ଆଞ୍ଚଳିକ ସାଧନକେନ୍ଦ୍ର ବାଲି ବରେଇ ତରଫରୁ ଶିକ୍ଷକ ନେତାଙ୍କୁ ବିଦାୟ କାଳିନ ସମ୍ବର୍ଦ୍ଧନା…

ସୋରଡ଼ା (ସମୃଦ୍ଧ ଓଡିଶା) ହାଟଡିହି ଆଞ୍ଚଳିକ ସାଧନ କେନ୍ଦ୍ର ବାଲିବରେଇ ତରଫରୁ ରାମକୃଷ୍ଣପୁର ପ୍ରାଥମିକ ବିଦ୍ୟାଳୟର କୃତି ପ୍ରଧାନ ଶିକ୍ଷକ ତଥା ଶିକ୍ଷକ ନେତା ବିଜୟ କୁମାର ଜେନାଙ୍କୁ ଠାକୁର ପାଟଣା ପ୍ରଥମିକ ବିଦ୍ୟାଳୟରେ ବିଦାୟ କାଳିନ ସମ୍ବର୍ଦ୍ଧନା ଦିଆଯାଇଥିଲା । ଉକ୍ତସଭାରେ ଶାଧନ କେନ୍ଦ୍ରର ବରିଷ୍ଠ ଶିକ୍ଷକ ନିତ୍ୟାନନ୍ଦ ନାୟକ ସଭାପତିତ୍ବ କରିଥିଲେ । ଏବିଇଓ ଧନେଶ୍ୱର ଖଣ୍ତେଇ ମହୋଦୟ ମୁଖ୍ୟ ଅତିଥି ରୁପେ ଯୋଗଦେଇ ବିଦାଇ ଶିକ୍ଷକଙ୍କର ଗୁଣଗାନ କରିଥିଲେ । ଶିକ୍ଷାବିତ୍ ମୋହନକୁମାର ମହାନ୍ତି, ଗୟାଧର ମିଶ୍ର ମହୋଦୟ ତଥା ସାଧମ କେନ୍ଦ୍ରର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ମାନେ ବିଦାୟି ଶିକ୍ଷକଙ୍କର ଗୁଣ ଗାନ କରିଥିଲେ । ବରିଷ୍ଠ ଶିକ୍ଷକ ମୋହନ କୁମାର ମହାନ୍ତି ସଭା ପରିଚାଳନା କରିଥିଲେ । ଶିକ୍ଷକ ବିଶ୍ୱଜିତ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ ସଭାରେ ବିଦାୟି ଶିକ୍ଷକ ବିଜୟ କୁମାର ଜେନା ଉକ୍ତ ସାଧନ କେନ୍ଦ୍ର ଅଧିନରେ ଥିବା ସମସ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମାନଙ୍କୁ ଉତ୍ତରୀୟ ଓ ପୁଷ୍ପ ଗୁଛ ଦେଇ ସମ୍ମାନୀତ କରିଥିଲେ ।

ରିପୋର୍ଟ : ଆଶୁତୋଷ ପଟ୍ଟନାୟକ