ଏଚ୍.ଆର୍.ଏଫ୍ ଇଣ୍ଡିଆ ପକ୍ଷରୁ ମାନବାଧିକାର ପ୍ରଶିକ୍ଷଣ ଶିବିର ଓ କର୍ମଶାଳା ଅନୁଷ୍ଠିତ……

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ହ୍ୟୁମାନ ରାଇଟ୍ସ ଫ୍ରଣ୍ଟ ଇଣ୍ଡିଆ ପକ୍ଷରୁ ଜିଲ୍ଲା ସ୍ତରୀୟ ମାନବାଧିକାର ପ୍ରଶିକ୍ଷଣ ଶିବିର ଓ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହା ସ୍ଥାନୀୟ ଗୋଶାଣିନୁଆଗାଁ ଚାଚା ନେହେରୁ ବ୍ୟାୟାମ କେନ୍ଦ୍ରର ପରିସରରେ ଥିବା ସମ୍ମିଳନୀ କକ୍ଷରେ ଜିଲ୍ଲା ସଂଯୋଜିକା ଡ଼ଃ. ମିନାକ୍ଷୀ ଦେବୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ରାଜ୍ୟ ଆବାହକ ଓ ଅଧିବକ୍ତା ରାଜୀବ ପଟ୍ଟନାୟକ ଯୋଗଦେଇ ଉଦଘାଟନ କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ଏଚ.ଆର.ଏଫ୍. ଇଣ୍ଡିଆର ଅଧ୍ୟକ୍ଷ ମନୋଜ ଜେନା ଯୋଗଦେଇ ସମ୍ପ୍ରତି ବିଶ୍ୱରେ ବିଭିନ୍ନ କ୍ଷେତ୍ରରେ ମାନବାଧିକାର ଖୋଲା ଉଲଂଘନ ହେଉଛି ଏବଂ କୋଟି କୋଟି ଶିଶୁ ଅବହେଳାର ଶିକାର ହେଉଛନ୍ତି । ଏହାସହ ମହିଳା ଓ ମାନବଚାଲାଣକାରୀଙ୍କ ନିର୍ଯ୍ୟାତନା ବଢି ଚାଲିଛି । ମାନବ ଜାତି, ଜଳବାୟୁ ପରିବର୍ତ୍ତନ, ଆତଙ୍କବାଦ, ସାମାଜିକ ଓ ଅର୍ଥନୈତିକ ଅସମାନତା ଆଦି ଅନେକ ଆହ୍ୱାନ ସମ୍ମୁଖୀନ ହେଉଥିବା କହିଛନ୍ତି । ଏଣୁ ଆଜିର ଦିନରେ ସମସ୍ତେ ସଚେତନତା ସୃଷ୍ଟି କରିବା ଆପଣମାନଙ୍କ ମୂଳ ଉଦ୍ଦେଶ୍ୟ ବୋଲି ଶ୍ରୀ ମତ ରଖିଥିଲେ । ମାନବ ଅଧିକାର ସମସ୍ତଙ୍କ ଜନ୍ମଗତ ଅଧିକାର ଏହା କ୍ଷୁର୍ଣ୍ଣ ନ ହେଉ । ଏହା ଆମ୍ଭେମାନେ ଜାଣିବା ସହ ପ୍ରତ୍ୟକ ବ୍ୟକ୍ତି କିପରି ସ୍ୱାଧୀନ ଓ ମୁକ୍ତ ଭାବେ ଜୀବନଯାପନ କରିବା ସେ ନେଇ ପ୍ରଶିକ୍ଷକଙ୍କୁ ଆବାହକ ରାଜୀବ ପଟ୍ଟନାୟକ କହିଥିଲେ । ଏହା ୧୯୪୮ମସିହା ଡ଼ିସେମ୍ବର୧୦ ତାରିଖରେ ମାନବାଧିକାର ଆଇନ ଅବଗତ ଘୋଷଣା ହୋଇଥିଲା ଓ ୧୯୯୩ ମସିହାରେ ପ୍ରୋଟେକ୍ସନ ଅଫ ହ୍ୟୁମାନ ରାଇଟ୍ସ ଆକ୍ଟ ଲାଗୁ ହେବା ସୂଚନା ମଧ୍ୟ ଦେଇଥିଲେ । ପରେ ପରେ ଜିଲ୍ଲା ଆବାହକ ଓ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ (HRFI) ନାରାୟଣ ମହାଙ୍କୁଡଙ୍କ ପୌରାହିତ୍ୟରେ ଜିଲ୍ଲାର ବିଭିନ୍ନ ବ୍ଲକରୁ ଆସିଥିବା ପ୍ରଶିକ୍ଷକ ମାନଙ୍କୁ ପ୍ରଶିକ୍ଷିତ କରାଇଥିଲେ । ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ ଅନୁଯାଇ ଭାରତରେ ପ୍ରତିଦିନ ହାରାହାରି ୮୮ ମହିଳାଙ୍କୁ ବଳତ୍କାର ହୁଏ । ଏହି ଘଟଣା ୨୦୨୦ ମସିହାରେ ୩୨ ହଜାର ମହିଳାଙ୍କ ପ୍ରତି ହୋଇଥିଲା । ଏବଂ ପିଡିତା ମାନଙ୍କ ମଧ୍ୟରୁ ୧୫% ଅଧିକ ଝିଅଙ୍କ ବୟସ ୧୮ ବର୍ଷରୁ କମ ଥିଲା । କିନ୍ତୁ ସ୍ୱାଧୀନତାର ୭୫ ବର୍ଷ ପରେ ମଧ୍ୟ ଦେଶ ଅବହେଳିତ ହୋଇଥିବା ସହ ମୌଳିକ ସୁବିଧାରୁ ବଞ୍ଚିତ ହୋଇଥିବା ଶ୍ରୀ ମହାଙ୍କୁଡ କହିଛନ୍ତି । ଏହି କାର୍ଯ୍ୟକ୍ରମରେ ପ୍ରେସ୍ କ୍ଲବ ବ୍ରହ୍ମପୁରର ସଭାପତି ଗୋପାଳ ପଟ୍ଟନାୟକ, ପୂର୍ବତନ ଗଞ୍ଜାମ ଓକିଲ ସଂଘର ସଭାପତି ସୁବାଷ ଚନ୍ଦ୍ର ପାଳ, ଜିଲ୍ଲା ସହ ସଂଯୋଜକ କୁଶ କୁମାର ପ୍ରଧାନ ମଞ୍ଚାସିନ ଥିଲେ । ଅନ୍ୟମାନଙ୍କ ମଧ୍ୟରେ କେର୍ ଏଣ୍ଡ ଶେର୍ ସାରା ମିଶ୍ର, ଦିବ୍ୟଜ୍ୟୋତି ଓପେନ ସେଣ୍ଟର ସଂଚାଳିକା ରେସ୍ମା ରାଣୀ ସେଠି, ଗଞ୍ଜାମ ପର୍ଯ୍ୟବେକ୍ଷକ ଭାବେ ଭିକାରି ନାୟକ, ସତ୍ୟ ଚେତନ ପରିଡା ଓ ପ୍ରଶାନ୍ତ ଦାସ, ଏନ.ଆର.ଡି.ଓର ନିର୍ଦ୍ଦେଶକ ଚିନ୍ମୟ କୁମାର ନାୟକ, ସେବା ଅନୁଷ୍ଠାନ ନିର୍ଦ୍ଦେଶକ ପୂର୍ଣ୍ଣଚନ୍ଦ୍ର ବେହେରା, ଗୋପବନ୍ଧୁ ଚାରିଟେବୁଲ ଟ୍ରଷ୍ଟର ନିର୍ଦ୍ଦେଶକ ଆଲୋକ କୁମାର ପଟ୍ଟନାୟକ, ଦିବ୍ୟଜ୍ୟୋତି ସେବା ସଦନର ଜୟ ବାବୁ, ସୂର୍ଯ୍ୟ ନାରାୟଣ ବେହେରାଙ୍କ ସହ ଜିଲ୍ଲାର ବିଭିନ୍ନ ବ୍ଲକରୁ ବହୁ ପ୍ରଶିକ୍ଷକ ଯୋଗ ଦେଇଥିଲେ । ଶେଷରେ ଅଧିବକ୍ତା ସଂଗ୍ରାମ କୁମାର ପ୍ରଧାନ ସମସ୍ତ ଉପସ୍ଥିତ ଅତିଥି ଓ କର୍ମୀଙ୍କୁ ଧନ୍ୟବାଦ ଅର୍ପଣ କରି କାର୍ଯ୍ୟକ୍ରମକୁ ସମାପ୍ତ କରିଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା