ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ :୧୦୦୦ ପାଉଚ ଦେଶୀ ମଦ, ଅଟୋ ଓ ବାଇକ ଜବତ, ୩ ଗିରଫ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଓ ଅବକାରୀ ଅଧିକ୍ଷକ ରାଜେନ୍ଦ୍ର କୁମାର ଭତ୍ରାଙ୍କ ନିର୍ଦ୍ଦେଶ କ୍ରମେ ରମ୍ଭା ଥାନା ଅଞ୍ଚଳରେ ଅବକାରୀ ଓ ପୋଲିସ ବିଭାଗ ପକ୍ଷରୁ ମିଳିତ ଭାବେ ଆଜି ଚଢ଼ାଉ କରାଯାଇ ୧୦୦୦ ପାଉଚ ମଦ, ଏକ ବାଇକ ଓ ଅଟୋ ଜବତ ସହ ୩ ଜଣଙ୍କୁ ଗିରଫ କରାଯାଇଥିବା ଜଣାପଡିଛି । ଗଞ୍ଜାମ ଅବକାରୀ ଉପଅଧିକ୍ଷକ ଅଭିରାମ ବେହେରାଙ୍କ ନେତୃତ୍ୱରେ ଖଲିକୋଟ ଅବକାରୀ ଥାନା ତଥା ରମ୍ଭା ପୋଲିସ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ ଓ ସାନଘାଟି ଅଞ୍ଚଳରେ ଚଢ଼ାଉ କରାଯାଇ ୩ ଜଣଙ୍କୁ ଗିରଫ କରିବା ସହ ୧୦୦୦ ପାଉଚରେ ଥିବା ୧୧୦ ଲିଟର ଦେଶୀ ମଦ, ଏକବାଇକ ଓ ଏକ ଅଟୋ ଜବତ କରାଯାଇଛି । ଏହି ଚଢ଼ାଉ କାର୍ଯ୍ୟକ୍ରମରେ ଗଞ୍ଜାମ ଅବକାରୀ ଉପଅଧିକ୍ଷକ ଶ୍ରୀ ବେହେରାଙ୍କ ସମେତ ରମ୍ଭା ଥାନା ପୋଲିସ ଫୋର୍ସ, ଗଞ୍ଜାମ ଅବକାରୀ ଭ୍ରାମ୍ୟମାଣ ସଂସ୍ଥା, ଖଲ୍ଲିକୋଟ ଅବକାରୀ ଥାନା ଅଧିକାରୀ ଓ କର୍ମଚାରୀ ଅଂଶ ଗ୍ରହଣ କରିଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା