ଅଭିନୟ ବି ଗୋଟିଏ ଚାକିରୀ : ଅଭିନେତା ଜଗନ୍ନାଥ ଘୋଷ…

ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ପିଲାଟି ଦିନରୁ ସ୍ୱପ୍ନ ଥିଲା ଜଣେ ପୋଲିସ ଅଫିସର ହେବି ହେଲେ ପରବର୍ତୀ ସମୟରେ ଜଣେ ଅଭିନେତା ହେଇଗଲି । ଅଭିନୟ ଓ ନୁର୍ତ୍ୟ କଣ ଜାଣିନଥିଲି, ଯୁକ୍ତ ୨ ପାଠ ପଢା ସମୟରେ ମନ ପରିବର୍ତ୍ତନ ହେଇ ଥିଲା । ଭାଇ ଭଉଣୀ ସମସ୍ତେ ଜଣେ ଜଣେ ଡାକ୍ତର, ଘରେ ମୁଁ ଏକା ହଁ ଏଇ ବାଟକୁ ଆପଣାଇ ଥିଲି । ବାଲେଶ୍ୱରରେ ଏକ ରେସିଡେଣ୍ଟିଆଲ କଲେଜରେ ପାଠ ପଢୁ ପଢୁ ପ୍ରଥମଥର ଏକ ନୃତ୍ୟୁ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ତୃତୀୟ ପୋସିସନ ହେଇ ଏକ ହଜାର ଟଙ୍କା ପୁରସ୍କାର ପାଇ କଳା ଦୁନିଆରେ ପାଦ ରଖିଥିଲି । ଜଳେଶ୍ୱର ମୋହତ୍ସବରେ ମଡେଲିଂ ଶୋରେ ଦ୍ୱିତ୍ୱ ସ୍ଥାନ ପାଇ ଆଗକୁ ବଢ଼ିଲି । ପ୍ରଥମେ ପ୍ରଯୋଜକ କୃଷ୍ଣ କୁମାର ବେହେରାଙ୍କ ଖୁସି ପ୍ରୋଡକ୍ସନର ଏକ ଆଲବମ ଯାହାକୁ ମୁଁ ଏତେ ଭଲ ପାଉଛିରେ ଅଭିନୟ କରିବାକୁ ସୁଯୋଗ ପାଇଲା ପରେ ଇଟିଭି ଓଡ଼ିଆରେ ରାଜକନ୍ୟାରେ ଅଭିନୟ କରିବାକୁ ସୁଯୋଗ ପାଇଥିଲି । ତା ପରେ ମାଟିର ବୈକୁଣ୍ଠ, ଆଶା ର ଆକାଶ, ଅପା, ଗାୟତ୍ରୀ, ତ ଅଗଣାର ତୁଳସୀ ମୁଁ, ଏସପି ନିକିତା, ତୁ ମୋ ଜୀବନ ସାଥି, ଦୁର୍ଗା, ଆଦି ଟେଲି ଧାରାବାହିକରେ ଅଭିନୟ କରିବା ସହ ତୁ ରାଜା ମୁଁ ରାଣୀ, ତୁ ଆଉ ମୁଁ, ରହସ୍ୟ, ପାଟଣାଗଡ, ମାଲ ମହୁ ଜୀବନ ମାଟି ଆଦି ଫିଲ୍ମ ମଧ୍ୟ କରିବା ସହ ନିକଟରେ ରିଲିଜ ହେବାକୁ ଥିବା ପ୍ରେମ ହୁଏ ଚୋରି ଚୋରି ମଧ୍ୟ ସେ ତାଙ୍କର ଅଭିନୟର ଯାଦୁ ଦେଖାଇଛନ୍ତି । ତା ସହ ମ୍ୟୁଜିକାଲ ସର୍ଟ ମୋଭି ସଡ଼କ, ଆଇ ୱାଣ୍ଟେଡ ଟୁ ଡାଏରେ ବହୁତ ନା କମେଇଛନ୍ତି ଅଭିନେତା ଜଗନ୍ନାଥ ଘୋଷ । ଘରେ ପ୍ରଥମେ ସପୋର୍ଟ ନ ଥିଲା, ତିନି ଚାରି ବର୍ଷ ପରେ ଘରୁ ସପୋର୍ଟ ମିଳିଲା, କିନ୍ତୁ ସେଇ ତିନି ଚାରି ବର୍ଷ ଯଉ କଷ୍ଟ କରି ସେ ଆଗକୁଛନ୍ତି ସେଥିପାଇଁ ସେ ବହୁତ ଖୁସି ହେବା ସହ କଷ୍ଟର ଫଳ କେବେ ବେକାର ହୁଏନି କଷ୍ଟର ଫଳ ନିହାତି ମିଳେ ବୋଲି ସମାଜକୁ ସେ ଏକ ମେସେଜ ଦେଇଛନ୍ତି । କଳାକାର ଜୀବନ କଷ୍ଟ କଣ ସେ ଜାଣିଛନ୍ତି ସେଥିପାଇଁ ସେ ଏକ ଜେ.ଲ. ମେଡ଼ିଆ ଓଡ଼ିଆ ନାମକ ଏକ ଚେଁନେଲ ଖୋଲି ନୂଆ କଳାକାରଙ୍କୁ ଆଗ ଧାଡିକୁ ଆଣିବାକୁ ଚେଷ୍ଟା ଚଲାଇ ଛନ୍ତି ଅଭିନେତା ଜଗନ୍ନାଥ ଘୋଷ । ଲକଡାଉନ ଏବଂ ସର୍ଟଡାଉନ ସମୟରେ ଘରେ ବସି ଯେମିତି କେହି ମାନସିକ ଚିନ୍ତାଗ୍ରସ୍ଥ ନ ହେବେ, ସେଥିପାଇଁ ଜେ.ଲ. ମେଡ଼ିଆ ତରଫରୁ ଅନଲାଇନରେ ନୁର୍ତ୍ୟ, ଅଭିନୟ, ସଂଗୀତ ଆଉ ସେଲ୍ଫି କୁଇନ ପ୍ରତିଯୋଗିତା କରି ଚର୍ଚ୍ଚାକୁ ଆସିଛନ୍ତି । ଖାଲି ସେତିକି ନୁହଁ ବଡ଼ ବଡ଼ ଷ୍ଟେଜ ଶୋ ରେ ମଧ୍ୟ ଦେଖିବାକୁ ମିଳେ ଅଭିନେତା ଜଗନ୍ନାଥ ଘୋଷଙ୍କୁ ସେ ତାଙ୍କ କଳା ମାଧ୍ୟମରେ ସମସ୍ତଙ୍କ ମନକୁ କିଣିଛନ୍ତି ଅଭିନେତା ଜଗନ୍ନାଥ ଘୋଷ । ସେ ଖାଲି ଅଭିନୟ ନୁହଁ ତା ସହ ସେ U. W. I. Oରେ ଜବ କରିବା ସହ ଜଣେ ପ୍ରାଇଭେଟ ଡୀକ୍ଟିଭ ଅଫିସର ଥିଲେ । ଏବେ ସେ ଜଣେ ପୋଲିସ ଅଫିସର ହେବେ ବୋଲି ଚେଷ୍ଟା ଚଳାଇଛନ୍ତି । ବାଲେଶ୍ୱର ହଉଛି ଗୋଟିଏ କଳାର ସହର ଆଉ ମୁଁ ମଧ୍ୟ୍ୟ ବାଲେଶ୍ୱରର ପିଲା ବୋଲି ବହୁତ ଗର୍ବ କରନ୍ତି । କିଛି କାମ ଛଟ ନୁହେଁ ବୋଲି ବାର୍ତା ଦେଇଛନ୍ତି ଅଭିନେତା ଜଗନ୍ନାଥ ।

ରିପୋର୍ଟ : କୃଷ୍ଣ କୁମାର ବେହେରା