ଉପାନ୍ତ ଗ୍ରାମରେ ଜନସେବା କେନ୍ଦ୍ର ଉଦ୍‌ଘାଟିତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ନିପଟ ମଫସଲ ଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସମସ୍ତଙ୍କୁ ସରକାରୀ ଯୋଜନାର ଲାଭ ଉଠାଇବା, ଶୀଘ୍ର ସେବା ଯୋଗାଇବା, ସମସ୍ତଙ୍କ ନିକଟରେ ଯୋଜନା ପହଞ୍ଚାଇବା ସହିତ ସରକାରଙ୍କ ନିକଟରେ ଗ୍ରାମାଞ୍ଚଳର କୋଣ ଅନୁକୋଣରୁ ତଥ୍ୟ ପହଞ୍ଚାଇବାରେ ଜନସେବା କେନ୍ଦ୍ର ପ୍ରମୁଖ ଭୂମିକା ଗ୍ରହଣ କରିଆସିଛି । ଆଜି ଉପାନ୍ତ ଜଳେଶ୍ୱର ବ୍ଳକର ନଛିମପୁର ପଞ୍ଚାୟତ ଅଧିନ ନଛିମପୁର ଗ୍ରାମରେ ଜନସେବା କେନ୍ଦ୍ର (ସିଏସ୍‌ସି)କୁ ଉଦ୍‌ଘାଟନ କରି ଏହାର ଜିଲା ପରିଚାଳକ ଅରୁପ ମହାପାତ୍ର ଜନସେବା କେନ୍ଦ୍ର ଗୋଟିଏ ଡିଜିଟାଲ ସିପାହୀ ଭଳି କାର୍ଯ୍ୟ କରିଥାଏ ବୋଲି କହିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ସିଏସ୍‌ସିର ଜିଲା ଭିଏଲ୍‌ଇ ବିଦ୍ୟାଧର ରାଉଳ, ବ୍ଲକ ଭିଏଲ୍‌ଇ ଅରବିନ୍ଦ କର, ସରପଂଚ ଦିପାଳୀ ଜେନା, ରବିନ୍ଦ୍ର ମିଶ୍ର, ଶିବନାରାୟଣ ମିଶ୍ର, ୱାର୍ଡ ସଦସ୍ୟ ସୁବର୍ଣ୍ଣ ଜେନା, କବି ନରୋତ୍ତମ ପ୍ରଧାନ, ଶିକ୍ଷକ ରବିନ୍ଦ୍ର ଗିରି, ସୁଧାଂଶୁ ପ୍ରଧାନ, ମଧୁସୁଦନ ସିଂ, ଦେବୁ ଦତ୍ତ ପ୍ରମୁଖ ଯୋଗଦେଇ ଏହି କେନ୍ଦ୍ରରୁ ଗ୍ରାମବାସୀମାନେ ସୁବିଧା ସୁଯୋଗ ହାସଲ କରିବାକୁ ଆହ୍ୱାନ ଜଣାଇଥିଲେ । ସ୍ଥାନୀୟ ସିଏସ୍‌ସିର ମୂଖ୍ୟ ଦେବାଶିଷ ମିଶ୍ର ଗ୍ରାମାଂଚଳରେ ଲୋକଙ୍କୁ ଡିଜିଟାଲ ସେବା ଯୋଗାଇ ଦେବାର ପ୍ରତିଶୃତି ଦେଇଥିଲେ ।

ରିପୋର୍ଟ : ଭୂପତି ପରିଡା