ଅବକାରୀ ଚଢ଼ାଉ : ୫୭୮୦ ଲିଟର ଦେଶୀ ମଦ ସହ ୯ ଗିରଫ…

ବୁଗୁଡା (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଓ ଗଞ୍ଜାମ ଅବକାରୀ ଅଧିକ୍ଷକ ରାଜେନ୍ଦ୍ର କୁମାର ଭତ୍ରାଙ୍କ ନିର୍ଦ୍ଦେଶ କ୍ରମେ ସୋରଡ଼ା ଥାନା ଅଞ୍ଚଳରେ ଅବକାରୀ ଓ ପୋଲିସ ବିଭାଗ ପକ୍ଷରୁ ମିଳିତ ଭାବେ ସେପ୍ଟେମ୍ବର ୨୦ ତାରିଖ ଦିନ ଚଢ଼ାଉ କରାଯାଇ ବହୁ ମଦ ଜବତ କରାଯିବା ସହ ୯ ଜଣଙ୍କୁ ଗିରଫ କରାଯାଇଥିବା ଜଣାପଡିଛି । ସୂଚନା ଅନୁଯାୟୀ ଗଞ୍ଜାମ ଅବକାରୀ ଉପଅଧିକ୍ଷକ ଅଭିରାମ ବେହେରାଙ୍କ ନେତୃତ୍ୱରେ ଓ ସୋରଡ଼ା ତହସିଲଦାର ତଥା ଏଗଜିକିଉଟିଭ ମାଜିଷ୍ଟ୍ରେଟ ରବୀନ୍ଦ୍ର କୁମାର ମିଶ୍ରଙ୍କ ଉପସ୍ଥିତିରେ ସୋରଡ଼ ଥାନା ଅନ୍ତର୍ଗତ ଗୌଡ଼ଗୋଠ ଗ୍ରାମରେରେ ଚଢ଼ାଉ କରାଯାଇ ୧୩୫୩୦ ଲିଟର ପୋଚ ଜବତ ହୋଇ ନଷ୍ଟ କରିବା ସହ ୫୭୮୦ ଲିଟର ଦେଶୀ ମଦ ଓ ମଦ ତିଆରି ସାମଗ୍ରୀ ଜବତ କରାଯାଇଛି । ଏଥିସହ ୬ ଜଣ ମହିଳାଙ୍କ ସମେତ ମୋଟ ୯ ଜଣଙ୍କୁ ଗିରଫ କରାଯାଇଛି । ଏହି ଚଢ଼ାଉ କାର୍ଯ୍ୟକ୍ରମରେ ଗଞ୍ଜାମ ଅବକାରୀ ଉପଅଧିକ୍ଷକ ଶ୍ରୀ ବେହେରା ଓ ତହସିଲଦାର ଶ୍ରୀ ମିଶ୍ରଙ୍କ ସମେତ ସୋରଡ଼ା ଓ ବଡଗଡ ଥାନା ପୋଲିସ ଫୋର୍ସ ଏବଂ ଗଞ୍ଜାମ ଅବକାରୀ ଭ୍ରାମ୍ୟମାଣ ସଂସ୍ଥା ଅବକାରୀ ନିରୀକ୍ଷିକା ଓ କର୍ମଚାରୀ ବୃନ୍ଦ, ସୋରଡ଼ ଅବକାରୀ ବିଭାଗ ଓଆଇସି ଓ କର୍ମଚାରୀ ଅଂଶ ଗ୍ରହଣ କରିଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା