ଆସିଲା ୟୂଜି ଓ ପିଜି ପରୀକ୍ଷା ସମ୍ପର୍କରେ ସୁପ୍ରିମକୋର୍ଟଙ୍କ ରାୟ…

ନୂଆଦିଲ୍ଲୀ (ସମୃଦ୍ଧ ଓଡିଶା) ୟୁଜି ଓ ପିଜି ପରୀକ୍ଷା ନେଇ ଆସିଲା ସୂଚନା । ସେପ୍ଟେମ୍ବର ଶେଷ ସୁଦ୍ଧା ୟୁଜି ଓ ପିଜି ପରୀକ୍ଷା ହେବ । ଆଜି ସୁପ୍ରିମକୋର୍ଟ ପରୀକ୍ଷା ବାତିଲ ନେଇ କରାଯାଇଥିବା ଆବେଦନକୁ ଖାରଜ କରିଛନ୍ତି । ୟୁଜିସିରେ ଜୁଲାଇ ୬ ନିର୍ଦ୍ଦେଶକୁ କାଏମ ରଖିଚନ୍ତି କୋର୍ଟ । ସେପ୍ଟେମ୍ବର ସୁଦ୍ଧା ଶେଷ ବର୍ଷ ପରୀକ୍ଷା ସାରିବାକୁ ନିର୍ଦ୍ଦେଶ ଥିଲା । ଜଷ୍ଟିସ ଅଶୋକ ଭୂଷଣଙ୍କ ଅଧ୍ୟକ୍ଷତାରେ ୩ଜଣିଆ ଖଣ୍ଡପୀଠରେ ଏହି ରାୟ ଶୁଣା ଯାଇଛି । କରୋନା ଅସୁବିଧା ଥିଲେ ସମ୍ପୃକ୍ତ ରାଜ୍ୟ ପରୀକ୍ଷା ଘୁଞ୍ଚାଇ ପାରିବେ । ଏଥିପାଇଁ ସମ୍ପୃକ୍ତ ରାଜ୍ୟ ପରୀକ୍ଷା ଘୁଞ୍ଚାଇବାକୁ ୟୁଜିସିକୁ ଆବେଦନ କରିବେ । ୟୁଜିସି ବିନା ଅନୁମତିରେ କୌଣସି ଛାତ୍ରଛାତ୍ରୀଙ୍କୁ ଉତ୍ତୀର୍ଣ୍ଣ କରାଯିବ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ଉଲ୍ଳେଖଯୋଗ୍ୟ ଯେ ଅଗଷ୍ଟ ୧୮ରେ ଶୁଣାଣି ସାରି ରାୟ ସଂରକ୍ଷିତ ରଖିଥିଲେ କୋର୍ଟ ।