ଅହରାତ୍ର ଅନଶନ ଧାରଣାରେ ବସିଲେ ଚାଷୀ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ବାଲେଶ୍ୱର ଜିଲାର ଜଳେଶ୍ୱର ବ୍ଲକର ନାମ୍ପୋ, ଖାଲିନା ଓ ସମ୍ପତ୍ତିଆ ପଞ୍ଚାୟତର ବହୁ ଚାଷୀ ଆଜି ଗୁରୁବାର ପୂର୍ବାହ୍ନରୁ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଅହରାତ୍ର ଅନଶନ ଧର୍ମଘଟରେ ବସିଛନ୍ତି । ଘଟଣାରୁ ପ୍ରକାଶ, ପଂଚାୟତର ସୁଧିର କୁମାର ଭୂୟାଁ, ଜ୍ଞାନରଂଜନ ଜେନା, ହରିଶ୍ଚନ୍ଦ୍ର ହୁଇ, ମନୋରଂଜନ ଜେନା, ବିଜୟ କୁମାର ପାତ୍ର, ଜଗନ୍ନାଥ ପ୍ରଧାନ, ଘନଶ୍ୟାମ ରଣା, ଅଶୋକ କୁମାର ସୀଟ, ନିମାଇ ମହାନ୍ତି, ମନ୍ମଥ ଦେ ପ୍ରମୁଖ ସରକାରଙ୍କ ଗୋହାଳ ଯୋଜନାରେ ଯୋଗ୍ୟ ବିବେଚିତ ହୋଇଥିଲେ ମଧ୍ୟ ସେମାନଙ୍କୁ କାର୍ଯ୍ୟାଦେଶ ଦିଆଯାଉ ନାହିଁ । ଏ ସମ୍ପର୍କରେ ପୂର୍ବରୁ ଚାଷୀମାନେ ବ୍ଳକ ସମ୍ମୁଖରେ ଧାରଣାରେ ବସିଥିଲେ ମଧ୍ୟ ବିଡିଓ ଦେଇଥିବା ପ୍ରତିଶୃତ ପାଳନ କରୁନଥିବାରୁ ଆଜି ପୂର୍ବସୂଚନା ମୁତାବକ ଅହରାତ୍ର ଅନଶନରେ ବସିବାକୁ ବାଧ୍ୟ ହୋଇଛନ୍ତି ବୋଲି ଆନ୍ଦୋଳନକାରିମାନେ କହିଛନ୍ତି । ଖବର ଲେଖା ହେବାପର୍ଯ୍ୟନ୍ତ କୌଣସି ଅଧିକାରୀ ଘଟଣାସ୍ଥଳକୁ ଆସିନଥିବା ଜଣାଯାଇଛି ।

ରିପୋର୍ଟ : ଭୂପତି ପରିଡା