ଏପ୍ରିଲ ୯ରୁ ଆରମ୍ଭ ହେବ ବ୍ରହ୍ମପୁର ଠାକୁରାଣୀ ଯାତ୍ରା…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଆସନ୍ତା ଏପ୍ରିଲ ୯ ତାରିଖ ମଧ୍ୟରାତ୍ରରୁ ମା’ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ଆରମ୍ଭ ହେଉଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ ରାତ୍ର ୯ଟା ରୁ ୧୧ଟା ମଧ୍ୟରେ ମା’ଙ୍କୁ ଡାକିବା ପାଇଁ ବାହାରିବେ । ଏହାପରେ ରାତ୍ର ୧୨ଟା ରୁ ୨ଟା ମଧ୍ୟରେ ମା’ ଆସିବେ ବାପା ଘରକୁ ଅର୍ଥାତ୍ ଦେଶି ବେହେରା ସାହିକୁ । ଏହି ଯାତ୍ରା ପ୍ରତ୍ୟେକ ୨ ବର୍ଷକୁ ଥରେ ଅନୁଷ୍ଠିତ ହେଉଥିବା ବେଳେ ପ୍ରାୟ ୧ମାସ ଧରି ଚାଲିଥାଏ କିନ୍ତୁ ଏହି ବର୍ଷ କରୋନା ଯୋଗୁଁ ୭ ଦିନ ଧରି ଅନୁଷ୍ଠିତ କରାଯିବ ବୋଲି କୁହାଯାଇଛି । ପାରମ୍ପାରିକ ରୀତିନୀତି ଅନୁସାରେ ସାଧାରଣ ଜନତାଙ୍କ ଉପସ୍ଥିତରେ ମା’ଙ୍କ ଆଗମନ ପାଇଁ ଶୁଭ ବେଳାର ସୂଚନା ପ୍ରଦାନ କରିଛନ୍ତି ସିଦ୍ଧାନ୍ତୀ । ଯାତ୍ରା ୭ ଦିନ ଧରି ଅନୁଷ୍ଟିତ ହେବ । କରୋନାକୁ ଦୃଷ୍ଟିରେ ରଖି ସମୟ ବୃଦ୍ଧି କରାଯିବ ବୋଲି କୁହାଯାଇଛି । ଶୁଭ ଖୁଣ୍ଟି ସ୍ଥାପନ ସମୟରେ ଯାତ୍ରା ପରିଚାଳକ ପି. ଦୁର୍ଗା ପ୍ରସାଦ ଦେଶୀ ବେହେରା, ବିଧାୟକ ବିକ୍ରମ ପଣ୍ଡା, ସୁବାସ ମହାରଣା, ଟି. ଗୋପୀ, ପି. ଆଶାରାଣୀଙ୍କ ସମେତ ବହୁ ଭକ୍ତ ଓ ଜନ ସାଧାରଣ ଉପସ୍ଥିତ ରହିଥିଲେ । ଶାନ୍ତି ଶୃଙ୍ଖଳାକୁ ଦୃଷ୍ଟିରେ ରଖି ପୋଲିସ୍ ଉପସ୍ଥିତ ଥିଲେ । ବିଳମ୍ବିତ ରାତ୍ର ପ୍ରାୟ ୧୨.୫୦ ମିନିଟରେ ଦେଶି ବେହେରା ସାହିରେ ଶୁଭ ଖୁଣ୍ଟି ସ୍ଥାପନ କରାଯାଇଥିଲା ।