ଆଦର୍ଶ ଛେଳି ଗୁହାଳର ଶୁଭାରମ୍ଭ କଲେ ବିଧାୟକ…

ଛତ୍ରପୁର (ସମୃଦ୍ଧ ଓଡିଶା) ଆଦର୍ଶ ଛେଳି ଗୁହାଳ ଗଞ୍ଜାମ ବ୍ଲକ ରାମଗଡ଼ ପଞ୍ଚାୟତର ଅରୁଣପୁର ଠାରେ ଗତକାଲି ଶୁଭାରମ୍ଭ କରିଛନ୍ତି ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା l ଏଥିରେ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ, ଜିଲ୍ଲା ପ୍ରକଳ୍ପ ଅଧିକାରୀ ଦତ୍ତାତ୍ରୟ ସିନ୍ଧୁ ଭାଉ ସାହେବ, ବିଡିଓ ବିଶ୍ୱଜିତ ରୟ ଉପସ୍ଥିତ ରହିଥିଲେ l ଏହି ଅବସରରେ ୨୪ ଜଣ ହିତାଧିକାରୀଙ୍କୁ ଆଦର୍ଶ ଛେଳି ଗୁହାଳ ପ୍ରଦାନ କରାଯାଇଛି l ମିଶନ ଶକ୍ତି ପକ୍ଷରୁ ହୋଇଥିବା ଏହି ଯୋଜନାରେ ଗୋଟିଏ ଛେଳି ଗୁହାଳ ନିମନ୍ତେ ୪୪ ହଜାର ଟଙ୍କା ବ୍ୟୟ ଅଟକଳ ହୋଇଥିବା ବେଳେ ଗୋଟିଏ ଛେଳି ଓ ଛେଳି ଖାଦ୍ୟ ଦିଆଯାଇଥିଲା l ଆଗରୁ ଛେଳିମାନେ ବାହାରେ ରହୁଥିଲେ ଏବଂ ବିଭିନ୍ନ ସମୟରେ ହିଂସ୍ର ଜନ୍ତୁଙ୍କ ଶିକାର ହେଉଥିଲେ l ବର୍ତ୍ତମାନ ନିରାପଦରେ ଛେଳିମାନେ ରହି ପାରିବେ ବୋଲି ମତ ପ୍ରକାଶ ପାଇଥିଲା l ଏଥିପାଇଁ ଜିଲ୍ଲା ଓ ବ୍ଲକ ପ୍ରଶାସନକୁ କୃତଜ୍ଞତା ଜଣାଇଛନ୍ତି ଗ୍ରାମବାସୀ l ଏହି କାର୍ଯ୍ୟକ୍ରମରେ ସରପଞ୍ଚ ବନିତା ଦଳେଇ, ଜିଲ୍ଲାମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡ଼.ଦେବରାଜ ବେହେରା, ଉପଖଣ୍ଡ ପ୍ରାଣିଚିକିତ୍ସକ ଅଧିକାରୀ ଡ଼. ଦେବାନନ୍ଦ ପାତ୍ର, ଅତିରିକ୍ତ ଜିଲ୍ଲା ପ୍ରାଣୀ ଚିକିତ୍ସକ ଅଧିକାରୀ ଡ଼ଃ.ଶିବ କୁମାର ମହାନ୍ତି, ବ୍ଲକ ଗୋଷ୍ଟି ପ୍ରାଣୀ ଚିକିଶ୍ଚକ ଅଧିକାରୀ ଡ଼.ବିକାଶ ଚନ୍ଦ୍ର ବେହେରା, ସିଡିପିଓ ସଲିଳା ପ୍ରଧାନ, ସହକାରୀ ଯନ୍ତ୍ରୀ ବଂଶୀଧର ପରିଡା, କାର୍ଯ୍ୟକ୍ରମ ଅଧିକାରୀ ଜଳନ୍ଧର ମହାରଣା, ସରପଞ୍ଚ ପ୍ରତିନିଧି ଅମୁଲ୍ୟ ଦଳାଇ, ଚନ୍ଦନ କୁମାର ପାଢ଼ୀ ପ୍ରମୁଖ ଉପସ୍ଥିତ ରହିଥିଲେ l

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା