ଅସହାୟ ପରିବାରକୁ ଦୁଇ ମାସର ଖାଦ୍ୟ ସାମଗ୍ରୀ ପ୍ରଦାନ କଲା କାହ୍ନ। ଚାରିଟେବଲ ଟ୍ରଷ୍ଟ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବର୍ତ୍ତମାନ ସାରା ଦେଶରେ କରୋନା ମହାମାରୀ ଦୃତ ଗତିରେ ସଂକ୍ରମଣର ସଂଖ୍ୟା ବଢ଼ାଇ ଭୟଙ୍କର ପରିସ୍ଥିତି ସୃଷ୍ଟି କରିଥିବା ବେଳେ ଏଥିରେ ବହୁ ଜୀବନ ହନ୍ତସନ୍ତ ଓ ଅସ୍ତବ୍ୟସ୍ତ ହୋଇପଡିଛି । କେହିନା କେହି ନିଜ ଜୀବିକା ହରେଇ କଷ୍ଟରେ ଜୀବନ ବିତାଉଛନ୍ତି । ଲକଡାଉନ, ସଟଡ଼ାଉନରେ ବହୁ ଅସହାୟ ପରିବାର ଭୋକ ଉପବାସରେ ବହୁ ଦୁର୍ଦିନରେ ଜୀବନ ଅତିବାହିତ କରୁଛନ୍ତି । ଆଜି ଗଣମାଧ୍ୟମରୁ ଖବର ପାଇ ବ୍ରହ୍ମପୁର ସ୍ଥିତ କାହ୍ନ। ଚାରିଟେବଲ ଟ୍ରଷ୍ଟର କିଛି ବଦାନ୍ୟ ସଦସ୍ୟମାନଙ୍କ ସହାୟତା କ୍ରମେ ବ୍ରହ୍ମପୁର ହାଉସିଂ ବୋର୍ଡ କୋଲନିର ଏକ ଅସହାୟ ଅଭାବୀ ପରିବାରକୁ ଦୁଇ ମାସର ରୋଷେଇ ଖାଦ୍ୟ ସାମଗ୍ରୀ ଓ ଶୁଖିଲା ଖାଦ୍ୟ ଯୋଗା ଯାଇଛି ଏବଂ ପ୍ରଶାସନର ଦୃଷ୍ଟି ଆକର୍ଷଣ ସହ ସମାଜ ଓ ପ୍ରଶାସନକୁ ସାହାଯ୍ୟ ପାଇଁ ନିବେଦନ ଜଣାଇଥିବା ଜଣାଯାଇଛି । ଏହି କାର୍ଯ୍ୟକ୍ରମରେ ଶ୍ରୀମତୀ ରଞ୍ଜନା ମିଶ୍ରଙ୍କ ନେତୃତ୍ବରେ ରବୀନ୍ଦ୍ରନାଥ ମିଶ୍ର, ବିଜୟ କୃଷ୍ଣ ମହାନ୍ତି, କଳ୍ପନା ନାୟକ, ରାକେଶ ସିଂ ଦେଓ, ସୁନୀଲ ସାହୁ, ରାଜେଶ ପାଢ଼ୀ ପ୍ରମୁଖ ଉପସ୍ଥିତ ରହିଥିଲେ ।