ଅବହେଳିତ ଗ୍ରାମରକ୍ଷୀ : ଗୃହ ରାଷ୍ଟ୍ର ମନ୍ତ୍ରୀଙ୍କୁ ସ୍ମାରକପତ୍ର…

ଜଳେଶ୍ୱର (ସମୃଦ୍ଧ ଓଡିଶା) ୫୪ବର୍ଷ ପୂର୍ବେ ଗ୍ରାମାଞ୍ଚଳର ଲୋକଙ୍କୁ ଆଇନ୍ ଶୃଙ୍ଖଳା ଯୋଗାଇବା ଲାଗି ଗଠିତ ହୋଇଥିବା ଗ୍ରାମରକ୍ଷୀ ଏବେବି ଅବହେଳିତ ଅବସ୍ଥାରେ ଥିବାରୁ ଆଜି ରାଜ୍ୟ ଗୃହ ରାଷ୍ଟ୍ରମନ୍ତୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି । ଏଥିରେ ଉକ୍ତ ଦାବି ସଂପର୍କରେ ସରକାର ନିଶ୍ଚିତ ପଦକ୍ଷେପ ନେବେ ବୋଲି ଗୃହରାଷ୍ଟ୍ରମନ୍ତ୍ରୀ କେପ୍‌ଟେନ୍ ଦିବ୍ୟଶଂକର ମିଶ୍ର କହିଛନ୍ତି । ଆଜି ମଙ୍ଗଳବାର ନିଖିଳ ଉତ୍କଳ ଗ୍ରାମରକ୍ଷୀ ସଂଘ ୫ ଦଫା ଦାବୀ ସମ୍ବଳିତ ଏକ ସ୍ମାରକପତ୍ର ବାଲେଶ୍ୱର ସ୍ଥିତ ନସି ବିଜିନେସ୍ ପାର୍କ ଠାରେ ସଂଘ ପକ୍ଷରୁ ମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଛି । ୧୯୬୭ ମସିହରେ ଗ୍ରାମରକ୍ଷୀ ମାନଙ୍କୁ ନିଯୁକ୍ତି ଦିଆଯାଇଥିବା ବେଳେ ସେମାନଙ୍କ ଅର୍ଥନୈତିକ ଅବସ୍ଥା ପ୍ରତି ଗୁରୁତ୍ୱ ଦିଆଯାଇନଥିବାରୁ ୫୪ ବର୍ଷ ପରେ ମଧ୍ୟ ସେମାନେ ୧୮୦୦ଟଙ୍କା ପାରିଶ୍ରମିକ ପାଉଛନ୍ତି । ଏହି ଆର୍ଥୀକ ସହାୟତା ବ୍ୟତିତ ସେମାନଙ୍କୁ କୌଣସି ଭତ୍ତା କିମ୍ବା ଆଥିକ ସହାୟତା ଦିଆଯାଉନଥିବାରୁ ଖର୍ଚ୍ଚ ବୌହୁଳ ଏବଂ ସଟ୍ ଡାଉନ୍ ଓ ଲକ୍ ଡାଉନ୍ ସମୟରେ ସେମାନେ ବହୁ ଦୁଃଖ କଷ୍ଟରେ ଜୀବନ ଅତିବାହିତ କରୁଥିବାର କ୍ଷୋଭ ପ୍ରକାଶ କରିଛନ୍ତି । ଏହି ବିଭାଗ ଅଧିନରେ ଥିବା ହୋମ୍‌ଗାଡ୍‌ମାନେ ୯୦୦୦ଟଙ୍କା ପାରିଶ୍ରମିକ ପାଉଥିବା ବେଳେ ଗ୍ରାମରକ୍ଷୀମାନେ ତାହା ପାଉନଥିବାରୁ ଗତ ୨୦୧୯ ମସିହା ଅଗଷ୍ଟ ୭ତାରିଖ ଓ ଜାନୁଆରୀ ୨୮ ତାରିଖ ୨୦୨୦ରେ ଗୃହ ବିଭାଗକୁ ଜଣାଇ ଦିଆଯାଇଥିଲା । ଅତିରିକ୍ତ ସଚିବ ଏସ୍ ଶୁକ୍ଳ ପ୍ରତ୍ର ସଂଖ୍ୟା ୪୫୫୭୫ ତା ୧୭-୧୦-୧୯ରିଖରେ ଡିଜି ଓ ଗୃହ ମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ପତ୍ର ସଂଖ୍ୟ ୫୩ ତା ୧୬-୧-୨୦ରେ ଏବଂ ପରେ ପତ୍ର ସଂଖ୍ୟା ୧୪୭ ତା ୨୮-୧-୨୦ରେ ପୋଲିସ୍ ମହାନିର୍ଦ୍ଦେଶକଙ୍କୁ ଚିଠି ଯାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନଥିବା ପ୍ରକାଶ । ଆଜି ସଂଧ୍ୟାରେ ଏହିୀ ମର୍ମରେ ନିଖିଳ ଉତ୍କଳ ଗ୍ରାମରକ୍ଷୀ ସଂଘର ସଭାପତି କନିଷ୍କ ବୋଧିସତ୍ୱ ଦାସ ଓ ସଂପାଦେକ ଅନିରୁଦ୍ଧ ମଣ୍ଡଳ ଏକ ୫ ଦଫା ଦାବିରେ ମନ୍ତ୍ରୀଙ୍କୁ ଦିଆଯାଇଥିବା ସଂପର୍କରେ ଏଠାରେ ଏକ ସାମ୍ବାଦିକ ସମ୍ମିଳନିରେ ପ୍ରକାଶ କରାଯାଇଛି । ଏଥିରେ ଗ୍ରାମରକ୍ଷୀଙ୍କୁ ସରକାରୀ କର୍ମଚାରୀ ରୂପେ ଘୋଷଣା, ବରିଷ୍ଠତାକୁ ଭିତ୍ତି କରି ପଦୋନ୍ନତି, ଗ୍ରାମରକ୍ଷୀଙ୍କ ମୃତ୍ୟୁପରେ ଉତ୍ତରାଧିକାରୀଙ୍କୁ ଅନୁକମ୍ପା ନିଯୁକ୍ତି, ସ୍ୱାସ୍ଥ୍ୟବୀମା ଅନ୍ତର୍ଭୁକ୍ତ କରାଯିବା ଓ ଖାଲିଥିବା ପଦବୀକୁ ପୂରଣ କରାଯିବା ଲାଗି ଏହି ଦାବିପତ୍ରରେ ଉଲ୍ଲେଖ କରାଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ବାଲେଶ୍ୱର ଜିଲାର ସଭାପତି ରସାନନ୍ଦ ଦାସ ମହାପାତ୍ର, ସଂପାଦକ ତ୍ରିଲୋଚନ ସେଠୀ ମଧ୍ୟ ଉପସ୍ଥିତ ଥିଲେ । ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଂକର ମିଶ୍ର ଓ ବିଜେଡିର ରାଜ୍ୟ ଉପସଭାପତି ବବି ଦାସଙ୍କୁ ହସ୍ତାନ୍ତର କରାଯାଇଥିବା କହିଥିଲେ ।

ରିପୋର୍ଟ : ଭୂପତି କୁମାର ପରିଡା