଂଘମିତ୍ରା ଦାସ, କେ.ଲିଜା ପାତ୍ର, ରିତା ଦାସ, ବିଜୟଲକ୍ଷ୍ମୀ ପଣ୍ଡା, ପ୍ରେମଲତା ସାହୁ, ବିଜୟ ଚନ୍ଦ୍ର ବେହେରା, ଏସ.ଏମ ବିଶ୍ୱାଳ ପରିଚାଳନା କରିଥିଲେ । ଅନୁଷ୍ଠାନର କୃତି ଛାତ୍ରଛାତ୍ରୀମାନଙ୍କୁ ଅତିଥି ମାନେ ପୁରସ୍କାର ପ୍ରଦାନ କରିଥିଲେ । ପରିଶେଷରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ନୃତ୍ୟଗୀତ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା