ଆନ୍ତରାଜ୍ୟ ଗ୍ରାମାଞ୍ଚଳ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଖେଳ ଏକ ମନୋରଞ୍ଜନ କାର୍ଯ୍ୟକ୍ରମ ନୁହେଁ ବରଂ ସୁସ୍ଥ ସ୍ୱାସ୍ଥ୍ୟ ଗଠନ, ଅର୍ଥ ଉପାର୍ଜନର ଅନ୍ୟଏକ ମାଧ୍ୟମ ବୋଲି ରାଇବଣିଆ ଥାନା ଅନ୍ତର୍ଗତ ଖୁଆଡ ଦୀନକୃଷ୍ଣ ଯୁବ କ୍ରୀଡାଙ୍ଗନ ପଡିଆରେ ଅନୁଷ୍ଠିତ ଆନ୍ତରାଜ୍ୟ ଫୁଟବଲ ଟୁର୍ଣ୍ଣମେଣ୍ଟର ଉଦ୍‌ଯାପନୀ ଉତ୍ସବରେ ମତପ୍ରକାଶ ପାଇଛି । ଏତ ତ୍ରୀକୋଣିୟ ଆନ୍ତଃରାଜ୍ୟ ଫୁଟବଲ ଟୁର୍ଣ୍ଣମେଣ୍ଟ ଗତ ୩୮ବର୍ଷ ଧରି ଖୁଆଡ ସ୍ଥିତ ଶଚିନ୍ଦ୍ରନାଥ କ୍ରିଡା ପରିଷଦ ପକ୍ଷରୁ ହୋଇ ଆସୁଛି । ଏଥିରେ ଓଡିଶାର ବାଲେଶ୍ୱର, ମୟୂରଭଂଜ, ପଶ୍ଚିମବଙ୍ଗର ପଶ୍ଚିମ ଓ ପୂର୍ବ ମେଦିନୀପୁର, ଝାଡଗ୍ରାମ ଓ ଝାଡଖଣ୍ଡ ରାଜ୍ୟରୁ ପ୍ରତିଯୋଗୀ ଦଳମାନେ ଭାଗ ନେଇଥାନ୍ତି । ଚଳିତ ବର୍ଷ ଅକ୍ଟୋବର ୧୮ ତାରିଖରେ ଏହି ଆନ୍ତଃରାଜ୍ୟ ଖେଳକୁ ବିଧାୟକ ଅଶ୍ୱିନୀ କୁମାର ପାତ୍ର ଉଦ୍‌ଘାଟନ କରିଥିଲେ । ଗତ ଶନିବାର ଏହାର ଉଦ୍‌ଯାପନ ଉତ୍ସବ ଅନୁଷ୍ଠିତ ହେବାବେଳେ ବରିଷ୍ଠ ସଦସ୍ୟ ଶତ୍ରୁଘ୍ନ ପାତ୍ର ଅଧ୍ୟକ୍ଷତା କରିଥିଲେ । ବିଭିନ୍ନ ରାଜ୍ୟର ୨୩ଟି ଫୁଟବଲ ଦଳ ଏଥିରେ ଭାଗ ନେଇଥିବା ବେଳେ ହାତୀଗଡ ଏକାଦଶ ଚମ୍ପ୍‌ିଆନ ହୋଇ ଟ୍ରଫି ଓ ନଗଦ ୭ହଜାର ଟଙ୍କା ଓ ଅସନଶୋଳିଆ ଫୁଟବଲ ଟିମ୍ ରନର୍ସ ଅପ ହୋଇ ଟ୍ରଫି ସହିତ ୫ହଜାର ଟଙ୍କା ପୁରସ୍କାର ଗ୍ରହଣ କରିଥିଲା । ଏଥିରେ ବାଲେଶ୍ୱରର ଜିଲା ଶିକ୍ଷାଧିକାରୀ ବିଷ୍ଣୁଚରଣ ସୂତାର ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଖେଳରୁ ମେଳି ବା ବନ୍ଧୁତା ସୃଷ୍ଟି ହୋଇଥାଏ । ଏହା ବ୍ୟତିତ ଏବେ ଅର୍ଥ ଉପାର୍ଜନରେ ଏକ ମାଧ୍ୟମ ହୋଇଥିବା ବେଳେ ସୁସ୍ଥ ସ୍ୱାସ୍ଥ୍ୟ ପ୍ରଦାନ କରିଥାଏ ବୋଲି କହିଥିଲେ । ବାଲେଶ୍ୱର ଟାଉନ୍ ହାଇସ୍କୁଲର ପ୍ରଧାନ ଶିକ୍ଷକ ତଥା ସୋର ବିଇଓ ସୁଧାଂଶୁ ସେଖର ଜେନା ମୁଖ୍ୟବକ୍ତାଭାବେ ଯୋଗ ଦେଇଥିଲେ । ସମ୍ମାନୀତ ଅତିଥିଭାବେ ପ୍ରତିଷ୍ଠାତା ସଂପାଦକ ତଥା ବିଧାୟକ ଅଶ୍ୱିନୀ ପାତ୍ର, ବିଆର୍‌ସିସି ଲଲାଟେନ୍ଦୁ ଜେନା, ଜଳେଶ୍ୱର ବିଇଓ ଭଗୀରଥ ଗିରି ଯୋଗ ଦେଇଥିଲେ । କାର୍ଯ୍ୟକ୍ରମକୁ ପ୍ରଣବ କୁମାର ପାତ୍ର, ରାମେଶ୍ୱର ପାତ୍ର, ଶିବଶଂକର ସାହୁ, ଶଂକର ପାତ୍ରଙ୍କ ନେତୃତ୍ୱରେ ସ୍ମୃତି କ୍ରୀଡା ପରିଷଦ ପକ୍ଷରୁ ପରିଚାଳନା କରାଯାିଥିଲା । ପ୍ରାରମ୍ଭରେ କସ୍ତୁରବା ଗାନ୍ଧି ବାଳିକା ବିଦ୍ୟାଳୟର ଛାତ୍ରୀମାନେ ଚକ୍‌ଦେ ଇଣ୍ଡିଆ ନୃତ୍ୟ ପ୍ରଦର୍ଶନ କରିଥିଲେ ।

ରିପୋର୍ଟ : ଭୂପତି ପରିଡା