ଆମ୍ବଗାଁରେ ମାଁ ଠାକୁରାଣୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ : ୧୬ଟି ଦଳ ସାମିଲ …

ସାନଖେମୁଣ୍ଡି (ସମୃଦ୍ଧ ଓଡିଶା) ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ଆମ୍ବଗାଁ ପଞ୍ଚାୟତ ସଦର ଗ୍ରାମ ଯୁଦ୍ଧ ପଡିଆଠାରେ ମାଁ ଠାକୁରାଣୀ କ୍ରିକେଟ କ୍ଲବ ଦ୍ୱାରା ଏକ ଗ୍ରାମଞ୍ଚଳ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇଅଛି । ସ୍ଥାନୀୟ ଅଞ୍ଚଳର ବଛାବଛା ୧୬ଗୋଟି ଟିମକୁ ନେଇ ଆୟୋଜିତ ଏହି ମାଁ ଠାକୁରାଣୀ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଆଜି ଶୁଭାରମ୍ଭ ଦିବସରେ ଘରୋଇ ଆମ୍ବଗାଁ ଟିମ ସହ ସାହସପୁର ହାଟପଦା କ୍ରିକେଟ ଟୁର୍ଣ୍ଣାମେଣ୍ଟ ସହ ମୁକାବିଲା ହୋଇଥିଲା । ଆୟୋଜିତ ଶୁଭାରମ୍ଭ ଦିବସରେ ମୁଖ୍ୟ ଅତିଥି ଭାବେ ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀର ବିଶିଷ୍ଟ ବିଜେପି ବ୍ୟକ୍ତିତ୍ୱ, ଧରାକୋଟ ଗ୍ରାମ ଯୁବନେତା, ରାଜ୍ୟ କୃଷକ ମୋର୍ଚ୍ଚା ସଂଯୋଜକ ପ୍ରଦୀପ କୁମାର ପତି ଯୋଗଦେଇ ଅଂଶଗ୍ରହଣ କାରୀ ପ୍ରତିଯୋଗିଙ୍କୁ ଉତ୍ସାହିତ କରିଥିବା ବେଳେ ଗ୍ରାମଞ୍ଚଳରେ କ୍ରୀଡ଼ାର ଭିତ୍ତିଭୂମି ବିକାଶକୁ ନେଇ ଗୁରୁତ୍ୱରୋପ କରିଥିଲେ । ଅନୁଷ୍ଠିତ ଉଦଘାଟନୀ ମ୍ୟାଚକୁ ରିବିନ କାଟି ଉଦଘାଟନ କରିବା ସହିତ ଅଂଶଗ୍ରହଣ କାରୀଙ୍କ ଦ୍ୱାରା କ୍ରିକେଟ ଖେଳକୁ ବ୍ୟାଟିଂ କରି ଶୁଭାରମ୍ଭ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପୀତବାସ ଭୂୟାଁ, ସୁମନ ସାହୁ, ମଣ୍ଟୁ ରଣା, ହରୀକୃଷ୍ନ ବେହେରା, ସମୀର ବିଷୋୟୀ, ଦିଲୀପ ବରାଡ଼, ପପୁନ ଭୂୟାଁ, ସୁରେଶ ବେହେରା ପ୍ରମୁଖ ଉପସ୍ଥିତ ରହି, ଉଦ୍ଘାଟିନ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିଥିଲେ । ଅନୁଷ୍ଠିତ ପ୍ରଥମ ଦିନରେ ମ୍ୟାଚରେ ପ୍ରଥମ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ହାଟପଦା ଝଙ୍କଟେଶ୍ୱରୀ କ୍ଲବ ମୋଟ ୮୨ ରନ ସଂଗ୍ରହ କରିଥିବା ବେଳେ ଘରୋଇ ମାଁ ଠାକୁରାଣୀ ୪ବିକେଟ ହରାଇ ୪ବଲ ବାକି ଥାଇ ୮୬ ରନ ସଂଗ୍ରହ କରି ବିଜୟ ଲାଭ କରିଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା ଓ ସାନଖେମୁଣ୍ଡିରୁ ପ୍ରଫୁଲ୍ଲ ସାବତ