ଆର୍ଯ୍ୟଭଟ୍ଟ ପ୍ରେରଣା ୨୦୨୧ ଉତ୍ସବ ଅନୁଷ୍ଠିତ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଆଜି ଆର୍ଯ୍ୟଭଟ୍ଟ, ବ୍ରହ୍ମପୁର ତରଫରୁ ପ୍ରେରଣୀ ୨୦୨୧ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ଆର୍ଯ୍ୟଭଟ୍ଟ ଅନୁଷ୍ଠାନରେ ଅଧ୍ୟୟନ କରି ଆଇ.ଆଇ.ଟି, ଏନ୍.ଆଇ.ଟି, ଆଇଜର, କେ.ଭି.ପି.ୱାଇ. ନାଇଜର, ସି.ଏସ.ଆଇ.ଆର, ଆଇ.ଏସ୍‌.ଆଇ ପ୍ରଭୃତି ଅନୁଷ୍ଠାନମାନଙ୍କ ପାଇଁ ହୋଇଥିବା ପ୍ରବେଶିକା ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଉତ୍ସବ ପ୍ରତିବର୍ଷ ଭତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କ ସଫଳତାର କାହାଣୀ ଅନ୍ୟମାନଙ୍କୁ ପ୍ରେରଣାର ଉତ୍ସ ହୋଇଥାଏ । ଆଜିର ଉତ୍ସବର କେନ୍ଦ୍ରବିନ୍ଦୁ ରହିଥିଲେ ପି.ମନୋଜ କୁମାର । ଦାରିଦ୍ର୍ୟ ବାସହୀନ ଛାତ୍ର ମନୋଜ ସଂଘର୍ଷରେ ନୟାନ୍ତ ହୋଇ ସହାରା ଖୋଜୁଥିଲା ବେଳେ ଆର୍ଯ୍ୟଭଟ୍ଟ, ବ୍ରହ୍ମପୁର, ଏହି ଦୁର୍ବଳ ଶ୍ରେଣୀର ଛାତ୍ରଙ୍କୁ ମାରଣାରେ ପଡେଇବା ସହ ଆର୍ଥୀକ ଉଚ୍ଚଶିକ୍ଷା ପାଇଁ କିଛି ଆର୍ଥିକ ସହାୟତା ଯୋଗାଇ ଦେଉଥିବା ଜାଣିବାକୁ ପାଇଲେ । ଆର୍ଯ୍ୟଭଟ୍ଟରେ ସାହାଯ୍ୟ ସହଯୋଗର ସମସ୍ତ ଆଶ୍ଵାସନା ପାଇ ମନୋଜ ଆଇ.ଆଇ.ଟି.ମେଇନସ୍‌, ଆଡ଼ଭାନସ୍‌ରେ ଉକୃଷ୍ଟ ଫଳ ପ୍ରଦର୍ଶନ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଲେ । ତାଙ୍କ ସଫଳତା ଯୋଗୁଁ ଅନେକ ସହାୟତାର ହାତ ତାଙ୍କ ଆଡ଼େ ଲମ୍ବି ଆସିଲା । ଏଥିପାଇଁ ଆର୍ଯ୍ୟଭଟ୍ଟ ପରିବାର ପକ୍ଷରୁ ନିର୍ଦ୍ଦେଶକ ସୁଧୀର ରାଉତ ସମସ୍ତଙ୍କୁ କୃତଜ୍ଞତା ଜଣାଇଥିଲେ । ଏହି ଉତ୍ସବରେ ଆଇଜର ବ୍ରହ୍ମପୁରର ନିର୍ଦ୍ଦେଶକ କେ.ଭି ଆର.ଚାରୀ ମୂଖ୍ୟ ଅତୀଥି ଭାବେ ଯୋଗ ଦେଇଥିଲା ବେଳେ ଗଂଜାମ ଜିଲ୍ଲାପାଳ ସ୍ଵତନ୍ତ୍ର ଅତିଥି ଭାବେ ଯୋଗ ଦେଇଥିଲେ । ଭାରତର ରାଜ୍ୟ ସଭାର ପ୍ରାକ୍ତନ ଅତିରିକ୍ତ ସଚିବ ସତ୍ୟନାରାୟଣ ସାହୁ ମୂଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ । ଅନୁଷ୍ଠାନର ନିର୍ଦ୍ଦେଶକ ସୁଧୀର ରାଉତଙ୍କ ସଭାପତିତ୍ଵରେ ଅନୁଷ୍ଠିତ ଏହି ଉତ୍ସବରେ ପାରଳା ମହାରାଜା ଇଂଜିନିୟରିଂ କଲେଜର ଅଧ୍ୟକ୍ଷ ସମ୍ମାନିତ ଅତିଥିଭାବେ ଯୋଗ ଦେଇଥିଲେ । ସଭାରେ ପୁରାତନ ଛାତ୍ର ଅଭିଭାବକ ତୁମ୍ବନାଥ ପଣ୍ଡା ଅତୀଥି ପରିଚୟ ସହ ସ୍ଵାଗତ ସମ୍ଭାଷଣ ଦେଇଥିଲେ ଓ ଛାତ୍ରମାନେ ମିଳିତ ଭାବେ ଅନ୍ୟବାଦ ଅର୍ପଣ କରିଥିଲେ । ସମ୍ବର୍ଦ୍ଧନା ସଭା ଶେଷରେ ଅନୁଷ୍ଠାନର ଛାତ୍ରଛାତ୍ରୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । କାର୍ଯ୍ୟକ୍ରମକୁ ଅନୁଷ୍ଠାନର କର୍ମକର୍ତ୍ତା ସୁଶାନ୍ତ ମହାନ୍ତି, ସୁକାନ୍ତ ଗୌଡ଼, ଭୀରରାଜୁ ପାତ୍ର, ସୁଭେନ୍ଦୁ ପାତ୍ର, ମନୋଜ ଡାକୁଆ, ପ୍ରକାଶ ରାଓ ପ୍ରମୁଖ ପରିଚାଳନା କରିଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା