ଆନ୍ତ ରାଜ୍ୟ ୨ ଦିନିଆ କ୍ରିକେଟ ଟୁର୍ଣ୍ଣମେଣ୍ଟ ଉଦ୍‌ଯାପିତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଓଡିଶା ଓ ପଶ୍ଚିମବଂଗ ସୀମାନ୍ତ ଜଳେଶ୍ୱର ଦେଉଳାଠାରେ ଏକ ଆନ୍ତରାଜ୍ୟ ୨ଦିନିଆ କ୍ରିକେଟ ଟୁର୍ଣ୍ଣମେଣ୍ଟ ଉଦ୍‌ଯାପିତ ହୋଇ ଯାଇଛି । ନେହେରୁ ୟୁଥ୍ କ୍ଲବ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ଟୁର୍ଣ୍ଣମେଣ୍ଟରେ ୮ଟି ଦଳ ଅଂଶ ଗ୍ରହଣ କରିଥିଲେ । ପଶ୍ଚିମବଂଗର ବାଇପାଟଣା ଏକାଦଶ ଓ ନଛିମପୁରର ନିଳେଶ୍ୱର ଏକାଦଶ ମଧ୍ୟରେ ଅନୁଷ୍ଠିତ ଫାଇନାଲ ମ୍ୟାଚ୍‌ରେ ବାଇପାଟଣା ଏକାଦଶ ବିଜୟୀ ହୋଇଛି । ଚମ୍ପିଆନ୍ ଓ ରନର୍ସଅଫ ଦଳକୁ ଦଳକୁ ଟ୍ରଫି ଓ ନଗଦ ଅର୍ଥ ପ୍ରଦାନ କରାଯାଇଛି । ମାନିକ୍ କୁମାରଙ୍କୁ ମ୍ୟାନ୍ ଅଫ ଦି ସିରିଜ୍ ଓ ମ୍ୟାନ୍ ଅଫ ଦି ମ୍ୟାଚ୍ ପ୍ରଦାନ କରାଯାଇଥିଲା । ଅଗ୍ରୱାଲା ହାଇସ୍କୁଲର ପ୍ରଧାନ ଶିକ୍ଷକ ମନୋଜ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ବ୍ଲକ ଉପାଧ୍ୟକ୍ଷ ବ୍ରଜମୋହନ ପ୍ରଧାନ, ସରପଂଚ ଦୀପାଳୀ ଜେନା, ସୁଦାମ ପାତ୍ର, ରାଜେଶ ଜେନା, ସପନ ଜେନା, ପ୍ରଦୀପ ଜେନା, ରଂଗାଧର ଜେନା, ବସନ୍ତ ଜେନା, ରବିଶଂକର ଦାସ, ତପନ ହୋତା, ମାନସ ଦାସ ପ୍ରମୁଖ ଉପସ୍ଥିତ ରହି ଖେଳାଳିର ମାନଙ୍କୁ ଉତ୍ସାହିତ କରିଥିଲେ । ଏହି ଖେଳକୁ କ୍ଲବର ସଭାପତି ରାଜେଶ ଜେନା, ସଂପାଦକ ନିଶିକାନ୍ତ ଦାସ, ଉତ୍ତମ ରାଉତଙ୍କ ସହିତ ବହୁ ସଦସ୍ୟ ପରିଚାଳନା କରିଥିଲେ ।