ଅବକାରୀ ପକ୍ଷରୁ ଚଢ଼ାଉ : ବହୁ ମଦ, ୩ଟି ବାଇକ ସହ ୩ ଗିରଫ…

ଖଲ୍ଲିକୋଟ (ସମୃଦ୍ଧ ଓଡିଶା) ଅବକାରୀ ପକ୍ଷରୁ ଚଢ଼ାଉ କରି ଦେଶୀ ମଦ, ୩ଟି ବାଇକ ସହ ୩ ଗିରଫ କରାଯାଇଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ ଖଲ୍ଲିକୋଟ ଅବକାରୀ ଥାନା ପୋଲିସ ପକ୍ଷରୁ ନାରାୟଣୀ ଛକ ଠାରେ ଚଢ଼ାଉ କରାଯାଇ ୧୨୨ ଲିଟର ଚୋରା ଦେଶିମଦ, ୩ଟି ବାଇକ ଜବତ କରିବା ସହ ୩ ଜଣଙ୍କୁ ଗିରଫ କରିଯାଇଛି । ଖଲ୍ଲିକୋଟ ଅବକାରୀ ଥାନା କେସ ନମ୍ବର ୩୯/୨୦୨୨, ୨୦,୨୧/୨୦୨୨ ଅନୁସାରେ ବାଲୁଗାଁ ଥାନା ଅନ୍ତର୍ଗତ ବ୍ରଜରାଜପୁର ଗ୍ରାମର ରମେଶ ବେହେରା, ବାଣପୁରର ଗଦାଧର ପ୍ରଧାନ, ଲଙ୍ଗଳେଶ୍ୱର ଗ୍ରାମର ଦାଶରଥି ସାହୁଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି । ଏହି ଚଢ଼ାଉରେ ଖଲ୍ଲିକୋଟ ତହସିଲଦାରଙ୍କ ସମେତ ଅବକାରୀ ଇନ୍ସପେକ୍ଟର ଦିପ୍ତିମୟୀ ସାହୁ, ଖଲ୍ଲିକୋଟ ଅବକାରୀ ଥାନା ଅଧିକାରୀ ‍ଅଜିତ କୁମାର ପାତ୍ର ପ୍ରମୁଖ ଉପସ୍ଥିତ ରହିଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା