ଅନୀଲ କୁମାର ସାହୁଙ୍କ ସ୍ମୃତିରେ ରକ୍ତଦାନ ଶିବିର : ୫୨ ୟୁନିଟ୍ ସଂଗୃହୀତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ପୌରପାଳିକାର ଶାସନବାର୍ଡସ୍ଥିତ ସିଦ୍ଧେଶ୍ୱର କ୍ଲବର ପୂର୍ବତନ ସଂପାଦକ ତଥା ଜଳେଶ୍ୱର ଅଟୋ ମାଲିକ ସଂଘର ପ୍ରାକ୍ତନ ସଂପାଦକ ଅନୀଲ କୁମାର ସାହୁଙ୍କ ସ୍ମୃତିରେ କ୍ଲବ ପରିସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମକୁ ଏସ୍‌ଡିପିଓ ଅଂକିତା କୁମ୍ଭାର ଉଦ୍‌ଘାଟନ କରିଥିବା ବେଳେ ପୌର ଅଧିକାରୀ ଅଜୟ କୁମାର ମହାପାତ୍ର, ରକ୍ତଦାତା ସଂଘର ଜିଲା ସଂପାଦକ କମଳ ଚକ୍ରବର୍ତ୍ତୀ, ସଂପାଦକ ଇଂ ହୃଷିକେଶ ସାହୁ, ଗ୍ରାମ୍ୟ ମୁଖ୍ୟ ଡ. ଅରୁଣ ପ୍ରଧାନ, ବ୍ଲକ ରକ୍ତଦାତା ସଂଘର ସଭାପତି ଡ. ଅଜିତ୍ ମହାନ୍ତି, ମୁଖ୍ୟ ଉପଦେଷ୍ଟା ଦୁର୍ଜୟ ପାଣିଗ୍ରାହୀ ଓ ବ୍ଲକବ୍ୟାଙ୍କ ଅଧିକାରୀ ଡା. ମହେଶ ବିଶ୍ୱାଳ ପ୍ରମୁଖ ଯୋଗ ଦେଇ ସାମ୍ପ୍ରତିକ ସମୟରେ ରକ୍ତର ଆବଶ୍ୟକତା ସାଂପର୍କରେ କହିଥିଲେ । କାର୍ଯ୍ୟକ୍ରମକୁ ଫାଲଗୁନୀ ପାଣିଗ୍ରାହୀ, ଅଶ୍ୱିନୀ କର, ମହେଶ୍ୱର ବେହେରା, କ୍ଲବ ସଭାପତି ସରୋଜ ପାଣିଗ୍ରାହୀ, ସଂପାଦକ ସଂଜୟ ବେରା, ବିଶ୍ୱନାଥ ସାହୁ, ଦିଲ୍ଲିପ ପାତ୍ର, ବରେନ୍ଦ୍ର ଦାସ, ଦିଲ୍ଲିପ ଦାସ, ଝାଡେଶ୍ୱର ରାଉଳ, ଦାମୋଦର ମହାନ୍ତି, ଖୋକନ୍ ଦେବନାଥ, ବାଦଲ ଦେବନାଥ, ମୁନା ସାହୁ ଓ ଯୁବକ ସଂର୍ଘର ସଭ୍ୟମାନେ ଯୋଗ ଦେଇ ପରିଚାଳନା କରିଥିଲେ ।

ରିପୋର୍ଟ : ଭୂପତି ପରିଡା