ଆନ୍ତର୍ଜାତୀୟ ନିଶା ଦ୍ରବ୍ୟ ଅପ ବ୍ୟବହାର ଏବଂ ଅବୈଧ କାରବାର ନିରୋଧ ଦିବସ ପାଳିତ…

ପ୍ରତ୍ୟେକ ବର୍ଷ ଜୁନ ମାସର ୨୬ ତାରିଖକୁ ସାରା ବିଶ୍ୱରେ ନିଶା ଦ୍ରବ୍ୟ ଅପ ବ୍ୟବହାର ଏବଂ ଅବୈଧ କାରବାର ନିରୋଧ ଦିବସ ଭାବେ ପାଳିତ ହୋଇ ଆସୁଅଛି । ଏହି ଅବସରରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ଓ ବ୍ରହ୍ମପୁର ଅବକାରୀ ବିଭାଗ ପକ୍ଷରୁ ମିଳିତ ଭାବେ ଏହି ଦିବସକୁ ପାଳନ କରାଯାଇଛି । ସହରର ଏମକେସିଜି ମେଡିକାଲ ପରିସରରୁ ବାହାରିଥିବା ସଚେତନତା ଶୋଭାଯାତ୍ରାକୁ ଗଞ୍ଜାମ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ତଥା ବ୍ରହ୍ମପୁର ଉପ ଜିଲ୍ଲାପାଳ କୀର୍ତ୍ତୀ ୱାସନ ଭି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପତକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି ସଚେତନତା ରାଲି ସହର ପରିକ୍ରମା କରିବା ସହ ଜନ ସାଧାରଣ ଏବଂ ଯୁବପୀଢୀଙ୍କ ମଧ୍ୟରେ ନିଶା ଦ୍ରବ୍ୟର ବ୍ୟବହାର ଏବଂ ତାରକୁ ପରିଣାମ ବିଷୟରେ ବାର୍ତ୍ତା ପ୍ରଦାନ କରିଥିଲେ । ପରି ଶେଷରେ ଅବକାରୀ ବିଭାଗର ମଣ୍ଡଳ କାର୍ଯ୍ୟାଳୟ ପରସରରେ ଆୟୋଜିତ ସଭାରେ ଅବକାରୀ ଅଧିକ୍ଷକ ରମେନ୍ଦ୍ର ନାରାୟଣ ନାୟକ, ଆଇଆଇସି ଅର୍ଜୁନ ମଲ୍ଲିକ ଯୁବପୀଢୀ ଏବଂ ଜନସାଧାରଣଙ୍କୁ ନିଶା ଦ୍ରବ୍ୟ ସେବନ ଦ୍ୱାରା କେଉଁ କେଉଁ ସବୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି ସେ ନେଇ ବାର୍ତ୍ତା ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଏସଆଇ ଲକ୍ଷ୍ମୀଧର ପ୍ରଧାନ, ସୁଧାଂସୁ ମୁଣ୍ଡା, ପ୍ରଦୀପ କୁମାର ସାହୁ, ବଳରାମ ବେହେରା, ଜଗନ୍ନାଥ ପାଢୀ, ରଞ୍ଜିତ ଶବର, ନିଳାଞ୍ଚଳ ଚୌଧୁରୀଙ୍କ ସମେତ ସମସ୍ତ ଅବକାରୀ ବିଭାଗ କର୍ମଚାରୀ ଉପସ୍ଥିତ ଥିଲେ । ସେହିପରି ସାମନ୍ତରାୟ ଏକାଡେମୀର ବହୁ ବିଦ୍ୟାର୍ଥୀ ଏହି ଶୋଭାଯାତ୍ରାରେ ଅଂଶ ଗ୍ରହଣ କରିବା ସମତେ ନିଶା ଦ୍ରବ୍ୟ ସେବନ ଦ୍ୱାରା ଯୁବପୀଢୀ ଓ ତାଙ୍କର ପରିବାର ବର୍ଗଙ୍କ ଉପରେ କିପରି ପ୍ରଭାବ ପଡୁଛି ସେ ନେଇ ନିଜ ନିଜର ବକୃତା ପରିବେଷଣ କରିଥିଲେ ।

ରିପୋର୍ଟ : ଜିଲ୍ଲାପ୍ରତିନିଧି ନିମାଇଁ ଚରଣ ପଣ୍ଡା