ଇଲୋକ୍ଟୋରାଲ ଯାଞ୍ଚ ପ୍ରକ୍ରିୟାର ଜିଲ୍ଲା ସ୍ତରୀୟ ଶୁଭାରମ୍ଭ କାର୍ଯ୍ୟକ୍ରମ :୪୫ଦିନ ମଧ୍ୟରେ ହେବ ଇଲୋକ୍ଟୋରାଲ ସଂଶୋଧନ…

ପାରଳାଖେମୁଣ୍ଡି(ସମୃଦ୍ଧ ଓଡିଶା)ପାରଳାଖେମୁଣ୍ଡିସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସମ୍ମିଳନୀ କକ୍ଷରେ ଆଜି “ସମରି ରିଭିଜନ-୨୦୨୦” ଅବସରରେ ଇଲୋକ୍ଟୋରାଲ ଯାଞ୍ଚ ପ୍ରକ୍ରିୟା’ର ଜିଲ୍ଲା ସ୍ତରୀୟ ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ ଯାଇଛି । ଜିଲ୍ଲାପାଳ ଅନୁପମ ଶାହା ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଜାତୀୟ ନିର୍ବାଚନ କମିଶନରଙ୍କ ନିର୍ଦ୍ଦେଶକ୍ରମେ ଏବଂ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ଜଣାଇବା ପ୍ରକାରେ ଗଜପତି ଜିଲ୍ଲାରେ ଆଜିଠାରୁ ଏହି ଇଲେକ୍ଟର୍ ଯାଞ୍ଚ ପ୍ରକ୍ରିୟା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମ ଆଜିଠାରୁ ଅର୍ଥାତ ସେପ୍ଟେମ୍ବର ୧ ରୁ ଆରମ୍ଭ ହୋଇ ଆସନ୍ତା ଅକ୍ଟୋବର ୧୫ ତାରିଖ ପର୍ଯ୍ୟନ୍ତ ,୪୫ ଦିନ ଧରି ଅନୁଷ୍ଠିତ ହେବ । ଏହି କାର୍ଯ୍ୟକ୍ରମରେ ମୁଖ୍ୟତଃ ଇଲେକ୍ଟର୍ ମାନଙ୍କ ଯାହାକିଛି ବି ଭୁଲ ଭଟକା ରହିଛି ଏବଂ ଠିକ ଅଛି ନା ନାହିଁ, ସେ ସବୁର ନିୟୋଜିତ ହୋଇଥିବା ବୁଥ୍ ସ୍ତରୀୟ ଅଧିକାରୀମାନେ ଯାଞ୍ଚ କରି ଠିକଠାକ୍ କରିବେ । ଯେଉଁଥିରେ କି କୋଣସି ପ୍ରକାର ଭୁଲ ଠିକ’ର ଆବଶ୍ୟକ ପଡୁଛି , କଳାଧଳା ଫଟୋ ଜାଗାରେ କଲର ଫଟୋ ଲଗାଇବାର ଅଛି , କି ଗୋଟିଏ ପରିବାରର ସଦସ୍ୟମାନେ କୋଣସି କାରଣ ବଶତଃ ଦୁଇଗୋଟି ବୁଥ୍’ରେ ରହି ଯାଇଛନ୍ତି , ସେହି ସଦସ୍ୟ ମାନଙ୍କ ନାମ ତାଲିକା ଠିକଠାକ୍ କରି ଗୋଟିଏ ହିଁ ବୁଥ୍ ତାଲିକାରେ ରଖିବାକୁ ହେବା । ଏ ସମ୍ପର୍କିତ ଯେତେ ସବୁ ସମସ୍ୟା ନଜରକୁ ଆସିଲେ ସେ ସବୁର ଆବଶ୍ୟକ ଠିକଠାକ୍ କରାଯିବ । ଏ ସମ୍ପର୍କରେ ସମ୍ପୃକ୍ତ ବୁଥ୍ ଅଧିକାରୀମାନଙ୍କୁ କୁହାଯାଇଛି । ଜିଲ୍ଲାରେ ଯେଉଁ ଭୋଟର ତାଲିକା ପଞ୍ଜିକରଣ ଅଧିକାରୀ ତଥା ଉପ- ଜିଲ୍ଲାପାଳ ଓ ସହକାରୀ ଅଧିକାରୀ ରହିଛନ୍ତି ସେମାନେ ପ୍ରତ୍ୟେକ ବ୍ଲକ’ର ବୁଥ୍ ପରିଦର୍ଶନ କରି ଅନୁଧ୍ୟାନ କରିବେ ଏହି କାର୍ଯ୍ୟକ୍ରମ ସମ୍ପର୍କରେ । ଏହି ୪୫ ଦିନିଆ ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମ ମଧ୍ୟରେ ଏହି କାର୍ଯ୍ୟକ୍ରମ କିଭଳି ଭଲରେ ସମ୍ପାଦନ ହେବ , ସେଥିପାଇଁ ଜିଲ୍ଲା ନିର୍ବାଚନ ପ୍ରଶାସନ ପକ୍ଷରୁ ଚେଷ୍ଟା କରାଯାଉଛି ବୋଲି ଜିଲ୍ଲାପାଳ ଉପସ୍ଥିତ ସାମ୍ବାଦିକ ମାନଙ୍କୁ ସୁଚନା ପ୍ରଦାନ କରିଥିଲେ । ଅନ୍ୟପକ୍ଷରେ ବୁଥ୍ ସ୍ତର ଅଧିକାରୀ ମାନେ ରବିବାର ଦିନ ବୁଥ୍’ରେ ରହି ଏବଂ ଅନ୍ୟ ଦିନ ମାନଙ୍କରେ ଫିଲ୍ଡ଼ ଯାଇ ଏହି କାର୍ଯ୍ୟ କରିବେ ବୋଲି ଜଣାଯାଇଛି ।ଇଲେକ୍ଟୋରାଲ ରେଜିଷ୍ଟ୍ରେସନ ଅଫିସର ତଥା ଉପ-ଜିଲ୍ଲାପାଳ ରଜନୀ କାନ୍ତ ସ୍ବାଇଁ ମଂଚସିନ ରହି କାର୍ଯ୍ୟକ୍ରମର ପ୍ରାରମ୍ଭିକ ସୁଚନା ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ସହକାରୀ ଉପ-ଜିଲ୍ଲାପାଳ ସରୋଜ କୁମାର ବେହେରା , ଜିଲ୍ଲା ସୁଚନା ଓ ଲୋକ ସମ୍ପର୍କ ଅଧିକାରୀ ରବି ଚନ୍ଦ୍ର ନାୟକ ଏବଂ ନିର୍ବାଚନ ବିଭାଗ’ର ପ୍ରତାପ ଚନ୍ଦ୍ର ପଣ୍ଡାଙ୍କ ସମେତ ବହୁ ସଂଖ୍ୟାରେ ବୁଥ୍ ସ୍ତର ଅଧିକାରୀ ମାନେ ଉପସ୍ଥିତ ଥିଲେ ।


ରିପୋର୍ଟ : କୃଷ୍ଣ କୁମାର ବେହେରା