ଅବକାରୀ ବିଭାଗ ପକ୍ଷରୁ ଚଢାଉ : ୧୨୦୦୦ ଲିଟର ପୋଚ ବେରେଲ ଜବତ୍…

ପାତ୍ରପୁର (ସମୃଦ୍ଧ ଓଡିଶା) ପାତ୍ରପୁର ଅବକାରୀ ସେକ୍ସନ ଅନ୍ତର୍ଗତ ଜରଡା ଥାନା ଅଞ୍ଚଳରେ ଅବକାରୀ ବିଭାଗ ଓ ଜରଡା ପୋଲିସ ପକ୍ଷରୁ ଚଢ଼ାଉ କରାଯାଇ ୧୨୦୦୦ ଲିଟର ପୋଚ ବେରେଲ ଜବତ କରାଯାଇଥିବା ଜଣାପଡିଛି । ସୂଚନା ଅନୁଯାୟୀ ଆଜି ସକାଳ ସମୟରେ ପାତ୍ରପୁର ବ୍ଳକ ଅନ୍ତର୍ଗତ ତୁମ୍ଭା ଅଞ୍ଚଳର ବାଙ୍କ ସାହି ନାଳ ଉପର ପାର୍ଶ୍ଵରେ ଖୁଲାଖୁଲୀ ଚାଲିଥିବା ଦେଶୀ ମଦ ଭାଟି ଉପରେ ପୋଲିସ ଅତର୍କିତ ଚଢ଼ାଉ କରିଥିଲେ । ଚଢ଼ାଉ ସମୟରେ ମଦ ପ୍ରସ୍ତୁତି ପାଇଁ ବିପୁଳ ସଂଖ୍ୟାରେ ସ୍ଥଗିତ ରଖିଥିବାର ୬୦ ଗୋଟି ପ୍ଳାଷ୍ଟିକ ଡ୍ରମ୍ ରେ ଥିବା ପ୍ରାୟ ୧୨୦୦୦ ଲିଟର ପୋଚ ଜବତ କରିବା ସହ ସେହି ପୋଚ ସମୁଦାୟ ନଷ୍ଟ କରିଥିବା ଜଣାପଡିଛି । ଜରଡା ଥାନା ଅଧିକାରୀ ଭାବାନନ୍ଦ ପ୍ରଧାନଙ୍କ ନେତୃତ୍ବରେ ସବ୍ ଇନ୍ସପେକ୍ଟର ସତ୍ୟନାରାୟଣ ପାଢ଼ୀ, ଚିକିଟି ଅବକାରୀ ବିଭାଗର ଇନ୍ସପେକ୍ଟର ବାଳକୃଷ୍ଣ ପରିଡ଼ା, ବ୍ରହ୍ମପୁର ଅବକାରୀ ବିଭାଗର ଇନ୍ସପେକ୍ଟର ରୋଷନ୍ ଇସ୍ ହାନ୍ସଦ୍, ଜିଲ୍ଲା ମୋବାଇଲ ଷ୍ଟାଫ୍ ମିହିର ସେଠୀ, ଚିକିଟି ଓଆଇସି ତପସ୍ଵିନୀ ବାରାହୀ, ବ୍ରହ୍ମପୁର ଓଆଇସି ବାଲକ୍ ବିଷଇ, ମୋବାଇଲ ଷ୍ଟାଫ୍ ସବ୍ ଇନ୍ସପେକ୍ଟର ଶ୍ରୀଧର ମହାନ୍ତି, ଗୋପାଳପୁର ଓଆଇସି ଷୋନ୍ତସ ସାହୁ, ଗୋଳନ୍ଥର ଓଆଇସି ସୁବାଷ ଚନ୍ଦ୍ର ଓ ସବୁ ବିଭାଗର ଷ୍ଟାଫ୍ ପ୍ରମୁଖ ମିଳିତ ଭାବେ ଚଢ଼ାଉ କରିଥିବା ଜରଡା ଥାନା ଅଧିକାରୀ ଭାବାନନ୍ଦ ପ୍ରଧାନ ସୁଚନା ଦେଇଛନ୍ତି ।