ଛତ୍ରପୁର ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ ଗଞ୍ଜେଇ ଜବତ ସହ ଜଣେ ଗିରଫ…

ଛତ୍ରପୁର (ସମୃଦ୍ଧ ଓଡିଶା) ଅବକାରୀ କମିଶନର ଆଶିଷ କୁମାର ସିଂ ଓ ଗଞ୍ଜାମ ଡେପୁଟି କମିଶନର ରାଜେନ୍ଦ୍ର ଭୋର୍ତ୍ତାଙ୍କ ନିର୍ଦେଶ କ୍ରମେ ଛତ୍ରପୁରସଦର ଅବକାରୀ ବିଭାଗ ସବ ଇନ୍ସପେକ୍ଟର ମୋହନ ପ୍ରଧାନ କୌଣସି ପ୍ରକାର ଖବର ପାଇ ଛତ୍ରପୁର ରେଳବାଇ ଷ୍ଟେସନ ରୋଡ଼ରେ ପହଞ୍ଚି ଚଢ଼ାଉ କରିଥିଲେ । ଏହି ଚଢ଼ାଉରେ ଜଣେ ଅଭିଯୁକ୍ତଙ୍କୁ ଅବକାରୀ ବିଭାଗ ଗିରଫ କରିବା ସହ ତାଙ୍କ ନିକଟରୁ ୧୧କେଜି ୭୦୦ଗ୍ରାମ ଗଞ୍ଜେଇ ଜବତ କରିଛି । ଗିରଫ ଅଭିଯୁକ୍ତ ଜଣକ ହେଲେ କୃଷ୍ଣ ଚନ୍ଦ୍ର ଗୌଡ଼(୨୩), ବୁଗୁଡ଼ା ଥାନା ଅନ୍ତର୍ଗତ ବୋରିପଦର ଗ୍ରାମ ବୋଲି ଜଣାପଡିଛି । ଏହି ଚଢ଼ାଉ ବେଳେ ଅବକାରୀ ଅଧିକାରୀ ଦୀପ୍ତିମୟୀ ସାହୁ, ଓଆଇସି ମୋହନ ପ୍ରଧାନ, ଏଏସଆଇ ଏନ.ତ୍ରିପତି ରାଓ ସମେତ ଅବକାରୀ ବିଭାଗର ଅନ୍ୟ କର୍ମଚାରୀ ଶିବସଙ୍କର ଜେନା, ଜଗନ୍ନାଥ ଶତପଥି, ଅନନ୍ତ କହଁର ରାଜେଶସେନାପତି ଯୋଗ ଦେଇଥିଲେ । ଏହି ଅଭିଯୁକ୍ତ ଜଣକ ଦୀର୍ଘ ବର୍ଷ ଧରି ବେଆଇନ ଭାବେ ବିଭିନ୍ନ ଜିଲ୍ଲା ତଥା ଗଞ୍ଜାମ, କନ୍ଧମାଳ, ଗଜପତି ଜିଲ୍ଲାରୁ ବିପୁଳ ପରିମାଣର ଗଞ୍ଜେଇ ଆଣି ଓଡ଼ିଶା ରାଜ୍ୟ ସହ ମୁମ୍ବାଇ, ଗୁଜରାଟ ସମେତ ଅନ୍ୟ ରାଜ୍ୟକୁ ଚୋରା ଚାଲାଣ କରୁଥିବା ଅବକାରୀ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା