ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ନୂଆ ନିଷ୍ପତ୍ତି : ଏଣିକି ଶିଳ୍ପ ସଂସ୍ଥାକୁ ଆଧାର ନମ୍ବର…

ବିଜୟୱାଡା (ସମୃଦ୍ଧ ଓଡିଶା) ଆନ୍ଧ୍ର ମୁଖ୍ୟମନ୍ତ୍ରୀ ୱାଇଏସଆର ଜଗନମୋହନ ରେଡ୍ଡୀଙ୍କ ନୂଆ ନିଷ୍ପତ୍ତି । ଏଣିକି ରାଜ୍ୟରେ ସମସ୍ତ ଶିଳ୍ପ ସଂସ୍ଥାକୁ ଆଧାର ନମ୍ବର ପରି ଏକ ଏକକ ନମ୍ବର ଦିଆଯିବ ବୋଲି ନିଷ୍ପତ୍ତି ନେଇଛନ୍ତି । ‘ଇଣ୍ଡଷ୍ଟ୍ରି ଆଧାର’ ନାମରେ ଏକ ସ୍ୱତନ୍ତ୍ର ନମ୍ବର ବଣ୍ଟନ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ଏଥିପାଇଁ ଶିଳ୍ପଗୁଡିକର ରାଜ୍ୟବ୍ୟାପୀ ସର୍ଭେ ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଏହି କମିଟି ଜିଲ୍ଲା ସ୍ତରରେ ଜିଲ୍ଲାପାଳ ଏବଂ ରାଜ୍ୟ ସ୍ତରରେ ଶିଳ୍ପ ସଚିବଙ୍କ ଦ୍ୱାରା ଅଧ୍ୟକ୍ଷତା କରାଯାଇ ସମ୍ପୂର୍ଣ୍ଣ ସର୍ଭେ ସହ ଶିଳ୍ପ ସଂସ୍ଥା ଗୁଡିକୁ ନିୟନ୍ତ୍ରଣ କରାଯିବ ବୋଲି ନିଷ୍ପତ୍ତି ନେଇଛନ୍ତି । ଅକ୍ଟୋବର ୧୫ ସୁଦ୍ଧା ଏହି ସର୍ଭେ ଶେଷ ହେବା ଉଚିତ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଶ୍ରମ, ବିଦ୍ୟୁତ୍, ଜମି, ଜଳ, ଅନ୍ୟାନ୍ୟ ସମ୍ବଳ, ରପ୍ତାନି, ଆମଦାନୀ, କଞ୍ଚାମାଲର ଉପଲବ୍ଧତା, ମାର୍କେଟିଂ ଇତ୍ୟାଦି ଜାଣିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ଶିଳ୍ପ ବିଭାଗ ସମୁଦାୟ ୯ଟି ଆଇଟମ୍ ଉପରେ ସର୍ଭେ ବିବରଣୀ ସଂଗ୍ରହ କରିବ । ଗ୍ରାମ ଏବଂ ୱାର୍ଡ ସଚିବାଳୟ କର୍ମଚାରୀମାନେ ମୋବାଇଲ୍ ଆପ୍ଲିକେସନ୍ ମାଧ୍ୟମରେ ଶିଳ୍ପ ସମ୍ବନ୍ଧରେ ବିବରଣୀ ସଂଗ୍ରହ କରିବେ । ଏପି କମ୍ପେରେଟିଭ୍ ଇଣ୍ଡଷ୍ଟ୍ରି ସର୍ଭେ ୨୦୨୦ ନାମରେ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ଗ୍ରାମ ସଚିବାଳୟ କର୍ମଚାରୀମାନେ ମୋବାଇଲ୍ ଆପ୍ଲିକେସନ୍ ମାଧ୍ୟମରେ ଶିଳ୍ପଗୁଡିକର ବିବରଣୀ ସଂଗ୍ରହ କରିବେ ।