ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ମହାପ୍ରାଣାୟ ଦିବସରେ ସମାଜ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ : ରାଜ୍ୟରେ ସ୍ୱାଧିନତା ଆନ୍ଦୋଳନକୁ ଗୋପବନ୍ଧୁ ହିଁ ଜାତୀୟ ସ୍ତରକୁ ନେଇଥିଲେ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ରାଜ୍ୟରେ ସ୍ୱାଧିନତା ସଂଗ୍ରାମକୁ ମହାତ୍ମାଗାନ୍ଧିଙ୍କ ସହିତ ମିଶି ଜାତୀୟ ଆନ୍ଦୋଳନ ଭାବେ ଗଢି ତୋଳିବାରେ ଗୋପବନ୍ଧୁ ଦାସଙ୍କ ପ୍ରମୁଖ ଭୂମିକା ଥିଲା । କାରଣ ସେ ହିଁ ବୁଝିଥିଲେ ଭାଷା ହିଁ ଜାତିର ସ୍ପନ୍ଦନ ବୋଲି । ଗତ ୩୦ ତାରିଖ ପୂର୍ଣ୍ଣାତ୍ମା ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ମହାପ୍ରାଣାୟ ଦିବସ ଥିବାରୁ ସମାଜ ପକ୍ଷରୁ ଜଳେଶ୍ୱରରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଅପରାହ୍ନରେ ବନ୍ୟା ପ୍ରପିଡିତ ଖୁଲୁଡାସ୍ଥିତ ଶୀତଳା ଉଚ୍ଚ ବିଦ୍ୟାଳୟ ପରିସରରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ପ୍ରଧାନ ଶିକ୍ଷକ ଡ. ଅଜିତ୍ କୁମାର ମହାନ୍ତି ଅଧ୍ୟକ୍ଷତା କରି ସ୍ୱାଗତ ଅଭିଭାଷଣ ରଖିଥିଲେ । ଏହାକୁ ଉଦ୍‌ଘାଟନ କରି ଅବସରପ୍ରାପ୍ତ ଅଧ୍ୟକ୍ଷ ଡ. ଶ୍ରୀକାନ୍ତ ଚରଣ ପାତ୍ର ଗୋପବନ୍ଧୁଙ୍କୁ ଭଗୀରଥଙ୍କ ସହ ତୁଳନା କରି ଭାରତମଣୀ କିମ୍ବା ଭାରତରତ୍ନରେ ପୁରସ୍କୃତ କରାଯିବାକୁ କହିଥିଲେ । ମୁଖ୍ୟ ଅତିଥିଭାବେ ପ୍ରଫେସର ବିପିନ ବିହାରୀ ବିଶ୍ୱାଳ ରାଜ୍ୟର ଅଂଗିକ ବିକାଶ ଘଟୁଥିବା ବେଳେ ଗୋପବନ୍ଧୁଙ୍କ ପରି ଆତ୍ମିକ ବିକାଶ ଘଟାଇବାର ସଂକଳ୍ପ ଆଜିର ନେତାମାନେ ନେବା ଉଚିତ ବୋଲି କହିଥିଲେ । ମୁଖ୍ୟବକ୍ତା ଭାବେ ଆଇନ୍‌ଜିବୀ ଚିନ୍ମୟ କୁମାର ଦାସ ଗୋପବଂଧୁଙ୍କ ଜାତୀୟବାଦୀ ଆନ୍ଦୋଳନ ସ୍ୱାଧିନତା ଇତିହାସରେ ଅମରାକ୍ଷ ରହିଛି ବୋଲି କହିଥିଲେ । ବ୍ଲକ ଅଧ୍ୟକ୍ଷ ମାନସ ଜେନା ଯୋଗ ଦେଇ ଓଡିଆ ଭାଷା ଆମ ଜାତୀର ସ୍ପନ୍ଦନ ଓ ଏଥିପାଇଁ ଗୋପବନ୍ଧୁ ତଥା ତାଙ୍କ ମାନସ କନ୍ୟା ସମାଜ ପ୍ରମୁଖ ଭୂମିକା ରହିଥିବା କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଡ. ରମାକାନ୍ତ ଭଞ୍ଜ, ଶ୍ରୀକ୍ଷାବିତ୍ କପିଳେଶ୍ୱର ମହାନ୍ତି, ଓଷ୍ଟାର ପୂର୍ବତନ ରାଜ୍ୟ ସଭାପତି ଇନ୍ଦୁ ମାଧବ ମହାନ୍ତି, ଓଷ୍ଟର ପୂର୍ବତନ ଯୁଗ୍ମ ସଂପାଦକ ଅକ୍ଷୟ କୁମାର ମିଶ୍ର, ଓଷ୍ଟାର ବାଲେଶ୍ୱର ସଂପାଦକ ମନୋରଂଜନ ଦାସ, ରାଜାରାମ କରସର୍ମା, ସରପଞ୍ଚ ଜ୍ୟୋନିର୍ମୟ ଆଚାର୍ଯ୍ୟ ପ୍ରମୁଖ ଯୋଗ ଦେଇ ଗୋପବନ୍ଧୁ ଏକାଧାରରେ ଜଣେ ସାହିତ୍ୟିକ, ଶିକ୍ଷକ, ସଂପାଦକ, ଦେଶ ସେବକ, ସମୀକ୍ଷକ, ରାଜନେତା, ବାଗ୍ମୀ, ସୁବକ୍ତା, ସଂଗଠକ, ସ୍ୱାଧିନା ସଂଗ୍ରାମୀ, ଓକିଲ ଓ ଦୈବିଦୁର୍ବିପାକର ବନ୍ଧୁ ଭାବେ ଅଭିହିତ କରି ମାନବ ସେବା ହିଁ ମାଧବ ସେବା ବୋଲି ଅଭିହିତ କରିଥିଲେ । ସମାଜର ପ୍ରତିନିଧି ଅବନୀ ଚାନ୍ଦ ଚଳିତବର୍ଷ ଗୋପବନ୍ଧୁଙ୍କର ମହାପ୍ରାଣାୟ ଦିବସରେ ସମାଜର ଭୂମିକା ସଂପର୍କରେ ସୂଚନା ଦେବା ସହିତ ସାମ୍ପ୍ରତିକ ସମାଜରେ ସମାଜର ଭୂମୀକା ସଂପର୍କରେ କହିଥିଲେ । ସଂଜୟ କୁମାର ପାକଳ ଧନ୍ୟବାଦ ଦେଇଥିବା ବେଳେ ବିଦ୍ୟାଳୟର ଛାତ୍ରୀମାନେ ସ୍ୱାଗତ ସଂଗୀତ ପରିବେଶଣ କରିଥିଲେ । ଉପସ୍ଥିତ ସମସ୍ତ ଅତିଥି, ଗ୍ରାମବାସୀ, ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ ଗୋପବଂଧୁଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ରଜନୀ ହାଁସଦା ସଭାକାର୍ଯ୍ୟ ପରିଚାଳନା କରିଥିଲେ । ସକାଳେ ସମାଜ ପରିଚାଳନରେ ଜଳେଶ୍ୱରର ଅର୍ଣ୍ଣବ ଚେରିଟେବୁଲ ଫାଉଣ୍ଡେସନ, ଉତ୍କଳ ଜନନୀ, ହେଲ୍ପଫରୟୁ, ଔଷଧ ବ୍ୟବସାୟୀ ସଂଘ, ଉତ୍କଳ ସମ୍ମିଳନୀ, ଜଳେଶ୍ୱର ଯୁବ ମଞ୍ଜ, ସମାଜ କଲ୍ୟାଣ ବିକାଶ ପରିଷଦ ଓ ଅରୁଣ ବେଜ, ଆଦିତ୍ୟ ନାରାୟଣ ପାତ୍ର, କରୁଣାକର ଭୂୟାଁ, ଫାଲଗୁନୀ ପାଣିଗ୍ରାହୀ, ସରୋଜ ପାଣିଗ୍ରାହୀ, ଦିପ୍ତିରାଣୀ ନନ୍ଦି, ବଂଣ୍ଟି ଠକ୍କର, ଗାୟତ୍ରୀ ଗିରି, କ୍ରିଷ୍ଣା ଦେ, ଆଦିକଂଦ ଦାସ ଅଧିକାରୀ, ଗଗନ ବିହାରୀ ସାହୁ, ଉମେଶ ଚନ୍ଦ୍ର ଜେନା, ଦୁର୍ଗାଶଂକର ଗିରି, ବିନୋଦ କୁମାର ମାଝି, ପିକୁ ଦଳାଇ, ରବିନ୍ଦ୍ର ପାତ୍ର, ଜଗନ୍ନାଥ ଗୋଚ୍ଛାୟତ, ମାନସ ଧଳ ପ୍ରମୁଖଙ୍କ ନେତୃତ୍ୱରେ ଶିଖରପୁର ସ୍ଥିତ ସୁବର୍ଣ୍ଣରେଖା ନଦୀଘାଟରେ ଗୋପବନ୍ଧୁଙ୍କ ଉଦ୍ଦେଶ୍ୟରେ ତିଳ ତର୍ପଣ କରାଯାଇଥିଲା । ଜଳେଶ୍ୱରର କେତେକ ଯୁବକ ଡାକବଂଗଳାଠାରୁ ଏକ ବାଇକ୍ ଶୋଭାଯାତ୍ରାରେ ସହର ପରିକ୍ରମା କରିଥିଲେ ।

ରିପୋର୍ଟ : ଭୂପତି ପରିଡା