ଏବେ ବି ଉତ୍ତର ଉପାନ୍ତରେ ଭାଷା-ସାହିତ୍ୟ ଓ ସଂସ୍କୃତି ସଙ୍କଟରେ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ରାଜ୍ୟରେ ୮୫ ବର୍ଷ ପୂର୍ବରୁ ଭାଷାକୁ ଭିତ୍ତି କରି ଗଠନ ହୋଇଥିଲା ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ । କିନ୍ତୁୁ ଆଜିି ବିି ବଙ୍ଗଳା ଭାଷାର ପ୍ରଭାବ ପରିଲକ୍ଷିତ ହେଉଛି । ଓଡିଆ ଭାଷା-ସାହିତ୍ୟ-ସଂସ୍କୃତି ଏବେ ବି ଉତ୍ତର ଉପାନ୍ତେରେ ସଙ୍କଟରେ ରହିଛି । ଏବେ ବି ଓଡିଆ ଭାଷା ସୁରକ୍ଷା ଲୋଡୁଛି ବୋଲି ଭକ୍ତକବିି ଦୀନକୃଷ୍ଣ ଦାସଙ୍କ ଜନ୍ମପୀଠ ସୁବର୍ଣ୍ଣରେଖା ନଦୀକୂଳ ମୁଣୁତୁଣିଆ ଗାଁରେ ଥିବା କବିପୀଠ ଆୟୋଜିିତ ସଭାରେ ମତ ପ୍ରକାଶ ପାଇଛି । ଦୀନକୃଷ୍ଣ ସ୍ମୃତି ପରିଷଦ ଓ ମୀନାମଣ୍ଡଳି ପକ୍ଷରୁ ଆୟୋଜିତ ଏହି ସଭାରେ ପ୍ରତିଷ୍ଠାତା ସଂପାଦକ ପ୍ରଫେସର ବିପିନ ବିିହାରୀ ବିଶ୍ୱାଳ ଅଧ୍ୟକ୍ଷତା କରି ତ୍ୟାଗପୁତ ମହାମନିିଷୀଙ୍କ ଅବଦାନ ତଥା ଓଡିିଆ ଅସ୍ମିତା ବଜାଇ ରଖିବାକୁ ଆହ୍ୱାନ ଦେଇଥିଲେ । ମୁଖ୍ୟ ଅତିଥି ଭାବେ କବି ବ୍ରଜେନ୍ଦ୍ର ଗିରି ଯୋଗଦେଇ ସଙ୍କଟରେ ଗତି କରୁଥିବା ଓଡିଆ ଭାଷା ସାହିତ୍ୟ, ସଂସ୍କୃତି ଲାଗି ବିଶ୍ୱବିଦ୍ୟାଳୟ ଗଠନ ହୋଇଥିଲେ ମଧ୍ୟ ଏବେ ବି ତାହା ଅଧୁରା ବୋଲି କହିଛନ୍ତି । ସମ୍ମାନୀତ ଅତିଥି ଭାବେ ମନ୍ମଥ ନାଥ ଖଟୁଆ, ଶରତ ଚନ୍ଦ୍ର ପରିଡା, ଡ.ଅଜିତ୍ କୁମାର ମହାନ୍ତି, ରଞ୍ଜନ ଘୋଷ, ଚନ୍ଦନ ସାସମଲ, ସୁକୁମାର ରଣା ପ୍ରମୁଖ ବକ୍ତବ୍ୟ ରଖିଥିଲେ । ରହିମ ରଞ୍ଜନ ଦେ ସ୍ୱାଗତ ଅଭିଭାଷଣ ଓ ଅଜୟ କୁମାର ଘୋଷ ଧନ୍ୟବାଦ ଅର୍ପର୍ଣ କରିଥିଲେ । ସମଲେଶ୍ୱରୀ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁୁ ଜଳେଶ୍ୱରର ଭଞ୍ଜ କଲୋନୀରେ ଏକ ସମ୍ବର୍ଦ୍ଧନା ସଭା ଓ ଉତ୍କଳ ଦୀବସର ତାତ୍ପର୍ଯ୍ୟ ସଂପର୍କରେ ଏକ ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଧାୟଙ୍କ ପ୍ରତିିନିଧି ପ୍ରତୀପ କୁମାର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସମ୍ବର୍ଦ୍ଧନା ଏକ ପ୍ରୋତ୍ସାହନ ଓ କର୍ତ୍ତବ୍ୟରତ ଯଶଶ୍ୱୀ ମାନଙ୍କ ମାନସିକତାକୁ ଅଧିକ ଦୃଢ କରିଥାଏ ବୋଲି କହିଥିଲେ । ପ୍ରଫେସର ଜିତାରାମ ଦେଙ୍କ ପୌରହିତ୍ୱରେ ଡ. ରଜନୀକାନ୍ତ ଭୂୟାଁ, କାର୍ତ୍ତିକ ଚନ୍ଦ୍ର ଦାସ, ଅକ୍ଷୟ ନାରାୟଣ ଦାସ ମହାପାତ୍ର ସମ୍ମାନୀତ ଅତିଥିଭାବେ ଯୋଗ ଦେଇଥିଲେ । ଭଞ୍ଜ କଲୋନୀରେ ରହୁଥିବା ୨୨ଜଣ ଅବସରପ୍ରାପ୍ତ କର୍ମଚାରୀଙ୍କୁ ସମ୍ବର୍ଦ୍ଧନା ଦିଆଯିବା ଅବସରରେ ଉପାନ୍ତରେ ଓଡିଆଭାଷା ପ୍ରତି ଅଧିକ ଗୁରୁତ୍ୱ ଦିଆଯିବା ଉଚିତ୍ ବୋଲି ମତ ପ୍ରକାଶ କରିଥିଲେ ।