ଆରମ୍ଭ ହେଲା “ରଜ ମଉଜ -୨୦୨୨”

ବାରିପଦା ୧୩/୦୬ – ଗୁରୁକୁଳ ଆଣ୍ଡ ଭିଜୁଆଲ ଏକାଡାମି ଆନୁକୁଲ୍ୟରେ ବାରିପଦା ଆମ୍ବିକା ସାହି ଠାରେ “ରଜ ମଉଜ -୨୦୨୨” ର ଶୁଭା ଉଦ୍ ଘାଟନ ହୋଇଯାଇଛି l ଜୁନ୍ ୧୩,୧୪,୧୫ ତିନିଦିନ ବ୍ୟାପୀ ଅନୁଷ୍ଠିତ ହେଉଥିବା ଏହି କାଯ୍ୟକ୍ରମକୁ ମୁଖ୍ୟ ଅତିଥି ଭାବେ ଜିଲ୍ଲାପରିଷଦ ଅଧ୍ଯକ୍ଷା ଭାରତୀ ହାଁସଦା ଉଦ୍ ଘାଟନ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ସବୁଜ ସୁନ୍ଦର ବାରିପଦା ଆବାହକ ଜିତେନ୍ଦ୍ର ମହାନ୍ତି, ବିଶିଷ୍ଟ ଗାଲ୍ପିକା ଡ଼. ପୁଷ୍ପା ପାତ୍ର, ଉପନଗରପାଲ ସୀମା ଦାସ, ୧ ନୁମ୍ବର କାଉନସିଲର ସୁକେଶିନୀ ସେଠୀ, ୫ ନୁମ୍ବର କାଉନସିଲର ପୂଜା ତରେଇ, ଗୀତିକାର ସୁନୀଲ ଜେନା, ସାମ୍ବାଦିକ ସୁକାନ୍ତ ଜୀଉ, ସାମ୍ବାଦିକ ଦେବବ୍ରତ ଦେ ଓ ମିଶନଶକ୍ତି ଜିଲ୍ଲା ସଭାନେତ୍ରୀ ବିଷ୍ଣୁପ୍ରିୟା ଦାସ ପ୍ରମୁଖ ଅତିଥିଭାବେ ଯୋଗ ଦେଇଥିଲା l ଏହି କାର୍ଯ୍ୟକ୍ରମରେ ଏକକ, ଦୌତ୍ୟ ଓ ଦଳଗତ ନୃତ୍ୟ, ମ୍ୟୁଜିକ ଚେୟାର , ଚିତ୍ରାଙ୍କଣ, ପୁଚି ଓ ସାଧାରଣ ଜ୍ଞାନ ପ୍ରତିଯୋଗିତା ଅନୁଷ୍ଠିତ ହେଇଯାଇଛି ଓ ଆଜି କିଛି କାର୍ଯ୍ୟକ୍ରମ ରହିଛି l ଅନ୍ୟମାନଙ୍କ ମଧ୍ୟରେ ସଂପାଦକ ମୁନା ମୋଦୀ, ଅଭିନେତା ସମାଜ ପତି, ନୂତ୍ୟ ନିର୍ଦ୍ଦେଶକ ଜାଗନ୍ନାଥ ଦାସ, ନୂତ୍ୟ ଶିଳ୍ପୀ ସୋନା ମୁସକାନ, ପ୍ରମୁଖ କଳାକାର ମାନେ ଯୋଗ ଦେଇଥିଲେ l କାର୍ଯ୍ୟକ୍ରମର ବିଶେଷ ଆକର୍ଷଣ ” ରଜକୁଇନ ” ପାଇଁ ପ୍ରତିଯୋଗୀଙ୍କ ମଧ୍ୟରେ ବେଶୀ ଆଗ୍ରହ ପ୍ରକାଶ ପାଇଛି l ବହୁ ସଂଖ୍ୟାରେ ପ୍ରତିଯୋଗୀ ମାନେ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ନିର୍ଦ୍ଦେଶକ ଲିଟନ ପଟ୍ଟନାୟକ ନିବେଦନ କରିଛନ୍ତି l ଅନ୍ୟମାନଙ୍କ ମଧ୍ୟରେ ହୁଦା ନନ୍ଦ ବାରିକ, ଦୀପକ ଘୋଷ, ଅଭିଜିତ କଲିଆ ଓ ଚିକୁ ପରିଡା ଯୋଗଦେଇ କାର୍ଯ୍ୟକ୍ରମ କୁ ପରିଚାଳନ କରିଥିଲା l