ଋଷ୍ ବିପ୍ଳବର ବିନ୍ଧାଣୀ, ବିଶ୍ଵର ମହାନ ଜନନାୟକ, ମେହେନତି ଖଟିଖିଆ ମଣିଷର ତ୍ରାଣକର୍ତ୍ତା ଭି.ଆଇ.ଲେଲିନଙ୍କ ୧୫୧ତମ ଜନ୍ମଦିନ ପାଳିତ…

ଜଳେଶ୍ଵର (ସମୃଦ୍ଧ ଓଡିଶା) ସର୍ବହରା ଶ୍ରେଣୀର ଲଢେଇକୁ ଅନ୍ତିମ ରୂପ ଦେଇ ଶ୍ରମିକ ଶ୍ରେଣୀକୁ ଶାସକ ଶ୍ରେଣୀରେ ପରିଣତ କରିଥିବା ମହାନ ବିପ୍ଳବୀ ଭାଦିମିକ୍ ଇଲିଚିକ୍ ଲେଲିନଙ୍କ ୧୫୧ ତମ ଜନ୍ମ ଦିବସ ଆଜି ଜଳେଶ୍ଵର ସି.ପି.ଆଇ.(ଏମ୍) ଆଞ୍ଚଳିକ ଅଫିସ୍ ଠାରେ ସଂଧ୍ୟାରେ ପାଳିତ ହୋଇଯାଇଛି । ଋଷ୍ ବିପ୍ଳବର ମୁଖ୍ୟ କାଣ୍ଡାରୀ ଲେଲିନ୍ ଥିଲେ । ବିଶ୍ଵ ତମାମରେ ଋଷ୍ ବିପ୍ଳବ ସାମ୍ରାଜ୍ୟବାଦ୍ ଓ ପୁଞ୍ଜିବାଦ ବିରୋଧରେ ଏବଂ ଗଣତନ୍ତ୍ରର ପ୍ରତିଷ୍ଠା ପାଇଁ ବିଭିନ୍ନ ଦେଶରେ ଆନ୍ଦୋଳନକୁ ବ୍ୟାପକ କରିଥିଲା । ଆଜିବି ଆଧୁନିକ ସାମ୍ରାଜ୍ୟବାଦ୍ ବିରୋଧରେ ସମାଜବାଦ ପାଇଁ ସର୍ବହରା ଶ୍ରେଣୀର ଆନ୍ଦୋଳନ ବ୍ୟାପକ ହେବାରେ ଲାଗିଛି । ପୁଞ୍ଜିବାଦ ନୁହେଁ ସମାଜବାଦ ହେଉଛି ଏକମାତ୍ର ବିକଳ୍ପ ବୋଲି ଆଜିର ଲେଲିନଙ୍କ ଜନ୍ମଦିନ ପାଳନ ବେଳେ ବିଭିନ୍ନ ବକ୍ତା ଆହ୍ୱାନ ଦେଇଥିଲେ । ଆଜିର ଏହି ଆଲୋଚନା ସଭାରେ ଦିଲ୍ଲୀପ କୁମାର ଗିରିଙ୍କ ଅଧ୍ୟକ୍ଷତାରେ ଶିଶିର ହୁଇ, ଶିତାଂଶୁ ସେନାପତି, ଦିଲ୍ଲୀପ ପରିଡ଼ା, ଜିତାଂଶୁ ନନ୍ଦୀ, ଜିବନ ପରିଡ଼ା, ପଲ୍ଟୁ ଦାସ, ସେକ୍ ନଜିମୁଦ୍ଦିନ୍ ପ୍ରମୁଖ ବକ୍ତବ୍ୟ ରଖିଥିଲେ ।