ଆନ୍ଧ୍ରରେ ନୂଆ ଭିଜିଲାନ୍ସ କମିଶନର ନିଯୁକ୍ତ…

ବିଜୟୱାଡା (ସମୃଦ୍ଧ ଓଡିଶା) ଆନ୍ଧ୍ର ପ୍ରଦେଶ ରାଜ୍ୟ ପାଇଁ ଶ୍ରୀମତୀ ବୀଣା ଇସ ଭିଜିଲାନ୍ସ କମିଶନର ଭାବେ ରାଜ୍ୟ ସରକାର ନିଯୁକ୍ତ କରିଛନ୍ତି । ସେ ୨ ବର୍ଷ ପାଇଁ ନିଯୁକ୍ତି ପାଇଛନ୍ତି । ଶ୍ରୀମତୀ ବୀଣା ଆନ୍ଧ୍ର ପ୍ରଦେଶ କ୍ୟାଡରର ଅବସରପ୍ରାପ୍ତ ଜନୈକ ବରିଷ୍ଠ ଆଇଏଏସ ଅଫିସର । ପୂର୍ବରୁ ସେ କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରାଳୟରେ ଯୁଗ୍ମ ସଚିବ ଓ ସ୍ପେଶାଲ ସେକ୍ରେଟାରୀ ଭାବରେ କାର୍ଯ୍ୟ କରି ଅବସର ନେଇଛନ୍ତି । ଆନ୍ଧ୍ର ସରକାର ତାଙ୍କୁ ଏହି ନିଯୁକ୍ତି ଦେବା ପରେ ଆନ୍ଧ୍ର ରାଜ୍ୟପାଳ ବିଶ୍ୱ ଭୂଷଣ ହରିଚନ୍ଦନଙ୍କୁ ଆଜି ରାଜ ଭବନରେ ସୌଜନ୍ୟ ମୂଳକ ସାକ୍ଷାତ କରିଛନ୍ତି ।