ଏଆଇଟିୟୁସି ପକ୍ଷରୁ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଓ ଦାବି ପତ୍ର ପ୍ରଦାନ…

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଏଆଇଟିୟୁସି ରାଜ୍ୟ କମିଟି ଆହ୍ୱାନରେ ରାଜ୍ୟବ୍ୟାପୀ ଆନ୍ଦୋଳନ ଡାକରା ପରିପ୍ରେକ୍ଷୀରେ ଢେଙ୍କାନାଳ ଜିଲ୍ଲା କମିଟି ପକ୍ଷରୁ ବିରାଟ ଶୋଭାଯାତ୍ରାରେ ବାଜି ଚୌକରୁ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ମଳୟ ମଞ୍ଜରୀ ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ରାଜ୍ୟ ଉପ ସାଧାରଣ ସମ୍ପାଦକ ବିଜୟ ଜେନା, ଉପ ସଭାପତି ତଥା ନିଖିଳ ଓଡିଶା ଅଙ୍ଗନୱାଡି କର୍ମୀ ସଂଘର ରାଜ୍ୟ ସାଧାରଣ ସମ୍ପାଦକ ହରପ୍ରିୟା ସ୍ୱାଇଁ, ଯମେଶ୍ଵର ପୃଷ୍ଟି, ଗିରିଜା ପ୍ରସାଦ ମହାନ୍ତି, ରବି ରଥ, ସୌଦାମିନୀ ଦାସ, କୁମୁଦିନୀ ମହାରଣା, ସୁଫଳ ମହାପାତ୍ର, କଲ୍ୟାଣୀ ହୋତା, ଭାରତୀ ଦାସ, ମିନତୀ ପଣ୍ଡା, ସୁଜାତା ନାୟକ ପ୍ରମୁଖ ବକ୍ତବ୍ୟ ଦେଇଥିଲେ । ପରେ ଏକ ପ୍ରତିନିଧି ମଣ୍ଡଳୀ ବିଭିନ୍ନ ଦାବି ଯଥା କର୍ପୋରେଟ ସ୍ୱାର୍ଥରେ ଶ୍ରମ ଆଇନ ପରିବର୍ତ୍ତନ ବନ୍ଦ, କଳା କୃଷି ଆଇନର ବାତିଲ, ସ୍କିମ ୱାର୍କର ଯଥା ଅଙ୍ଗନୱାଡି, ଆଶା ଓ ପାଚିକାଙ୍କ ୱାର୍କର ମାନ୍ୟତା ସମେତ ୧୨ ଦଫା ସମ୍ବଳିତ ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରିଥିଲେ । ଅପରାହ୍ନରେ ରାମଜୀ ମଣ୍ଡପଠାରେ ଜମେଶ୍ୱର ପୃଷ୍ଟିଙ୍କ ସଭାପତିତ୍ୱରେ ଜିଲ୍ଲାର ସମ ପ୍ରଥମ ସମ୍ମିଳନୀ ଅନୁଷ୍ଠିତ କରାଯାଇ ନୂତନ କର୍ମକର୍ତ୍ତା ନିର୍ବାଚିତ କରାଯାଇଥିଲା । ଆଗାମୀ ୩ ବର୍ଷ ପାଇଁ ସଭାପତି ଭାବେ ଯମେଶ୍ୱର ପୃଷ୍ଟି, ସମ୍ପାଦକ ଭାବେ ନାରାୟଣ ନାୟକ, ଉପସଭାପତି ରବି ରଥ, କୁମୁଦିନୀ ମହାରଣା, କଲ୍ୟାଣୀ ହୋତା, ସହ ସମ୍ପାଦକ ଭାବେ ମିନତୀ ପଣ୍ଡା ଓ ଭାରତୀ ଦାସ, କୋଷାଧ୍ୟକ୍ଷ ସୁଫଳା ମହାପାତ୍ରଙ୍କ ସମେତ ୭ ଜଣ ନିର୍ବାଚିତ ହୋଇଥିଲେ । କୃଷକ ଆନ୍ଦୋଳନ ସମର୍ଥନ କରାଯିବା ସହ ଆସନ୍ତାକାଲି ଭାରତ ବନ୍ଦରେ ସାମିଲ ହେବା ସହ ମାର୍ଚ୍ଚ ୩୧ ରାଜ୍ୟ ସ୍ତରୀୟ ବିକ୍ଷୋଭରେ ଢେଙ୍କାନାଳ ଜିଲ୍ଲାର ହଜାର ହଜାର ଶ୍ରମିକଙ୍କୁ ଯୋଗଦେବା ନିମନ୍ତେ ଆହ୍ୱାନ ଦିଆଯାଇଛି ବୋଲି ସମ୍ପାଦକ ନାରାୟଣ ନାୟକ ଜଣାଇଛନ୍ତି ।