ଅଭିମାନ, ଏକ ବାର୍ଦ୍ଧକ୍ୟର…

ବାର୍ଦ୍ଧକ୍ୟର ଛିଟା କରେ ଉପହାସ
ବିଦୀର୍ଣ୍ଣ ବସନ୍ତେ
ଆଜି କାହିଁ !
ଅଜସ୍ର ଆଶଙ୍କା ମନେ ଉଙ୍କିମାରେ
ଭୟଭୀତ କରେ
ରହି ରହି ।।

ମରୀଚିକା ପରି ଲାଗେ ଆଜି ସବୁ
ଜୀବନଟା ଲାଗେ
ହାହାକାର ।
ଜୀବନ ପଶାରେ ଥକି ମୁଁ ଯାଇନି
ନିଶା ଅଛି ଯେଣୁ
ଜିତିବାର ।।

ପାଦେପାଦେ ଏଠି ଚୋରା ବାଲିମୟ
ସମ୍ଭାବନା ଅଛି
ଖସିବାର ।
ତୁମେ ଅଛ ପ୍ରଭୁ ପାଖେ ପଖେ ଯେଣୁ
ଭୟ ନାହିଁ ଆଜି
ହାରିବାର ।।

ତଥାପି କାହିଁକି ବେଳେ ବେଳେ ପୁଣି
ଆଶା ବୈତରଣୀ
ହୁଏ କ୍ଷୀଣ ।
ଜୀବନ ସରଣୀ ଶୁଖି ଶୁଖି ଆସେ
ମରି ମରି ଯାଏ
ଏହି ମନ ।।

ଶ୍ରୀହୀନ ଶ୍ରୀହୀନ ଜୀବନ ଆକାଶ
ଜୀଇଁବାଟା ଲାଗେ
ଫିକାଫିକା ।
ଚାଲିଛି ତଥାପି ସୁଦୀର୍ଘ ପଥରେ
ବୟସଟା ଆଜି
ଦିଏ ଧୋକା ।।

ତୁମ ଅପେକ୍ଷାରେ ଚାତକ ପରାଏ
ସୁଦୂର ଗଗନେ
ଅଛି ଚାହିଁ ।
ମନର ସଂଶୟ ଦୂର କର ପ୍ରଭୁ
କୃପା ବାରି ତୁମ
ବରଷାଇ ।।

ମରିଯାଉ ମନ ସରିଯାଉ ଦିନ
ତଥାପି ଆଗେଇ
ଚାଲିଥିବି ।
ଆଗେଇ ଆଗେଇ ବାଧାର ଅର୍ଗଳ
ଚୁରି ଚୁରି ସବୁ
ଯାଉଥିବି ।।

ଲକ୍ଷ୍ୟ ଅଛି ମୋର ଏ ଜୀବନେ ପୁଣି
ସ୍ୱୟଂପୂର୍ଣା ସ୍ଥାନ
ପାଇବାକୁ ।
ସେଥି ପାଇଁ ମୁଁ ଯେ ଲକ୍ଷ୍ୟ ବିନ୍ଧୁଛି
ସିଦ୍ଧି,ସମୃଦ୍ଧି
ବକ୍ଷେ ବକ୍ଷୁ ।।

ଶିକ୍ଷୟିତ୍ରୀ-ସଂଯୁକ୍ତା ରାଉତ
ଜୟପୁର, କୋରାପୁଟ

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା