ଆଶା କର୍ମୀଙ୍କ ଇନଟେନସିଭ ରାଶି୧୦ ଲକ୍ଷ ଟଙ୍କା ହଡପ ଅଭିଯୋଗ…

ପଦ୍ମପୁର (ସମୃଦ୍ଧ ଓଡିଶା) ବରଗଡ଼ ଜିଲ୍ଲା ଅନ୍ତର୍ଗତ ଝାରବନ୍ଧ ବ୍ଲକର ଡଭା ସି.ଏଚ.ସି ଅଧିନରେ କାର୍ଯ୍ୟରତ ୭୨ଜଣ ଆଶା କର୍ମୀଙ୍କ ୫ ମାସର ଇନଟେନସିଭ ଟଙ୍କା ପାଖାପାଖି ୧୦ ଲକ୍ଷ ଟଙ୍କା ହଡପ ହୋଇଯାଇଛି । ୨୦୧୯ ବର୍ଷ ଏପ୍ରିଲ ମାସରୁ ଅଗଷ୍ଟ ମାସ ପର୍ଯ୍ୟନ୍ତ ଆଶା କର୍ମୀମାନଙ୍କ ଡଭା ସିଏଚସିକୁ ଇନଟେନସିଭ ବାବଦକୁ ଆସିଥିବା ପ୍ରାୟ ୧୦ ଲକ୍ଷ ଟଙ୍କା ଆଶା କର୍ମୀମାନଙ୍କ ଏକାଉଣ୍ଟରେ ଜମା ନ କରି ଡଭା ସିଏଚସିର ଜନୈକ ଏକାଉଣ୍ଟେନ ଅଭୟ ସିଦ୍ଧାର ହଡପ କରି ଦେଇଥିବାର ଗୁରୁତ୍ୱର ଅଭିଯୋଗ ଆସିଛି । କାର୍ଯ୍ୟରତ ୭୨ ଜଣ ଆଶା କର୍ମୀ ଏ ସଂପର୍କରେ ଡଭା ସିଏଚସିର ଅଧିକାରୀ ଓ ବରଗଡ଼ ସିଡିଏମଓଙ୍କୁ ବାରମ୍ବାର ଜଣାଉଥିଲେ ମଧ୍ୟ ଏ ଦିଗରେ ଅଧିକାରୀମାନେ କୌଣସି ପଦକ୍ଷେପ ନ ନେଇ ନିରବ ରହୁଛନ୍ତି କେବଳ ଟଙ୍କା ପାଇବ ବୋଲି ପ୍ରତିଶୃତି ଦେଉଛନ୍ତି । ଇତି ମଧ୍ୟରେ ଏକାଉଣ୍ଟେନ ଶ୍ରୀ ସିଦ୍ଧାର ବଦଳି ହୋଇ ତାଳପାଲି ସିଏଚସିରେ କାର୍ଯ୍ୟରତ । ଡବା ସିଏଚସି ଇନଚାର୍ଜ ଡା ମଧୁମିତା ମେହେରଙ୍କୁ ପଚାରିବାରୁ ଆଶା କର୍ମୀଙ୍କ ଟଙ୍କା ହଡପ ହୋଇଥିବା ସ୍ପିକାର କରିବା ସହ ବରଗଡ଼ ସିଡିଏମଙ୍କୁ ଜଣାଇଥିବା କହିଛନ୍ତି । ଟୁହୁଙ୍ଗିଦାଦର ଗ୍ରାମର ଆଶା କର୍ମୀ ଶ୍ରୀ ମତୀ ସୁଷମା ବାରିକ ନୁଆଁଖାଇ ପୂର୍ବରୁ ଆଶା କର୍ମୀଙ୍କୁ ଟଙ୍କା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ଠାରେ ଅନୁରୋଧ କରିଛନ୍ତି । ଆଶା କର୍ମୀମାନଙ୍କ ଦରମା ନଥିବା ବେଳେ କେବଳ ଏହି ପ୍ରହୋତ୍ସାନ ରାଶି ଉପରେ ନିର୍ଭର କରି ଚଳିଥାନ୍ତି ।

ରିପୋର୍ଟ – ନିରୋଜ କୁମାର ପାଣୀ