ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ : ୮ ଗିରଫ, ୪୦୦ ଲିଟର ମଦ ଓ ୩ଟି ମୋଟର ସାଇକେଲ ଜବତ…

ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁର, କବିସୂର୍ଯ୍ୟନଗର ଓ ଖଲ୍ଲିକୋଟ ଅବକାରୀ ବିଭାଗ ପକ୍ଷରୁ ରମ୍ଭା ଥାନା ଅଞ୍ଚଳର ସନ୍ତୋଷପୁର, ରାଉଳିବନ୍ଧ ଓ ବାଗଲପୁର, ଖଲ୍ଲିକୋଟ ଥାନା ଅଧୀନସ୍ଥ ଖୋଜାପଲ୍ଲୀ ଏବଂ କବିସୂର୍ଯ୍ୟନଗର ଥାନା ଅଧୀନ ଗୁଡିଆଳୀ ଅଞ୍ଚଳରେ ଚାଲିଥିବା ବେଆଇନ ମଦ ଭାଟି ଉପରେ ଚଢଉ କରାଯାଇଥିଲା । ଏଥିରେ ୮ଜଣଙ୍କୁ ଗିରଫ କରାଯାଇ ୪୦୦ ଲିଟର ଦେଶୀ ମଦ ଓ ୩ଟି ମୋଟର ସାଇକେଲ ଜବତ କରାଯାଇଥିବା ଗଞ୍ଜାମ ଅବକାରୀ ଅଧୀକ୍ଷକ ରାଜେନ୍ଦ୍ର କୁମାର ଭତ୍ରା ସୂଚନା ଦେଇଛନ୍ତି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା