ଆପଣଙ୍କ ଭାଗ୍ୟ …

ମେଷ: ରାଜନୀତି କରୁଥିବା ବ୍ୟକ୍ତିଙ୍କୁ ଶୁଭଫଳ ସହ ପଦପଦବୀ ପ୍ରାପ୍ତି ହେବ। ପାରିବାରିକ ଜୀବନ ସୁଖମୟ ହେବ ଓ ସୁସ୍ୱାଦୁ ଭୋଜନ କରିବେ ।କୌଣସି ଏକ ଖବର ଶୁଣି ମନ ଖୁସି ରହିବ, ବାକି ପଡିଥିବା ଅର୍ଥ ଆଦାୟ ହେବ ।

ବୃଷ: ପିଲାମାନଙ୍କର ସ୍ୱଭାବ ଆଚରଣ ଭଲ ରହିବ ନାହିଁ ଓ ସ୍ୱାସ୍ଥ୍ୟ ଖରାପ ରହିବ । ନିର୍ମାଣଧୀନ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିବ ଓ ଘରକୁ ଅତିଥି ଆସିବେ। ମାଙ୍ଗଳିକ କାର୍ଯ୍ୟ ପାଇଁ ଖୁସି ଖବର ସହ ଅର୍ଥ ପ୍ରାପ୍ତି ହେବ ।

ମିଥୁନ: ସରକାରୀ କାର୍ଯ୍ୟରେ ସଫଳତା ମିଳିବା ସହ ସାମାଜିକ ପ୍ରତିଷ୍ଠା ଓ ମାନ ସମ୍ମାନ ପାଇବେ। କୌଣସି ନୂତନ ବ୍ୟକ୍ତିଙ୍କ ସହିତ ଭେଟ ହେବା ଫଳରେ ସୁଖ ସମୃଦ୍ଧି ବୃଦ୍ଧି ହେବ । ସ୍ୱାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହୋଇ ପତି ପତ୍ନୀଙ୍କ ମଧ୍ୟରେ ବୁଝାମଣା ଭଲ ରହିବ ।

କର୍କଟ: ବାଦବିବାଦ, ମାଲିମୋକଦ୍ଦମା, ପ୍ରତିଯୋଗିତା, ପରୀକ୍ଷା ଓ ସାକ୍ଷାତକାରରେ ସଫଳ ହେବେ । ଶତ୍ରୁମାନେ ଶତଚେଷ୍ଟା କଲେ ମଧ୍ୟ କୌଣସି କ୍ଷତି କରିପାରିବେ ନାହିଁ । ଦୂରଯାତ୍ରା କଲେ ହଇରାଣ ହେବାକୁ ପଡିପାରେ ।

ସିଂହ: ଅଧସ୍ତନଙ୍କର ସହଯୋଗ ଯୋଗୁ କର୍ମକ୍ଷେତ୍ରରେ ପ୍ରଶଂସା ପାଇବେ । ବନ୍ଧୁ ମିତ୍ରଙ୍କର ସହଯୋଗ ଓ ପ୍ରେରଣା ପାଇ ଉଚିତ ପନ୍ଥା ଗ୍ରହଣ କରିବେ । ଇନ୍ଦ୍ରିୟପରାୟଣତା ଓ ବିଷୟବାସନା ଉପରେ ଅଧିକ ଗୁରୁତ୍ୱ ଦେବେ ।

କନ୍ୟା: ରାଜନୀତି କ୍ଷେତ୍ରରେ ଲୋକ ସମ୍ପର୍କ ଆତ୍ମସନ୍ତୋଷ ବଢ଼େଇବ । ପଡୋଶୀମାନେ ସମ୍ମୁଖରେ ପ୍ରଶଂସା କରି ପଛରେ ନିନ୍ଦା କରିପାରନ୍ତି । ବାହନରେ କୌଣସି ଜାଗାକୁ ଯାତ୍ରାକଲେ ସତର୍କତା ଅବଲମ୍ବନ କରିବା ଉଚିତ୍ ।

ତୁଳା: ପୁରାତନ ରୋଗ ପ୍ରକୋପର ଉପଶମ ହୋଇ ଶାରୀରିକ ସୁସ୍ଥତା ସହ ମାନସିକ ଶାନ୍ତି ଦେଖାଦେବ । ଜମିବାଡ଼ି ସଂକ୍ରାନ୍ତୀୟ ସମସ୍ୟାର ସମାଧାନ ହେବା ଫଳରେ ବଡ କାମ କରିବାକୁ ଇଚ୍ଛା ଜାଗ୍ରତ ହେବ। ଅଧ୍ୟୟନ, ଅଧ୍ୟାପନା ଓ ଅନୁସନ୍ଧାନ ପରି କାର୍ଯ୍ୟରେ ସଫଳତା ଅର୍ଜନ କରି ଆନନ୍ଦିତ ହେବେ।

ବିଛା: କର୍ମକ୍ଷେତ୍ରରେ ବିଭିନ୍ନ ପ୍ରକାର ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି। ଆତ୍ମୀୟମାନେ ସମାଲୋଚନା କରିପାରନ୍ତି। ଆୟ ତୁଳନାରେ ବ୍ୟୟ ଅଧିକ ହୋଇଯିବ।

ଧନୁ: କୌଣସି ବ୍ୟକ୍ତି ପରୋକ୍ଷରେ ଆକ୍ଷେପ କରିପାରନ୍ତି। ଆନୁଷ୍ଠାନିକ କ୍ଷେତ୍ରରେ ଆକସ୍ମିକ ଭାବରେ ସମ୍ମାନ ପ୍ରାପ୍ତିର ଯୋଗ ରହିଛି।  ଅସାବଧାନତା କାରଣରୁ କୌଣସି ଜିନିଷ ହଜି ଯାଇପାରେ।

ମକର: ବ୍ୟବସାୟୀମାନେ ସ୍ଥଳ ବିଶେଷରେ ବିନା ପରିଶ୍ରମରେ ଅଧିକ ଲାଭ ପାଇବେ । ଧନ ସମ୍ବନ୍ଧୀୟ ମାମଲାରେ ବିବେକ ଦ୍ବାରା ବିଚାର କଲେ ଲାଭ ମିଳିବ । ରାଜନୀତି କ୍ଷେତ୍ରରେ ସମ୍ମାନ ଓ ପ୍ରତିଷ୍ଠା ପାଇ ଅସ୍ଥିରତା ସମ୍ପୂର୍ଣ୍ଣ ଦୂର ହେବ ।

କୁମ୍ଭ: ବ୍ୟବସାୟରେ ଶୁଭଫଳ ମିଳିବ ନାହିଁ, କାହା ସହିତ କଳହ ହୋଇପାରେ । ସ୍ୱାମୀସ୍ତ୍ରୀ ମଧ୍ୟରେ ଉତ୍ତମ ବୁଝାମଣା ରହିବ ନାହିଁ, ସନ୍ତାନ ମାନଙ୍କ ସ୍ୱଭାବ ପାଇଁ ବାପା ମାଆଙ୍କୁ କଷ୍ଟ ହେବ। ସ୍ୱାସ୍ଥ୍ୟ ଜନିତ ସମସ୍ୟା ଦେଖାଯିବ । ଦୂରସ୍ଥାନକୁ ଗଲାବେଳେ ସାବଧାନତା ସହିତ ଯାଆନ୍ତୁ।

ମୀନ: ବ୍ୟବସାୟରେ ବାକି ପଡିଥିବା ଅର୍ଥ ଆଦାୟ ହେବାରୁ ମନ ଖୁସି ରହିବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ ଓ ସୁସ୍ୱାଦୁ ଭୋଜନ କରିବେ । ଛାତ୍ରଛାତ୍ରୀ ପାଠପଢ଼ାରେ ମନ ବଳାଇବେ ଓ ଚାକିରି କ୍ଷେତ୍ରରେ ସଫଳତା ପାଇବେ।