ଇଣ୍ଡିଆ ବୁକ୍ ଅଫ ରେକର୍ଡରେ ନାମ ଲେଖି ଗୌରବ ଆଣିଲେ ଜଳେଶ୍ୱରର ଯୁବକ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ବାଲେଶ୍ୱର ଜିଲାର ଅନ୍ୟଏକ ବିଛିନ୍ନାଞ୍ଚଳ ଭାବେ ପରିଚିତ ରାଇବଣିଆ ଅଞ୍ଚଳର ବେହେରା ସାହି ଗାଁର ଶ୍ରୀମନ୍ତ ଘୋଷ ଓ ପଞ୍ଚଜିନୀ ଘୋଷଙ୍କ ପୁଅ ଅଜୟ ଘୋଷ ନିକଟରେ ଓଡିଆବୁକ୍ ଅଫ ରେକର୍ଡରେ ସ୍ଥାନପାଇ ଜଳେଶ୍ୱର ଲାଗି ଗୌରବ ସାଉଁଟିଛନ୍ତି । ଗତ ଘୋଷଯାତ୍ରା ବେଳେ ଅଜୟ ରାଇବଣିଆର ମୁଣୁତୁଣିଆସ୍ଥିତ ଭକ୍ତ କବି ଦିନକୃଷ୍ଣ ଦାସଙ୍କ କବିପୀଠଠାରେ ୧୦ହଜାର ବର୍ଗଫୁଟର ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ରଂଗୁଲି କରି ଇଣ୍ଡିଆ ବୁକ୍ ଅଫ ରେକର୍ଡରେ ସ୍ଥାନ ପାଇଛନ୍ତି । ଗତ ଜୁଲାଇ ୧୨ ତାରିଖରେ ଏପରି ଏକର୍ଷଣୀୟ ରଙ୍ଗୁଲି ଆଙ୍କି ଶ୍ରେଷ୍ଠ କଳା ନେପୂର୍ଣ୍ଣ ପ୍ରଦର୍ଶନ କରିଥିବା ଅଜୟଘୋଷଙ୍କୁ ନିକଟରେ ଇଣ୍ଡି ବୁକ୍ ଅଫ ରେକର୍ଡର୍ସ ପକ୍ଷରୁ ଅକ୍ଟୋବର ପହିଲାରେ ଭର୍ଚୁଆଲ ମୋର୍ଡରେ ସୂଚନା ଦିଆଯାଇଥିଲା । ଗତ ୮ତାରିଖରେ ସେ କୋରିଆରଯୋଗେ ଏହି ପ୍ରସଂସାପତ୍ର ପାଇଛନ୍ତି । ତାଙ୍କର ଏହି ରଂଗୁଲି ପାଇଁ ରାଜସ୍ଥାନର ଜୟପୁରରୁ ତାଙ୍କୁ ବେଷ୍ଟ ଆଟିର୍ଷ୍ଟ ଅଫ ଦି ଇଅର-୨୧ର ଇଣ୍ଟର ନେସନାଲ ବ୍ରିଲିଆନ୍ସ ପୁରସ୍କାର ମିଳିଛି । ଏବେ ସେ ମୟୂରଭଞ୍ଜ ଜିଲାର ଗରୁମହିଷାଣୀ ଥାନା ଅନ୍ତର୍ଗତ ହାତିଆ ଉଚ୍ଚ ବିଦ୍ୟାଳୟର କଳା ଶିକ୍ଷକ ଭାବେ କାର୍ଯ୍ୟରତ ଅଛନ୍ତି । ଏପରି ପୁରସ୍କାର ପାଇଥିବାରୁ ରାଇବଣିଆ ଓ ଜଳେଶ୍ୱର ଅଂଚଳରେ ଆନନ୍ଦର ଲହରି ଖେଳି ଯାଇଛି ।

ରିପୋର୍ଟ : ଭୂପତି ପରିଡା