ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ପିତାଙ୍କ ଦେହାନ୍ତ : ଆନ୍ଧ୍ର ରାଜ୍ୟପାଳଙ୍କ ଶୋକ ପ୍ରକାଶ…

ବିଜୟୱାଡା (ସମୃଦ୍ଧ ଓଡିଶା) ବିଜେପି ନେତା ତଥା ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପିତା ଆନନ୍ଦ ସିଂ ବିଷ୍ଟଙ୍କ ୮୯ ବର୍ଷ ବୟସରେ ଆଜି ଦେହାନ୍ତ ହୋଇଯାଇଛି । ବିଜେପି ନେତାମାନେ ଯୋଗୀ ଆଦିତ୍ୟନାଥଙ୍କ ପିତା ଆନନ୍ଦ ସିଂ ବିଷ୍ଟଙ୍କ ଦେହାନ୍ତ ହୋଇଥିବା ଖବର ପାଇ ଗଭୀର ଶୋକ ପ୍ରକାଶ କରିଥିବା ବେଳେ ଆନ୍ଧ୍ର ପ୍ରଦେଶ ରାଜ୍ୟପାଳ ବିଶ୍ୱ ଭୂଷଣ ହରିଚନ୍ଦନ ତାଙ୍କ ମୃତ୍ୟୁରେ ଗଭୀର ଶୋକ ପ୍ରକାଶ କରି ତାଙ୍କ ଅମର ଆତ୍ମାର ସଦଗତି କାମନା କରିଛନ୍ତି । ସେ ନୂଆଦିଲ୍ଲୀ ସ୍ଥିତ ଏମସ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ ବୋଲି ରାଜ୍ୟପାଳ ବିଶ୍ୱ ଭୂଷଣ ହରିଚନ୍ଦନ କହିଛନ୍ତି । ତାଙ୍କର ପରଲୋକରେ ସେ ଏକ ଅମୁଲ୍ୟ ସମ୍ପଦ ହଜିଗଲା ବୋଲି ବାଖ୍ୟା କରିଛନ୍ତି । ସେ ଆଜି ପୂର୍ବାହ୍ନ ୧୧ ଘଣ୍ଟ ବେଳେ ଦେହତ୍ୟାଗ କରିଥିବା ସ୍ବରାଷ୍ଟ୍ର ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ଅଶ୍ଵିନୀ ଆୱସ୍ତି ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ ତାଙ୍କ ବାପାଙ୍କ ମୃତ୍ୟୁରେ ଗଭୀର ଶୋକ ପ୍ରକାଶ କରିବା ସହ ହରିଦ୍ୱାରରେ ତାଙ୍କ ଶବଶଙ୍କାର କରାଯିବ ବୋଲି କହିଛନ୍ତି । ଦେଶରେ କରୋନା ଲକଡାଉନ ଜାରି ରହିଥିବାରୁ ବହୁତ ସଂଖ୍ୟାରେ ଲୋକ ସମାଗମ ନେଇ ସେ ନିଶେଦ୍ଧାଦେଶ ଜାରି କରିଛନ୍ତି । ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥଙ୍କ ପିତାଙ୍କ ମୃତ୍ୟୁରେ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା, ଉତ୍ତର ପ୍ରଦେଶ ରାଜ୍ୟପାଳ ଆନନ୍ଦିବେନ ପଟେଲ, ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୋର୍ଯ୍ୟ, ଦୀନେଶ ଶର୍ମା, ବାଚସ୍ପତି ହୃଦୟ ନାରାୟଣ ଦୀକ୍ଷିତ ପ୍ରମୁଖ ଗଭୀର ଶୋକ ପ୍ରକାଶ କରି ତାଙ୍କ ଅମର ଆତ୍ମାର ସଦଗତି କାମନା କରିଛନ୍ତି ।