ଆନ୍ତରାଜ୍ୟ ରାଧାଗୋବିନ୍ଦ ଜିୟୁ ଭଲିବଲ୍ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଆଜି ଅପରାହ୍ନରେ ବାଳେଶ୍ୱର ଜିଲାର ଜଳେଶ୍ୱର ବ୍ଳକ ଅଧିନ କୁଅଁରପୁର ପମ୍ପହାଉସ୍ ପଡିଆଠାରେ ପ୍ରତିବର୍ଷପରି ଚଳିତବର୍ଷ ରାଧାଗୋବିନ୍ଦ ଜିୟୁ ଭଲିବଲ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇଛି । ଏଥିରେ ବାଲେଶ୍ୱର ଜିଲାର ସରସିଦା, ଚନ୍ଦନେଶ୍ୱର, ବାରିପଦା, ବାଲେଶ୍ୱର ଓ ପଶ୍ଚିମମେଦିନୀପୁର ଜିଲାର ବେଲଟି ଓ ୬ଷ୍ଟାର ଦଳ ଖେଳରେ ଭାଗ ନେଇଛନ୍ତି । ଉଦ୍‌ଘାଟନୀ ମ୍ୟାଚ୍‌ରେ ସରସିଦା ଭଲିବଲ ଟିମ୍‌କୁ ହରାଇ ପଶ୍ଚିମବଂଗର ୬ଷ୍ଟାର କ୍ଲବ ବିଜୟ ହୋଇଛି । ଏହି ଖେଳକୁ ବିଶିଷ୍ଟ ଭଲିବଲ ଖେଳାଳି ଦିଲ୍ଲିପ କୁମାର ଚୌହାନ ଓ ଖୋକନ୍ ଚୌହାନ ମିଳିତଭାବେ ଉଦ୍‌ଘାଟନ କରିଥିଲେ । ରାଧାଗୋବିନ୍ଦ ଜିୟୁ କ୍ଲବର ସଭାପତି ଦାରାସିଂ ଚୌହାନଙ୍କ ସଭାପତିତ୍ୱରେ ଏହା ଉଦ୍‌ଘାଟନ ହୋଇଥିବା ବେଳେ ଉତ୍ତମ ଘୋଷ, ରାକେଶ ଚୌହାନ, ଗୁରୁପଦ ଘୋଷ, କାହ୍ନୁଚରଣ ଦାସ, ସଂଜିବ ପାଳ, ମନୋଜ ପାଳ ପ୍ରମୁଖ ପରିଚାଳନା କରିଥିଲେ । ଏଥିରେ ଅବସରପ୍ରାପ୍ତ ଶିକ୍ଷକ ଅଶୋକ ଘଡେଇ ମୁଖ୍ୟ ଅତିଥିଭାବେ ଓ ଅରୁଣ କୁମାର ପଣ୍ଡା ମୁଖ୍ୟ ବକ୍ତାଭାବେ ଯୋଗ ଦେଇ ଖେଳ ଦ୍ୱାରା ବଂଧୁତ୍ୟ ସୃଷ୍ଟି ହୋଇଥାଏ ବୋଲି କହିଥିଲେ ।

ରିପୋର୍ଟ : ଭୂପତି ପରିଡା