ଆଜିଠୁ ଆରମ୍ଭ ମୌସୁମୀ ଅଧିବେଶନ…

ନୂଆଦିଲ୍ଲୀ (ସମୃଦ୍ଧ ଓଡିଶା) ଆଜିଠୁ ଆରମ୍ଭ ହୋଇଛି ମୌସୁମୀ ଅଧିବେଶନ । ଅକ୍ଟୋବର ୧ ଯାଏ ଚାଲିବ । ପ୍ରଥମ ଥର ପାଇଁ କୋଭିଡ କଟକଣା ଭିତରେ ଚାଲିବ ଗୃହକାର୍ଯ୍ୟ । ଏଥର ମୌସୁମୀ ଅଧିବେଶନରେ ୧୮ଟି କାର୍ଯ୍ୟ ଦିବସ ରହିଛି । ଲୋକସଭା ଓ ରାଜ୍ୟସଭା ଅଲଗା ଅଲଗା ସମୟରେ ବସିବ । ପ୍ରଶ୍ନକାଳ, ଶୂନ୍ୟକାଳ, ପ୍ରାଇଭେଟ ମେମ୍ବର ବିଲ ନାହିଁ । ତେବେ ଆଜି ଲୋକସଭା ସକାଳ ୯ଟାରୁ ଦିନ ୧ଟା ଯାଏ ଚାଲିବ । ଅନ୍ୟଦିନରେ ଅପରାହ୍ନ ୩ଟାରୁ ସନ୍ଧ୍ୟା ୭ଟା ଯାଏ ଲୋକସଭା ଚାଲିବ । ସେହିପରି ରାଜ୍ୟସଭା ଆଜି ଅପରାହ୍ନ ୩ଟାରୁ ଆରମ୍ଭ ହେବ । ଅନ୍ୟ ଦିନରେ ରାଜ୍ୟସଭା ସକାଳ ୯ଟାରୁ ଦିନ ୧ ଯାଏ ଚାଲିବ ବୋଲି ଜଣାଯାଇଛି ।