ଆଗା ସାହି ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ସ୍ୱାସ୍ଥ୍ୟସେବା ଶିବିର…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବ୍ରହ୍ମପୁର ମହାନଗର ଆଗା ସାହି ସହରାଞ୍ଚଳ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ସ୍ୱାସ୍ଥ୍ୟସେବା ଶିବିର ରଙ୍ଗୁଣି ବନ୍ଧ ସାହି ଉଛ ପ୍ରାଥମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସ୍ୱାସ୍ଥ୍ୟସେବାରୁ ବଞ୍ଚିତ ହେଉଥିବା ବିଭିନ୍ନ କାରଣରୁ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆସିପାରୁନଥିବା ଲୋକଙ୍କ ପାଖରେ ପହଞ୍ଚି ସେମାନଙ୍କ ବିଭିନ୍ନ ରୋଗର ପରୀକ୍ଷା କରିବା ସହିତ ଚିକିତ୍ସା ଓ ଔଷଧ ବଣ୍ଟନ ସହିତ ଉଛ ରକ୍ତଚାପ, ମଧୁମେହ ଓ କର୍କଟ ଆଦି ରୋଗ ଚିହ୍ନଟ ଓ ଚିକିତ୍ସା ବ୍ୟବସ୍ଥା କରାଯାଇଥିଲା । ମେଡ଼ିକାଲ ଇନଚାର୍ଜ ଡ଼ାକ୍ତର ନଳିନୀ କାନ୍ଥ ପାଢୀ,ଡ଼ାକ୍ତର ଏମ ଭି ଅନୁରାଧା, ଫାର୍ମାସିଷ୍ଟ ସନାତନ ପ୍ରଧାନ, ଡ଼ିଏଏ ଦେବାଶିଷ ସାହୁ, ନର୍ସିଂ ଓଫିସର୍ ନିଳନି ମାଝୀ, ସଙ୍ଗୀତା ବେହେରା, ଏଲ ଟି ସୌମ୍ୟରଞ୍ଜନ ସାହୁ, ସ୍ୱାସ୍ଥ୍ୟକର୍ମୀ ରୋଜାଲିନି ବିଶ୍ୱାଳ, ରୀତା ରାଣୀ ଦାସ, ମହାଳକ୍ଷ୍ମୀ ସାହୁ, ନନ୍ଦିନି କହଁର, ଲିଲି ସାହୁ, ସୁରକ୍ଷାକର୍ମୀ ଗଣେଶ ପ୍ରସାଦ ତ୍ରିପାଠୀ, ସହକାରୀ କର୍ମୀ ବିନୋଦ କୁମାର ପାତ୍ର,ରଞ୍ଜନ ପାତ୍ର, ମୁନା ସେଠୀ, ବାସନ୍ତୀ କୁମାରୀ ପାତ୍ର, ଲକ୍ଷ୍ମୀ ବେହେରା, ଇନ୍ଦ୍ର ନାୟକ, ମମତା ଗଜେନ୍ଦ୍ର, ଗୀତାଞ୍ଜଳି ମହାପାତ୍ରଙ୍କ ସମେତ ଜନ ଆରଗ୍ୟ ସମିତିର ଅନିଲ କୁମାର ଚୌଧୁରୀ ଉପସ୍ଥିତ ରହି ଶିବିରକୁ ସୁପରିଚାଳନା କରିଥିଲେ । ଶତାଧିକ ରୋଗୀ ଶିବିରରେ ଯୋଗ ଦେଇ ନିଜ ନିଜର ରୋଗ ପରୀକ୍ଷା କରିବା ସହିତ ମାଗଣା ଚିକିତ୍ସା ଓ ମାଗଣା ଔଷଧ ସୁବିଧା ଲାଭ କରିଥିଲେ।ଏଠାରେ ଉଲ୍ଲେଖ ଥାଉକି ଆଗା ସାହି ସହରାଞ୍ଚଳ ସ୍ୱାସ୍ଥ୍ୟ କେନ୍ଦ୍ରର ଡ଼ାକ୍ତର ଓ କର୍ମଚାରୀଙ୍କ ଉତ୍ତମ ବ୍ୟବହାର ଓ ଉନ୍ନତମାନର ଚିକିତ୍ସା ପାଇଁ ଏହି ସ୍ୱାସ୍ଥ୍ୟ କେନ୍ଦ୍ରକୁ ରାଜ୍ୟ ଓ ସର୍ବଭାରତୀୟ ସ୍ଥରରେ ପୁରସ୍କୃତ କରାଯାଇଛି । ଏଣୁ ଦୌନିକ ଶହ ଶହ ସଂଖ୍ୟାରେ ଲୋକଙ୍କ ଭିଡ ସ୍ୱାସ୍ଥ୍ୟ କେନ୍ଦ୍ରରେ ଦେଖିବାକୁ ମିଳିଥାଏ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା