….. ଆକଣ୍ଠ ଉତ୍କଣ୍ଠା …..

ଆଖି ଅଛି ତ
ନିଦ ଅଛି ।

ନିଦ ଅଛି ତ
ଅଛି ତା’ ସାଥେ
ପୁଣି ସ୍ଵପ୍ନ ।

ମେଞ୍ଚା ମେଞ୍ଚା
ସ୍ଵପ୍ନ ସାଥେ
ବଞ୍ଚିବାକୁ
ଭଲ ପାଏ
ଏ ମଣିଷ ……।

କିଛି ସ୍ଵପ୍ନ
ଜୀବନରେ ,
ନିଏ ବାସ୍ତବ ରୂପ,
ପୁଣି
କିଛି ରହିଯାଏ ଅଧା ।।

ସ୍ଵପ୍ନ ସବୁ
ସତ ହେବାରେ ,
ନିଷ୍ଠୁର ସମୟ କେବେ
ସାଥ୍ ବି ଦିଏନି ତ !

କେବେ ପୁଣି
ଏହି ବୟସ
ହତାଦର କରେ ।

କେବେ ପୁଣି
ବାଧକ ସାଜେ
ଆସନ୍ନ ପରିସ୍ଥିତି ।।

ତଥାପି
ସେଇ ନିଦ,
ସେଇ ସ୍ବପ୍ନ,
ଆଉ,ସେଇ ବୟସ
ଓ, ତା’ର ଆସନ୍ନ
ପରିସ୍ଥିତିକୁ ନେଇ
ବଂଚିଥାଏ ଏଇ
ମଣିଷ……….
ବଞ୍ଚିବାର ଅଦମ୍ୟ ପ୍ରୟାସ….
ଜୀଇଁବାକୁ ଆକଣ୍ଠ ଉତ୍କଣ୍ଠା….
ଲେଖକ – ** ସଂଯୁକ୍ତା ରାଉତ ** ଜୟପୁର, କୋରାପୁଟ

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା