ଆଗକୁ ଦୀପାବଳି : ବାଣ ଦୋକାନ ଖୋଲିବାକୁ ମିଳିଲା ଅନୁମତି…

କଟକ (ସମୃଦ୍ଧ ଓଡ଼ିଶା) ଚଳିତ ବର୍ଷ ମହାମାରୀ କୋଭିଡ ଯୋଗୁଁ ବହୁ ପୂଜା ପର୍ବ ଧୁମଧାମରେ ପାଳନ କରିବାରେ ରୋକ ଲଗାଯାଇଥିଲା ଏବଂ ବିନା ଭକ୍ତରେ ବିଭିନ୍ନ ପୂଜା ଅର୍ଚନା କରାଯାଇଥିଲା । କିନ୍ତୁ ବର୍ତ୍ତମାନ ଆଗକୁ କାଳୀ ପୂଜା ଓ ଦୀପାବଳି ଆସୁଥିବା ବେଳେ କୋଭିଡ କଟକଣା ସତ୍ତ୍ୱେ କଟକବାସୀ ଉତ୍ସାହର ସହ ପାଳନ କରିବେ ଆଲୋକର ପର୍ବ ଦୀପାବଳି ବୋଲି ସୂଚନା ମିଳିଛି । କଟକରେ ପୂର୍ବ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବାଣ ଦୋକାନ ଖୋଲିବାକୁ ଅନୁମତି ମିଳିଥିବା ଜଣାପଡିଛି । ହେଲେ କେଉଁଠି ବାଣ ଦୋକାନ କରାଯିବ ତାହା ସ୍ଥିର କରାଯିବ ବୋଲି ଡିସିପି କହିଥିବା ବେଳେ ବାଣ ଦୋକାନରେ ସାମାଜିକ ଦୂରତା ଓ ମାସ୍କକୁ କିନ୍ତୁ ବାଧ୍ୟତାମୂଳକ କରାଯିବ ବୋଲି କୁହାଯାଇଛି । ଅପରପକ୍ଷେ, ଦୁର୍ଗାପୂଜା ଭଳି କାଳୀପୂଜା ମଧ୍ୟ କୋଭିଡ କଟକଣାରେ ପାଳିତ କରାଯିବ । ଏହାସହ କାଳୀ ପୂଜା ପାଇଁ ୧୫ ପ୍ଲାଟୁନ ଫୋର୍ସ, ୫୦ ଜଣ ଅଧିକାରୀଙ୍କୁ ମୁତୟନ କରାଯିବ ବୋଲି କୁହାଯାଇଛି ।