ଅବକାରୀ ବିଭାଗର ଚଢ଼ାଉ : ଜଣେ ଗିରଫ…

ଛତ୍ରପୁର (ସମୃଦ୍ଧ ଓଡିଶା) ଆଜି ସକାଳ ସମୟରେ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଓ ଜିଲ୍ଲା ଅବକାରୀ ବିଭାଗର ଅଧିକାରୀଙ୍କ ନିର୍ଦେଶ କ୍ରମେ ଛତ୍ରପୁର ରେଳଷ୍ଟେସନ ଟ୍ରେନରୁ ଆସୁଥିବା ବେଳେ ଛତ୍ରପୁର ଅବକାରୀ ୩୨.୫ କିଲୋ ଗଞ୍ଜେଇ ଜବତ କରିବା ସହ ଜଣକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି । ସୂଚନା ଅନୁଯାୟୀ ବେଗୁନିଆପଡାର ଲିଲୁ ପ୍ରଧାନ ବୋଲି ଜଣାପଡିଛି । ସେ ଟ୍ରେନରେ ଯିବା ପାଇଁ ଷ୍ଟେସନରେ ଅପେକ୍ଷା କରିଥିବା ସମୟରେ ଛତ୍ରପୁର ଅବକାରୀ ବିଭାଗର ଅଧିକାରୀମାନେ କୌଣସି ସୂତ୍ରରୁ ଖବର ପାଇଁ ତାକୁ ଧରିଥିଲେ । ଏହି ଚଢାଉରେ ଅଫିସର୍ ଉମାକାନ୍ତ ସ୍ୱାଇଁ, ଅଭିରାମ ପଟ୍ଟନାୟକ, ଯୋଗନାଥ ସତପଥି, ଶିବଙ୍କର ଜେନା, ରାଜେଶ ସେନାପତି, ପ୍ରଫୁଲ ସାବତ ପ୍ରମୁଖ ଉପସ୍ଥିତ ଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା