ଆକୁପ୍ରେଷର ଓ ଯୋଗ ଦ୍ୱାରା ରୋଗ ଚିକିତ୍ସା : ଥିଙ୍କର୍ସ କ୍ଲବର ୭୧ତମ ଆଲୋଚନା ଚକ୍ର

ଭୁବନେଶ୍ୱର(ସମୃଦ୍ଧ ଓଡିଶା)ଥିଙ୍କର୍ସ କ୍ଲବର ୭୧ତମ ଆଲୋଚନା ଚକ୍ରରେ ଆକୁପ୍ରେଷର ଓ ଯୋଗ ଦ୍ୱାରା ରୋଗ ଚିକିତ୍ସା ଉପରେ ଗୁରୁତ୍ୱ ଦିଆଯାଇଛି l ଦୈନିକ ଯୋଗ ଅଭ୍ୟାସ ଦ୍ଵାରା ଶରୀରରେ ଅମ୍ଳଜାନ ସ୍ତର ବୃଦ୍ଧି ପାଇଥାଏ ଓ ଠିକ୍ ଜାଗାରେ ଆକୁପ୍ରେସର୍ ଦେଲେ ଶକ୍ତି ସଂଚାର ହୋଇ ରୋଗରୁ ଉପଶମ ମିଳେ ବୋଲି ଥିଙ୍କର୍ଶ କ୍ଲବ ର ୭୧ ତମ ଆଭlଶି ଆଲୋଚନାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କଟକ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ମିଶ୍ର ପ୍ରକାଶ କରିଛନ୍ତି l ପବିତ୍ର ଦେବ ସ୍ନାନ ପୂର୍ଣ୍ଣିମାରେ ଶ୍ରୀ ମିଶ୍ର ଏହି ଶୁଭ ଦିନରେ ଯୋଗ ଦେଇ ଆଲୋଚନା ଶୁଭାରମ୍ଭ କରି ସମସ୍ତଙ୍କ ମଙ୍ଗଳ କାମନା କରିଥିଲେ ଓ ଅନୁଷ୍ଠାନ ର ଆଭିମୁଖ୍ୟ କୁ ଭୂୟସୀ ପ୍ରଶଂସା କରି ସମସ୍ତେ ଏଥିରେ ଅଂଶ ଗ୍ରହଣ କରିବାକୁ କହିଥିଲେ l ଜାତୀୟ ସୂଚନା କେନ୍ଦ୍ର (ଏନ ଆଇ ସି) ଆଇ ଟି ନିର୍ଦ୍ଦେଶିକା ତଥା ଜିଲ୍ଲା ସୂଚନା ଅଧିକାରି (ଡି ଆଇ ଓ ), କଟକ ଶ୍ରୀମତୀ ଇତିଶ୍ରୀ ନନ୍ଦ ହରିଦ୍ଵାର ସ୍ଥିତ ବିଶ୍ଵ ଯୋଗ ଗୁରୁ ସ୍ବାମୀ ରାମଦେବ ଙ୍କ ପତଞ୍ଜଳି ଆଶ୍ରମ ର ପ୍ରମୁଖ ଯୋଗ ଶିକ୍ଷକ ଭାବରେ ଆକୁପ୍ରେଶର୍ ଓ ଯୋଗ ଦ୍ବାରା ରୋଗ ଚିକିତ୍ସା ସମ୍ପର୍କରେ ବିଶଦ ଭାବେ କହିଥିଲେ l ବିଶେଷ କରି ଆଣ୍ଠୁ ଗଣ୍ଠି ଯନ୍ତ୍ରଣା ଉପଶମ,ଚର୍ମ ଆଲେର୍ଜୀ ରୋଗ ଦୂର ବିଷୟରେ ଆକୁପ୍ରେଶର ଓ ଦୈନିକ ଯୋଗାଭ୍ୟାସ,କପାଳ ଭାତି, ଓଲମ୍ ବିଲମ୍ ନିଜେ ପ୍ରଦର୍ଶନ କରି ବୁଝାଇଥିଲେ l ଜଣେ ଆକୁପ୍ରେସ ଓ ମୁଦ୍ରା ଥେରlପିଷ୍ଟ ଭାବେ ବିଭିନ୍ନ ମୁଦ୍ରା ପ୍ରଦର୍ଶନ କରି କହିଥିଲେ। ଏତଦବ୍ୟତୀତ ଯଜ୍ଞ ଥେରl ପି ,ଚକ୍ର ଓ ସଂକଳ୍ପ ଚିକିତ୍ସା,ମାଟି ଅସ୍ଥି ଚିକିତ୍ସା,ନାଚୁରାପlଥି, ଲିଜ ଓ ସିଂହୀ ଥେରlଫି ଆଦି ଚିକିତ୍ସା ପ୍ରଦର୍ଶନ କରି ରୋଗ ଦୂର ସମ୍ପର୍କରେ କହିଥିଲେ l ଥିଙ୍କର୍ସ କ୍ଳବ୍ ସଭାପତି ବରଦା ଦାସ ଆଲୋଚନା ସଂଯୋଜନା କରି ସଂପ୍ରତି ରୋଗ ଦୂର ପାଇଁ ଏସବୁ ର ସହାୟତା ନେଇ ଉପକୃତ ହେବାକୁ କହିଥିଲେ l ରାଜଶ୍ରୀ, ସୁଜାତା, ଅନିତା, କସ୍ତୁରୀ ଯୋଗାଭ୍ୟାସ ଦ୍ବାରା କିପରି ଉପକୃତ ହୋଇଛନ୍ତି ସେ ସମ୍ପର୍କରେ ମତ ଦେଇଥିଲେ l ସନ୍ତୋଷ ନାୟକ ,ଡ୍ ଦିପାୟାନ୍ ପଟ୍ଟନାୟକ, ପ୍ରଫେସର ଉମାଶଙ୍କର ମିଶ୍ର , ବିଭୁ ଦତ୍ତ ମହାନ୍ତି,ଅନ୍ନପୂର୍ଣ୍ଣା ଦାସ ଓ ଅନ୍ୟମାନେ ଯୋଗ ଦେଇ ପ୍ରଶ୍ନ ପଚାରି ବୁଝିଥିଲେ l ଆସନ୍ତା ରବିବାର ସଡ଼କ ଦୁର୍ଘଟଣା ଓ ଜୀବନ ରକ୍ଷା ଉପରେ ଆଲୋଚନା ଅନୁଷ୍ଠିତ ହେବ ବୋଲି ଥିଙ୍କର୍ଶ କ୍ଳବ୍ ସଭାପତି ବରଦl ଦାସ ଜଣାଇଛନ୍ତି l