ଅବକାରୀ ବିଭାଗର ଚଢ଼ାଉ : ବହୁ ପରିମାଣରେ ମଦ ଜବତ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ବ୍ରହ୍ମପୁର ଅବକାରୀ ଅଧିକାରୀ ରାମେନ୍ଦ୍ର ନାୟକଙ୍କ ନେତୃତ୍ଵରେ ବ୍ରହ୍ମପୁର-୨ ଏକ୍ସାଇଜ୍ ଓ ବ୍ରହ୍ମପୁର ପୋଲିସ ଏବଂ କୁକୁଡାଖଣ୍ଡି ତହସିଲଦାରଙ୍କ ମିଳିତ ଚଢଉରେ ଦିଗପହଣ୍ଡି ଥାନା ଅନ୍ତର୍ଗତ ବିକାଶ ପୁର ନିକଟରେ ଏକ ଜଙ୍ଗଲରେ ବହୁ ପରିମାଣରେ ମଦ ଜବତ କରାଯାଇ ନଷ୍ଟ କରାଯାଇଛି । ଏହି ଘଟଣାରେ କାହାକୁ ଗିରଫ କରାଯାଇନଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସୂଚନା ଯୋଗ୍ୟ ଯେ ଆଜି ବ୍ରହ୍ମପୁର-୨ ଏକ୍ସାଇଜ୍ ଏବଂ କୁକୁଡାଖଣ୍ଡି ତହସିଲଦାରଙ୍କ ମିଳିତ ଭାବେ ବୁଦାଲୁଣ୍ଡି ଜଙ୍ଗଲ ଓ ବିକାଶପୁରରେ ଚଢାଉ କରାଯାଇଥିଲା । ଚଢାଉରେ ୬୪୦୦ ଲିଟର୍ ପୋଚ ମିଶ୍ରିତ ଫେଣ୍ଟେଡ୍ ୱାଶ୍, ୨୪୦ ଲିଟର୍ ରନ୍ଧା ମଦ ଏବଂ ୩୨ଟି ବଡ ପ୍ଲାଷ୍ଟିକ ଡ୍ରମ୍ ରେ ଦୁଇଶହ ଲିଟର ମଦ ଜବତ କରାଯାଇଛି ପରିବହନ ଅସୁବିଧା ହେତୁ ଘଟଣାସ୍ଥଳରେ ହିଁ ନଷ୍ଟ କରାଯାଇଥିଲା l ଘଟଣାରେ ଅଭିଯୁକ୍ତ ମାନଙ୍କ ଖୋଜିବା ଜାରି ରହିଚି ବୋଲି ଅବକାରୀ ବିଭାଗ ପକ୍ଷରୁ ସୂଚନା ମିଳିଛି l ଏହି ମିଳିତ ଚଢାଉରେ କୁକୁଡ଼ାଖଣ୍ଡି ତହସିଲଦାର କଲ୍ୟାଣୀ ସାଙ୍ଗମିତ୍ରା ଦେବୀ, ବ୍ରହ୍ମପୁର ଆଇ ସଦର ଅର୍ଜୁନ ମଲିକ୍, (ଓଆଇଏସ୍ ବ୍ରହ୍ମପୁର-୨) ମିହିର କୁମାର ସେଠୀ, ଅଭିମନ୍ୟୁସାହୁ ଓଆଇସି ବ୍ରହ୍ମପୁର-୨ ଏକ୍ସାଇଜ୍ ଷ୍ଟେସନ୍, ସନ୍ତୋଷ ସାହୁ ଏସଆଇ(ଜଙ୍ଗଲ ବିଭାଗ), ସେମାନଙ୍କର କର୍ମଚାରୀ ଏବଂ ବ୍ରହ୍ମପୁର ପୁଲିସ ଏପିଆର ବାହିନୀ  ଅଂଶ ଗ୍ରହଣ କରିଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା