ଆରମ୍ଭ ହେଲା ରଙ୍ଗିଲା ଇଣ୍ଟନେସନାଲ ଡ୍ୟାନ୍ସ ଗ୍ରୁପର ଆଉ ଏକ ଶାଖା…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ଆଜି ଭୁବନେଶ୍ୱର ସ୍ଥିତ ବିଜେବି ନଗର ଠାରେ ରଙ୍ଗିଲା ଇଣ୍ଟନେସନାଲ ଡ୍ୟାନ୍ସ ଗୃପ ଓ ସ୍ୱନ୍ଦନ ପ୍ରୋଡ଼ସନ ଆନୁକୂଲ୍ୟରେ ଆଉ ଏକ ଡ୍ୟାନ୍ସ ସ୍କୁଲ ପ୍ରତିଷ୍ଠା କରାଯାଇଛି । ପ୍ରତିଷ୍ଠାତା ଦିଲୀପ କୁମାର ସ୍ୱାଇଁଙ୍କ ପ୍ରଚେଷ୍ଟାରେ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଏକାଧିକ ଶାଖା ଖୋଲି ସଫଳତା ହୋଇଥିବା ଜଣାପଡିଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପ୍ରଯ୍ୟଟନ ମନ୍ତ୍ରୀ ଅଶୋକ କୁମାର ପଣ୍ଡା, ପୂର୍ବତନ ବିଧାୟକ ଓ ଚଳଚ୍ଚିତ୍ର ଅଭିନେତା ଆକାଶ ଦାସ ନାୟକ ଓ ଅନ୍ୟତମ ଅତିଥି ଭାବେ ଅଭିନେତ୍ରୀ ଭୂମିକା ଦାସ, ପ୍ରଯୋଜକ ଅନାମ ଚରଣ ସାହୁ, ପ୍ରଯୋଜକ କୁନା ମଙ୍ଗରାଜ, ଅଭିନେତା ରୁଦ୍ର ମହାନ୍ତି, ଅଭିନେତ୍ରୀ ଜିନା ସାମଲ, ଅଭିନେତ୍ରୀ ରୋମି ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ । ଆଗାମୀ ଦିନରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ରଙ୍ଗିଲା ଇଣ୍ଟନେସନାଲ ଡ୍ୟାନ୍ସ ଗୃପର ଶାଖା ଖୋଲା ଯିବ ବୋଲି ସଂସ୍ଥାର ପ୍ରତିଷ୍ଠାତା ଦିଲିପ କୁମାର ସ୍ୱାଇଁ ଜଣାଇଛନ୍ତି ।