ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ୭୦୭ ଲିଟର ମଦ ଜବତ ସହ ୧୦ ଗିରଫ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଓ ଅବକାରୀ ଅଧୀକ୍ଷକ ରାଜେନ୍ଦ୍ର ଭତ୍ରାଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଭ୍ରାମ୍ୟମାଣ ଅବକାରୀ ନିରୀକ୍ଷିକା ପ୍ରୀତିଧାରା ନାୟକ ଓ ଆସିକା ଅବକାରୀ ନିରୀକ୍ଷକ ଧୀରେନ କୁମାର ବେହେରାଙ୍କ ନେତୃତ୍ୱରେ ଅବକାରୀ କର୍ମଚାରୀ ଆଜି ଆସିକା ଅବକାରୀ ରେଞ୍ଜ ଅନ୍ତର୍ଗତ ସନ୍ତୋଷି ମା ଏରଗୋଲା କ୍ୟାମ୍ପ, କରତଳି ଏରଗୋଲା କ୍ୟାମ୍ପ, ଆଇବି ଏରଗୋଲା କ୍ୟାମ୍ପ ଓ ପାକଲାପଲ୍ଲୀ ଏରଗୋଲା କ୍ୟାମ୍ପ ଗ୍ରାମରେ ଚଢ଼ାଉ କରି ୭୦୭ ଲିଟର ଦେଶୀ ରନ୍ଧା ମଦ ଜବତ କରିବା ସହ ୭ ଜଣ ମହିଳା ସମେତ ୧୦ ଜଣଙ୍କୁ ଗିରଫ କରାଯାଇଥିବା ଜଣାପଡିଛି । ସୂଚନା ଅନୁଯାୟୀ ଏଥିସହ ୭୧୨୦ ଲିଟର ଗୁଡ ମିଶ୍ରିତ ପୋଚ ନଷ୍ଟ କରିବା ସହ ବିଭିନ୍ନ ମଦ ପ୍ରସ୍ତୁତି ସରଞ୍ଜାମ ଜବତ କରାଯାଇଛି । ଏନେଇ ୧୧ଟି ମାମଲା ରୁଜୁ ହେବା ସହ ଗିରଫ ୧୦ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି । ଏହି ଚଢ଼ାଉରେ ଆସିକା ଅବକାରୀ ଓଆଇସି ପ୍ରଦୀପ କୁମାର ମହାନ୍ତି ଓ କର୍ମଚାରୀ ବୃନ୍ଦ ଏବଂ ଭ୍ରାମ୍ୟମାଣ ଅବକାରୀ ଏସ.ଆଇ. ଦୁର୍ଯ୍ୟୋଧନ ଦିଗାଲ ଓ କର୍ମଚାରୀ ଅଂଶ ଗ୍ରହଣ କରିଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା