ଆଧାର ବାଧକ : ୨ ମାସ ଧରି ଭତ୍ତା, ୧ବର୍ଷ ଧରି ମିଳୁନି ଚାଉଳ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ବନ୍ୟାଞ୍ଚର ଜଣେ ଦିବ୍ୟାଙ୍ଗ ବାଳକକୁ ୧ ବର୍ଷ ଧରି ଚାଉଳ ମିଳୁନଥିବା ବେଳେ ଆଙ୍ଗୁଳିଛାପ ସ୍ପଷ୍ଟ ହେଉନଥିବାରୁ ମିଳିନି ଆଧାର । ଫଳରେ ୨ ମାସ ଧରି ଦିବ୍ୟାଙ୍ଗ ଭତ୍ତା ବନ୍ଦ ହୋଇ ଯାଇଛି । ଏପରି ଅଭିଯୋଗ ଆଣିଛନ୍ତି ଦିବ୍ୟାଙ୍ଗଙ୍କ ମା ଅନ୍ନପୂର୍ଣ୍ଣ ଜେନା । ବାଇଗଣ ବାଡିଆ ପଂଚାୟତର କାଳିକାପୁର ଗାଁର ଭାଗବତ ଜେନାଙ୍କ ୧୨ବର୍ଷର ପୁଅ କ୍ଷିତିଶ ମାନସିକ ଅନଗ୍ରସର ବାଳକ । ଭାଗବତ ଓ ଅନ୍ନପୂର୍ଣ୍ଣାଙ୍କର ଏକମାତ୍ର ପୁଅ କ୍ଷିତିଶ । ସେ ଶତପ୍ରତିଶତ ଦିବ୍ୟାଙ୍ଗ ହୋଇଥିବାରୁ ତାଙ୍କୁ ମାଗଣାରେ ଚାଉଳ ମିଳିବା କଥା । କିନ୍ତୁ କୌଣସି କାରଣ ନ ଦର୍ଶାଇ ୧ ବର୍ଷ ଧରି ତାଙ୍କୁ ଚାଉଳ ମିଳୁନଥିବାରୁ ସେ ଆଜି ସୋମବାର ବିଡିଓଙ୍କ ନିକଟରେ ଅଭିଯୋଗ କରିଛନ୍ତି । ସେହିପରି ମାନସିକ ଅନଗ୍ରସର ହୋଇଥିବାରୁ ମୁଣ୍ଡ, ହାତ, ଗୋଡ ସଦସର୍ବଦା ହଉଳୁଥିବାରୁ ଆଧାରକାର୍ଡ ଲାଗି ଅଙ୍ଗୁଳି ଟିପଚିହ୍ନ ଠିକ୍‌ଭାବେ ଆସୁନାହିଁ । ତେଣୁ ୨ମାସ ଧରି ତାଙ୍କୁ ଭତ୍ତା ମଧ୍ୟ ମିଳିନାହିଁ । ବାଇଗଣ ବାଡିଆ ଏକ ବନ୍ୟାଞ୍ଚଳ ହୋଇଥିବା ବେଳେ ଚଳିତବର୍ଷ ବନ୍ୟାରେ ଧାନ, ପରିବାଚାଷ ପଚି ନଷ୍ଟ ହୋଇଛି । ଘରେ ସମସ୍ତଙ୍କୁ ଖାଦ୍ୟ ଅଭାବ ବେଳେ ସରକାରଙ୍କ ଯୋଜନାର ସଫଳ ପାଇପାରୁନାହିଁ କ୍ଷିତିଷ । ଏ ସଂପର୍କରେ ବିଡିଓଙ୍କ ସାକ୍ଷାତ ନ ପାଇ ତାର ମା ଅନ୍ନପୂର୍ଣ୍ଣା ଜେନା ସେକ୍‌ସନ ଅଫିସର ଅଧିର ପ୍ରମାଣିକଙ୍କୁ ଭେଟି ତାର ଦୁଃଖ ଜଣାଇଥିଲା । ନିକଟରେ ତାର ୨ ମାସର ଭତ୍ତା ଦିଆଯିବା ସଂପର୍କରେ ଆଜି ପ୍ରତିଶୃତି ଦେଇଛନ୍ତି ।